Posted inଜାତୀୟ

ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ହେଲେ ଉଦ୍ଧବ, ଫଡନବିସଙ୍କୁ ବିରୋଧି ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ବୋଲି କହିଛନ୍ତି। ବରଂ ଜଣେ ଦାୟିତ୍ୱ ସମ୍ପନ୍ନ ନେତା ବୋଲି କହିବେ। ସେ ଫଡନବିସଙ୍କଠାରୁ ବହୁତ କିଛି ଶିଖିଛନ୍ତି ବୋଲି କହିଛନ୍ତି। ତେଣୁ ଆମେ ଦୁହେଁ ସବୁବେଳେ ବନ୍ଧୁ ଥିଲୁ ଓ ବନ୍ଧୁ ହୋଇ ରହିବୁ। ଗତ ୫ ବର୍ଷ ମଧ୍ୟରେ ସେ ଭାଜପା ସରକାରକୁ କେବେ ଧୋକା ଦେଇ ନାହାଁନ୍ତି ବୋଲି କହିଛନ୍ତି। ଯଦି ଫଡନବିସ ଆମ ସହ ଭଲ ସମ୍ପର୍କ ରଖିଥାଆନ୍ତେ ତେବେ ଆଜି ଏହିଦିନ ଦେଖିବାକୁ ପଡି ନ ଥାଆନ୍ତା ବୋଲି ମଧ୍ୟ ଉଦ୍ଧବ ମତ ଦେଇଛନ୍ତି। ଉଦ୍ଧବ କହିଛନ୍ତି ଭାଜପା ଯେହେତୁ ଆମର ଭଲ ଚାହେଁ ତେଣୁ ସେ ଫଡନବିସଙ୍କୁ ବିରୋଧୀ କହିବା ଠିକ୍‌ ହେବନାହିଁ। ସୂଚନାଯୋଗ୍ୟ, ଶନିବାର ଉଦ୍ଧବଙ୍କ ସରକାର ଆସ୍ଥା ଭୋଟରେ ଜିତିବା ପରେ ରବିବାର କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ବାଚସ୍ପତି ଆସନ। ଆଉ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମିଳିଛି ବିରୋଧୀ ଆସନ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦...

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ...

ବିଏସ୍‌ଏଫ୍‌ ହାତରେ ପାକିସ୍ତାନୀ ପାରା

ଜୈସଲମେର,୧୧।୨: ରାଜସ୍ଥାନର ଜୈସଲମେର ଜିଲାରେ ଏକ ପାକିସ୍ତାନୀ ପାରା ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛି। ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାରାଟିକୁ ଏକ ଗଛ ବୁଦାରେ ବସିଥିବା...

ଖଟିଆରେ ବୁହାହୋଇ ଆସୁଥିବା ଗର୍ଭବତୀ ଅଧାବାଟରେ କଲେ ପ୍ରସବ; ଭିଡ଼ିଓ ଭାଇରାଲ

ଗୁଆହାଟୀ,୯।୯: ଆସାମରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। କେତେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇବା ଅସମ୍ଭବ ହୋଇପଡୁଛି। ସମ୍ପ୍ରତି ସ୍ଥାନୀୟ ଉଦରଗୁରି...

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ...

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ: ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବାକୁ ହାତଯୋଡ଼ି ମନାକଲେ କୃଷି ବୈଜ୍ଞାନିକ

ଲୁଧିଆନା,୯।୧୨: ଅନ୍ନଦାତାଙ୍କ ଆନ୍ଦୋଳନକୁ ଦେଶ ତଥା ବିଦେଶରୁ ସମର୍ଥନ ମିଳିବାରେ ଲାଗିଛି। କେତେକ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁରସ୍କାର, ସମ୍ମାନ ଏବଂ ପଦକ ଫେରାଇବା ଘଟଣା...

୩୦ ଦିନରେ ୩୦ ପ୍ରତିଶ୍ରୁତି ପୂରଣ କଲେ ଯୋଗୀ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିକୁ ଏକ ମାସ ବିତିଛିି। ଗତ ଏକ ମାସ ମଧ୍ୟରେ ସରକାର ନିଜର ନିର୍ବାଚନ...

କଂଗ୍ରେସକୁ ମିଳିଲା ବାଚସ୍ପତି ଆସନ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ କଂଗ୍ରେସ ନେତା ନାନା ପାଟୋଲେ ବସିଛନ୍ତି। ନିର୍ବିରୋଧରେ ସେ ଏହି ଆସନ ପାଇଛନ୍ତି। ସୂଚନାଯୋଗ୍ୟ, ପ୍ରଇମେ ବାଚସ୍ପତି ପଦ...

Advertisement
Archives

Model This Week