Posted inଜାତୀୟ

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୁଧବାର ମହାରାଷ୍ଟ୍ର ବିଧାନ ଭବନରେ ଭାଜପାର ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହାରାଷ୍ଟ୍ର ଭାଜପାର ପ୍ରମୁଖ ଚନ୍ଦ୍ରକାନ୍ତ ପାଟିଲ ଓ ବରିଷ୍ଠ ନେତା ସୁଧୀର ମୁଙ୍ଗଟିଓ୍ବାର ବିଧାୟକ ଦଳର ନେତା ପାଇଁ ଫଡ୍‌ନବିସଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଉପସ୍ଥିତ ଅନ୍ୟ ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବିଧାୟକ ଦଳର ନେତା ଚୟନ ହେବା ପରେ ଫଡ୍‌ନବିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ସେ କହିଛନ୍ତି, ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିବ। ଶିବସେନାର କିଛି ଦାବି ରହିଥିବା ବେଳେ ଖୁବ୍‌ ଶୀଘ୍ର ସେସବୁର ସମାଧାନ କରିଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିବେ ଶିବରାଜ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହାକୁ ନେଇ ବିଳମ୍ବିର ରାତ୍ରି ପର୍ଯ୍ୟନ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଗୁଜରାଟକୁ ମୋଦିଙ୍କ ଫାଇଭ୍ ଷ୍ଟାର ଗିପ୍ଟ

ନୂଆଦିଲ୍ଲୀ,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ଗୁଜରାଟରେ କିଛି ପ୍ରୋଜେକ୍ଟର ଉଦ୍‌ଘାଟନ କରିଛନ୍ତି । ଏଥିରେ ଗାନ୍ଧିନଗରର ରେଲୱେ ଷ୍ଟେଶନ,...

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ...

ସିଆଇଡି-ସିବିଆଇ ମୁହାଁମୁହିଁ: ଲଲନ ଶେଖ ହାଜତ ମୃତ୍ୟୁ ମାମଲାରେ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ସିଆଇଡିର ଏଫଆଇଆର…

କୋଲକାତା,୧୪।୧୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସିବିଆଇ ହେପାଜତରେ ବାଗତୁଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଲନ ଶେଖଙ୍କ ମୃତ୍ୟୁକୁ...

କୋ-ଓ୍ବିନ୍‌ ଆପ୍‌ରେ ତ୍ରୁଟି: ଟିକା ନେବା ପାଇଁ ପହଞ୍ଚି ପାରୁନି ମେସେଜ୍‌

ନୂଆଦିଲ୍ଲୀ,୧୯।୧: କରୋନା ମହାମାରୀ ବିରୋଧରେ ଭାରତରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏପରେ ସ୍ଥଳେ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକାକରଣ କାର୍ଯ୍ୟକ୍ରମରେ...

ଛେଳିକୁ ଗଣବଳାତ୍କାର

ଥିରୁଭାନନ୍ତପୁରମ,୧।୪: ମଣିଷ ସମାଜକୁ ଲଜ୍ଜିତ କଲା ଭଳି ଏକ ଘଟଣା କେରଳର କସରଗୋଡ଼ ଜିଲାରୁ ସମ୍ନାକୁ ଆସିଛି। ଗର୍ଭବତୀ ଛେଳିକୁ ଗଣବଳାତ୍କାର ଏବଂ ହତ୍ୟା ଅଭିଯୋଗରେ...

ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ...

Advertisement
Archives

Model This Week