ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଦେଉଛନ୍ତି ଜୁସ୍‌

ବେଙ୍ଗାଲୁରୁ,୬।୨: କର୍ନାଟକର ଜଣେ ଜୁସ୍‌ ଦୋକାନୀ ଏବେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି। ସେ ଏବେ ପ୍ଲାଷ୍ଟିକ ନୁହେଁ ଫଳ ଖୋଳରେ ଜୁସ୍‌ ଦେଇ ସମସ୍ତଙ୍କ ମନ ଜିତିଥିବା କୁହାଯାଉଛି। ଏଏନ୍‌ଆଇର ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ମାଲେଶ୍ୱରମରେ ‘ଇଟ୍‌ ରାଜା’ ନାମକ ଏକ ଜୁସ୍‌ ଦୋକାନ ରହିଛି। ଏହି ଦୋକାନରେ ଗ୍ରାହକଙ୍କୁ ପ୍ଲାଷ୍ଟିକ ଗ୍ଲାସ ବଦଳରେ ଫଳର ଖୋଳରେ ଜୁସ୍‌ ଦିଆଯାଉଛି। ଗ୍ରାହକମାନେ କୁହନ୍ତି ସୋସିଆଲ ମିଡିଆରେ ଏହି ଦୋକାନ ସମ୍ପର୍କରେ ସୂଚନା ମିଳିବା ପରେ ସେମାନେ ଏଠି ଆସି ଜୁସ୍‌ ପିଉଛନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବା ବେଳେ ଜୁସ୍‌ ପିଇ ସାରିବା ପରେ ଫଳର ଖୋଳକୁ ଗାଈବଳଦଙ୍କୁ ମଧ୍ୟ ଖାଇବାକୁ ଦିଆଯାଇ ପାରିବ ବୋଲି ସେମାନେ ମତ ଦିଅନ୍ତି। ବଡ ବଡ ତରଭୁଜ, ବେଲ, ନଡିଆ ଆଦି ଖୋଳରେ ଦୋକାନୀ ଜଣଙ୍କ ଜୁସ୍‌ ଦେଉଥିବା କୁହାଯାଏ। ସୂଚନାଯୋଗ୍ୟ, ଏବେ ପ୍ଲାଷ୍ଟିକ ଯୋଗୁ ସାରା ବିଶ୍ୱରେ ପ୍ରଦୂଷଣର ମାତ୍ରା ବଢି ଚାଲିଥିବା ବେଳେ ଏହାକୁ ଯେ କୌଣସି ଉପାୟରେ ନାଁ କହିବାର ସମୟ ଆସିଛି। କାରଣ ଏହା ଶହ ଶହ ବର୍ଷ ଧରି ମାଟିରେ ମିଶୁ ନ ଥିବା ବେଳେ ଏହା ଜଳ, ସ୍ଥଳ ସବୁଠି ଅଡୁଆ ବଢାଇବାରେ ଲାଗିଛି। ତେଣୁ ଉକ୍ତ ଫଳ ଦୋକାନୀଙ୍କ ପ୍ରୟାସ ଯୋଗୁ ତାଙ୍କ ଦୋକାନରେ ବର୍ଜ୍ୟବସ୍ତୁ ବାହାରୁ ନାହିଁ କହିଲେ ଚଳେ। କାରଣ ସେ ପ୍ଲାଷ୍ଟିକର ବ୍ୟବହାର କରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଗାସସ୍‌ ମାମଲା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୪ା୯:ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାରରେ କେନ୍ଦ୍ର ସରକାରଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଗୁରୁବାର ହୋଇଥିଲା। ସର୍ବୋଚ୍ଚ...

ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୯।୫:ଉତ୍ତରାଖଣ୍ଡ ଚମ୍ପାୱାତ ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦଳର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଏକ ସାଧାରଣ...

ନିକି ହତ୍ୟା ମାମଲା: ସାହିଲଙ୍କ ବାପାଙ୍କ ସମେତ ୫ ଗିରଫ, ଜଣେ କନଷ୍ଟେବଳ ସାମିଲ

ନୂଆଦିଲ୍ଲୀ,୧୮।୨: ରାଜଧାନୀ ଦିଲ୍ଲୀରେ ନିକି ଯାଦବଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା...

ସେଓରୁ ଚୋପା ଛଡ଼ାଇ ମେଣ୍ଢାକୁ ଏମିତି ଖାଇବାକୁ ଦେଉଛି କୁନି ଝିଅ, ଭିଡିଓ ଦେଖିଲେ …

କଥାରେ ଅଛି, ଗୋଟିଏ ଗୁଳିରେ ଦୁଇଟି ଶିକାର ଅର୍ଥାତ୍‌ ଏକା ସାଙ୍ଗରେ ଦୁଇଟି କାର୍ଯ୍ୟ ହାସଲ କରିବା। ଯାହାଦ୍ୱାରା ସମୟ ଏବଂ ସାମଗ୍ରୀ ଅପଚୟରୁ ରକ୍ଷା...

୩ ଲୋକ ସଭା ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଗଣତି ଆରମ୍ଭ

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩୦ ଅକ୍ଟୋବରରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ...

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ଶେଷ ହେବ ପ୍ରଚାର, ଭାଜପା ଜାରି କରିବ ଘୋଷଣା ପତ୍ର

ଲକ୍ଷ୍ନୌ,୮ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରଚାର ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହେବ । ଏଥିରେ ପଶ୍ଚିମ ୟୁପିର...

ଖଣ୍ଡନ କଲେ କମଲ ନାଥ

ନୂଆଦିଲ୍ଲୀ,୧୬।୭: ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଦଳର ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି। କଂଗ୍ରେସ...

ଭଗବାନ କୃଷ୍ଣଙ୍କୁ ଶୀତ ପୋଷାକ ଯୋଗାଇ ଦେଲେ ମନ୍ଦିର ପ୍ରଶାସନ

ମଥୁରା,୧୯।୧୨: ଉତ୍ତର ଭାରତରେ ହଠାତ୍‌ ଶୀତର ପ୍ରକୋପ ବଢିଯାଇଥିବାରୁ ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ସେମାନେ ନିଜ ଭଗବାନଙ୍କ ଯତ୍ନ ନେବାକୁ ମଧ୍ୟ...

Advertisement
Archives

Model This Week