Posted inଜାତୀୟ

ପ୍ଲାଷ୍ଟିକ ବୋତଲର ସ୍ଥାନ ନେବ ବାଉଁଶ ପାଣି ବୋତଲ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର ୨ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଖଦି ଗ୍ରାମୋଦ୍ୟୋଗ ଆୟୋଗ ବାଉଁଶର ପାଣି ବୋତଲ ନିର୍ମାଣ କରିଛନ୍ତି। ଏହା ପ୍ଲାଷ୍ଟିକ୍‌ ବୋତଲର ସ୍ଥାନ ନେବ ବୋଲି ଜଣାପଡିଛି। କେନ୍ଦ୍ର ଏମଏସଏମଇ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ ଏହି ବୋତଲ ଲଞ୍ଚ୍‌ କରିଛନ୍ତି। ଏହି ବାଉଁଶ ବୋତଲରେ ୭୫୦ ଏମଏଲର ପାଣି ରହିପାରିବ। ଏହାର ଦାମ୍‌ ୩୦୦ଟଙ୍କାରୁ ଆରମ୍ଭ ହୋଇଛି। ଏହି ବୋତଲ ପରିବେଶ ପାଇଁ ବେଶ୍‌ ଅନୁକୂଳ ହୋଇଥିଲାବେଳେ ଏହା ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ପୂର୍ବରୁ ପ୍ଲାଷ୍ଟିକ ଗ୍ଲାସ୍‌ ପରିବର୍ତ୍ତେ ମାଟି ନିର୍ମିତ ଗ୍ଲାସ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନ!

ନୂଆଦିଲ୍ଲୀ,୧୬ ।୧୨: ମେଟ୍ରୋମ୍ୟାନ ଇ.ଶ୍ରୀଧରନ ଗୁରୁବାର ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଜନ୍ମସ୍ଥାନ ମଲପ୍ପୁରମରେ ଘୋଷଣା କରିଛନ୍ତି କି ସେ...

ହାଥରସ ଗଣବଳାତ୍କାର ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ...

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ...

ଭାଜପା ନେତାଙ୍କ ଅପିଲ୍‌: ହିନ୍ଦୁମାନେ ଅତିକମ୍‌ରେ ୫ ସନ୍ତାନ କରନ୍ତୁ ଜନ୍ମ

ନୂଆଦିଲ୍ଲୀ,୨୭।୧୦: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନକୁ ନେଇ ବିତର୍କ ତୀବ୍ର ଚାଲିଥିବାବେଳେ ମିରୁଟର ଜଣେ ଭାଜପା ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପା ନେତା...

ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ...

ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ...

ନିଜର ଚିକିତ୍ସା ପାଇଁ କଣ୍ଢେଇର ଗୋଡ଼ ପ୍ଲାଷ୍ଟର କଲେ ୧୧ମାସର ଶିଶୁ

ନୂଆଦିଲ୍ଲୀ,୩୦।୮: ଛୋଟବେଳେ ସବୁ ପିଲାଙ୍କର କୌଣସି ଏକ ଖେଳନା ସହ ଅକର୍ଷଣ ରହିଥାଏ। ସେହି ଖେଳନା ବିନା ସେମାନେ କୌଣସି କାର୍ଯ୍ୟ କରି ନ ଥାନ୍ତି।...

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ...

Advertisement
Archives

Model This Week