ପ୍ୟାକେଜ୍‌ ଆଶାରେ ଶିଳ୍ପଜଗତ

ନୂଆଦିଲ୍ଲୀ, ୧୫। ୪ : କରୋନା ଜନିତ ସଙ୍କଟକୁ କମ୍‌ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧିର ଆବଶ୍ୟକତାକୁ ଶିଳ୍ପ ଜଗତ ପକ୍ଷରୁ ସମର୍ଥନ କରାଯାଇଛି। ଏଭଳି ଏକ ପଦକ୍ଷେପର ଆବଶ୍ୟକତା ରହିଥିଲା ବୋଲି ଶିଳ୍ପଜଗତ ପକ୍ଷରୁ କୁହାଯାଇଛି। କୋଭିଡ୍‌-୧୯ ସାରା ଦେଶର ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ସରକାର ଶୀଘ୍ର ଆର୍ଥତ୍କ ପ୍ୟାକେଜ ଘୋଷଣା କରିବାର ଆବଶ୍ୟକତା ରହିଛି ବୋଲି ଶିଳ୍ପ ଜଗତ ପକ୍ଷରୁ ମତ ପ୍ରକାଶ ପାଇଛି। ବୁଧବାର ଠାରୁ ଲକ୍‌ଡାଉନ ସମ୍ପ୍ରସାରଣ କରାଯାଇଛି। ଚଳିତ ମାସ ୨୦ ପରଠାରୁ କେଉଁ କ୍ଷେତ୍ରକୁ ପରିଚାଳନା ଆଶ୍ୱସ୍ତି ମିଳିବ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଏବେ ସମଗ୍ର ଅର୍ଥ ବ୍ୟବସ୍ଥା ସହ ସାରା ଦେଶର ଦାଦନଶ୍ରମିକଙ୍କ ସମସ୍ୟା ବଢିଯାଇଛି। ଲୋକଙ୍କର ଜୀବନ ଏବଂ ଜୀବିକା ଏବେ ଦୋଛକିରେ ଥିବାରୁ ଲକ୍‌ଡାଉନ ଅବଧି ବଢିଥିବାରୁ ଲୋକଙ୍କ ଚିନ୍ତା ମଧ୍ୟ ବଢିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସି ଯୋଗେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିପଦ ନ ଥିବା କିଛି କ୍ଷେତ୍ରକୁ ପରିଚାଳନାକ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିବା ଉପରେ ମୁଖ୍ୟମନ୍ତ୍ରୀମାନେ ଗୁରୁତ୍ୱାରୋପ କରିଛନ୍ତି। ଏବେ ସୁଦ୍ଧା ସରକାର ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହାବାଦ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ବୀମା ସୁବିଧା ମଧ୍ୟ ପ୍ରଦାନ କରାଯାଇଛି।
ଆଇଟି ଶିଳ୍ପ ସଂଘ ନାସକମ୍‌ ପକ୍ଷରୁ କୁହାଯାଇଛି ଯେ, ଦେଶର ଗ୍ରୀନ ଜୋନଗୁଡିକରେ କଟକଣା କୋହଳ ହେଲେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ସରକାର ଯଦି ଶୀଘ୍ର ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରନ୍ତି ଏହା ଅର୍ଥ ବ୍ୟବସ୍ଥାର ପୁନର୍ଗଠନ ଦିଗରେ ସହାୟକ ହୋଇ ପାରିବ।
– ଲକ୍‌ଡାଉନ ପାଇଁ ସାରା ଦେଶର ଅର୍ଥ ବ୍ୟବସ୍ଥା ଦୈନିକ ପ୍ରାୟ ୪୦ ହଜାର କୋଟି କ୍ଷତି ସହୁଛି। ୨୧ ଦିନରେ ଏହା ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହେବ। ଲକ୍‌ଡାଉନ ପାଇଁ ପ୍ରାୟ ୪୦ ନିୟୁତ ଲୋକଙ୍କ ଜୀବିକା ଉପରେ କଳାବାଦଲ ଛାଇ ରହିଛି। ଏହାକୁ ବିଚାର କରି ଜରୁରୀ କାଳୀନ ଭିତ୍ତିରେ ପ୍ୟାକେଜର ଆବଶ୍ୟକତା ରହିଛି। ସରକାର ଯଦି ବିପଦ ନ ଥିବା ସ୍ଥାନଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ଦିଅନ୍ତି ତେବେ ଏହା ଉତ୍ପାଦନ କାର୍ଯ୍ୟକଳାପକୁ ବଢାଇବା ଦିଗରେ ସହାୟକ ହେବ।
-ସଙ୍ଗୀତା ରେଡ୍ଡୀ, ଫିକି ସଭାପତି
ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତିରେ ଲକ୍‌ଡାଉନ ଅତ୍ୟନ୍ତ ଜରୁରୀ। ଏପ୍ରିଲ ୨୦ ପରେ ସରକାର ଯଦି ଆର୍ଥତ୍କ କାର୍ଯ୍ୟକଳାପକୁ ପର୍ଯ୍ୟାୟ ଭିତ୍ତିରେ ଅନୁମତି ଦିଅନ୍ତି ତେବେ ଏହା ଲାଭକାରୀ ହେବ।
– ଚନ୍ଦ୍ରଜୀତ ବାନାର୍ଜୀ, ସିଆଇଆଇ ମହାନିର୍ଦ୍ଦେଶକ

– ବର୍ତ୍ତମାନର ସମୟ ବଡ ଚ୍ୟାଲେଞ୍ଜିଂ। ଶିଳ୍ପ ଜଗତସାମ୍ନାରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଏହାକୁ ଚଳାଇ ନିଆଯାଉଛି। ସ୍ଥିତି ଆଗାମୀ ସପ୍ତାହ ଗୁଡିକରେ ଅସମ୍ଭାଳ ହେବା ନେଇ ଆଶଙ୍କା ଉପୁଜିଛି। ଏହାକୁ ବିଚାର କରି ସରକାର ଶୀଘ୍ର ପ୍ୟାକେଜ ବ୍ୟବସ୍ଥା କରିବା ଉଚିତ।
-ଆସୋଚାମ ମହାସଚିବ ଦୀପକ ସୁଦ

– ପ୍ରାତ୍ସାହନ ପ୍ୟାକେଜ ମୋଟ ଜିଡିପିର ୭% ହେବାରଆବଶ୍ୟତା ରହିଛି। ଏପରି ପଦକ୍ଷେପ ଦ୍ୱାରା ଜିଡ଼ିପିକୁ ୫% ହାରରେବିକାଶ କରିବା ସମ୍ଭବ ହୋଇ ପାରିବ। ଅର୍ଥ ବ୍ୟବସ୍ଥାକୁ ନୂଆଦିଗନ୍ତ ଦେବାରେ ଏହା ସହାୟକ ହେବ।
– ଡି.କେ.ଅଗ୍ରଓ୍ବାଲ, ପିଏଚ୍‌ଡି ଚାମ୍ବର ସଭାପତି

– କରୋନା ମୁକାବିଲା ଲାଗି ଲକ୍‌ଡାଉନ ଏବଂ ସାମାଜିକ ଦୂରତ୍ୱ ରକ୍ଷା ଦୁଇ ପ୍ରମୁଖ ଅସ୍ତ୍ର। ମାତ୍ର ଏହା ଦ୍ୱାରାଦେଶରଅର୍ଥବ୍ୟବସ୍ଥାଏବଂ ବାଣିଜ୍ୟ କାରବାର କ୍ଷତିଗ୍ରସ୍ତ ହୋଇଛି।
-ରତନପୁରୀ, ହିନ୍ଦୁସ୍ତାନ ପାଓ୍ବାର ଅଧ୍ୟକ୍ଷ

– ଲକ୍‌ଡାଉନ ବୃଦ୍ଧି ସ୍ବାଗତ ଯୋଗ୍ୟ। କୋଭିଡ-୧୯ଯୋଗୁ ଉପୁଜିଥିବା ସ୍ଥିତିରସମାଧାନଲାଗି ଏକ ସୁଚିନ୍ତିତିତ ଯୋଜନା ଆବଶ୍ୟକତା ରହିଛି। ଏପ୍ରିଲ ୨୦ ପରେ କେଉଁ ଅଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପ ଆରମ୍ଭ ହେବ ସେ ନେଇ ହେଉଥିବା ପ୍ରସ୍ତୁତି ମଧ୍ୟ ଅର୍ଥ ବ୍ୟବସ୍ଥା ଲାଗି ଶୁଭକାରୀ।
– ନବୀନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ କାମ କରୁଥିବାବେଳେ ଆନନ୍ଦଙ୍କ ମୃତ୍ୟୁ, ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଗଞ୍ଜାମ,୧।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ମହନତା। ଦିନକୁ ଦିନ ବିଧାୟକ ନାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆସ୍ଥା ମଧ୍ୟ…

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri