ଫଟା ପାଇପ୍‌, ଏନ୍‌ଏଚ୍‌ରେ ଭାସୁଛି ପାଣି: ଦୃଷ୍ଟି ଦେଉନି ଜନସ୍ବାସ୍ଥ୍ୟ ବିଭାଗ, ବଢୁଛି ଅସନ୍ତୋଷ

ଭଞ୍ଜନଗର,୭।୧୧(ଡି.ଏନ.ଏ.)- ଭଞ୍ଜନଗର ସହର ଦେଇ ଯାଇଥିବା ରାଞ୍ଚତ୍-ବିଜୟୱାଡ଼ା କରିଡ଼ରର ସ୍ଥାନୀୟ ଶ୍ରୀରାମନଗର ସେତୁ ଉପର ଦେଇ ଯାଇଥିବା ପାଣି ପାଇପ୍‌ ବହୁଦିନ ହେବ ଫାଟିଯାଇଛି। ଏଥିରୁ ପାଣି ବାହାରି ମୁଖ୍ୟ ରାସ୍ତାରେ ଭାସୁଛି। ଏହାର ପ୍ରଭାବରେ ରାସ୍ତା ଖରାପ ହେବାସହ ଖାଲଢ଼ିପ ହୋଇଗଲାଣି। ସମ୍ପୃକ୍ତ ରାସ୍ତାରେ ଯାନବାହାନ ଅତିକ୍ରମ କରିବା ସମୟରେ ଲୋକଙ୍କ ଉପରେ ପାଣି ଛିଟିକା ପଡୁଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମରାମତି ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ରୋଡ଼ ଉପରେ ପାଣି ୨୪ ଘଣ୍ଟା ଜମିରହୁଛି। ଅନ୍ୟପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ଯୋଗୁ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ଉକ୍ତ ରାସ୍ତା ମରାମତି ପ୍ରତି ଦୃଷ୍ଟି ଦେଉନାହିଁ। ଭଞ୍ଜନଗର ପିଏଚ୍‌ଡ଼ି ଅଫିସ ପରିସରରେ ଥିବା ସମ୍ପରୁ ଏକ ପାଇପ ଶ୍ରୀରାମ ନଗରକୁ ଯାଇଛି। ଶ୍ରୀରାମନଗର ପୂର୍ବରୁ ପଡୁଥିବା ସେତୁ ଉପରେ ପାଣି ପାଇପ୍‌ର ଏକାଧିକ ସ୍ଥାନରେ କଣା ହୋଇ ପାଣି ରାସ୍ତାରେ ଭାସୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଷା ମାଗି ଲକ୍ଷେ ଦାନ

ଖୋର୍ଦ୍ଧା ଅଫିସ,୧୯। ୭: ଖୋର୍ଦ୍ଧା ଜିଲା ବାଘମାରିସ୍ଥିତ ହଟକେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ରୁହନ୍ତି ଗଞ୍ଜାମ ଜିଲାର ରଘୁ ରାଉତ। ବୟସ ୭୦ ଟପିଲାଣି। ଦୃଷ୍ଟିବାଧିତ ହୋଇଥିଲେ...

ଗଞ୍ଜାମ-ଖୋର୍ଦ୍ଧା ସୀମା ସିଲ୍, କେହି ଯାଇ ପାରିବେନି ଭୁବନେଶ୍ୱର: ଜିଲାପାଳ

ଛତ୍ରପୁର,୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସିଲ୍‌...

ହାଜତରେ ମଦ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଟ୍ଟାମୁଣ୍ଡାଇ, ୨୦।୯ (ସ୍ବ.ପ୍ର):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ହାଜତରେ ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼...

ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ: ଏସ୍‌ପି

ମାଲକାନଗିରି,୧୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ରଖା ଯାଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛିା ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌ପି...

ଗଞ୍ଜାମରେ କରୋନାରେ ଗୁରୁତର ୬୧ ଜଣଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି

ଛତ୍ରପୁର, ୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାରେ ଗୁରୁତର ୬୧ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି। ଜିଲାର ଶିତଳାପଲ୍ଲିସ୍ଥିତ କୋଭିଡ୍‌ ହସ୍ପିଟାଲରେ ଏହି ଗୁରୁତରମାନେ ଚିକିତ୍ସିତ ହେଉଛନ୍ତି।...

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା...

କେନ୍ଦୁଝର ଜିଲା ଚିଠି: ତଥାପି ଉଜୁଡୁଛି ଜଙ୍ଗଲ

କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି। ଏଥିସହିତ ତାଳଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ...

Play 250+ Trending Games
Archives

Model This Week

Why Dharitri