Posted inଜାତୀୟ

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ କହିଛନ୍ତି। ଭାରତର ପ୍ରଥମ ପ୍ଲଗର ରିପୁଦମନ ବେଲ୍‌ଭି ଏହି ପ୍ଲଗିଙ୍ଗ୍‌ କ୍ୟାମ୍ପେନ୍‌ର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି। ପ୍ଲଗିଙ୍ଗ୍‌ ହେଉଛି ରାସ୍ତାରେ ଜଗିଙ୍ଗ୍‌ କରିବା ସହିତ ଅଳିଆ ଉଠାଇବା। ଏହା ଆମକୁ ଫିଟ୍‌ ରଖିବା ସହ ପ୍ରଦୂଷଣ ରୋକିବାରେ ସହାୟକ ହୋଇପାରିବ। ୨୦୧୬ରେ ସ୍ବିଡେନ୍‌ରେ ପ୍ରଥମେ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ ଅଭିଯାନ ହେଉଥିବାବେଳେ ଏଥିରୁ ମୁକ୍ତି ପାଇଁ ୧୩୦ କୋଟି ଦେଶବାସୀଙ୍କୁ ଶପଥ ନେବାକୁ ହେବ। ଅକ୍ଟୋବର ୨ରେ କ୍ରୀଡା ମନ୍ତ୍ରଣାଳୟ ‘ଫିଟ୍‌ ଇଣ୍ଡିଆ ପ୍ଲଗିଙ୍ଗ୍‌ ରନ୍‌’ ଆୟୋଜନ କରିବ। ଏଥିରେ ସାରା ଦେଶରୁ ଲୋକେ ଭାଗ ନେଇ ୨ କିଲୋମିଟର ଦୌଡିବା ସହ ଅଳିଆ ସଂଗ୍ରହ କରିବେ।
ତମାଖୁ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେବା ସହ ଇ-ସିଗାରେଟ ନିଷିଦ୍ଧ କରାଯାଇଥିବାରୁ ଏହା ଯୁବସମାଜକୁ ନୂଆ ବଦଭ୍ୟାସରେ ପଡିବାରୁ ରୋକିପାରିବ ବୋଲି କହିଛନ୍ତି। କ୍ୟାନସର, ମଧୁମେହ ଓ ରକ୍ତଚାପ ଭଳି ତମାଖୁ ସେବନ ଅତ୍ୟନ୍ତ ହାନିକାରକ। ଇ-ସିଗାରେଟ ମଧ୍ୟ ଅନୁରୂପ କ୍ଷତିକାରକ ହୋଇଥିବାରୁ ଏହାର ଉତ୍ପାଦନ ଓ ବିକ୍ରିକୁ ବନ୍ଦ କରିବା ଲାଗି ସରକାର ଅଧ୍ୟାଦେଶ ଆଣିଛନ୍ତି। ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ଏହି ଅଧ୍ୟାଦେଶ ଆଇନରେ ପରିଣତ ହେବାକୁ ଯାଉଛି।
ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ଜନସାଧାରଣ ପରସ୍ପର ମଧ୍ୟରେ ଆନନ୍ଦ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନବରାତ୍ର ଉତ୍ସବ ଆରମ୍ଭ ହୋଇଥିତ୍ବାବେଳେ ଏହା ଲୋକଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେବ। ଏଥର ଦିଓ୍ବାଲି ପାଳନ ବେଳେ ରାଷ୍ଟ୍ର ନାରୀଶକ୍ତିର ଦକ୍ଷତା ଓ ସାମର୍ଥ୍ୟର ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଝିଅମାନଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି।
କ୍ରୀଡା ଓ ଖେଳଓ୍ବାଡ ମନୋଭାବ ସମ୍ପର୍କରେ କହିବା ବେଳେ ୟୁଏସ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟ ତାଙ୍କୁ ପ୍ରଭାବିତ କରିଥିବା ସୂଚନା ଦେଇଥିଲେ। ଖେଳଓ୍ବାଡ ମନୋଭାବ ରଖି ଲୋକଙ୍କ ହୃଦୟ ଜିଣିବାକୁ ସେ ପରାମର୍ଶ ଦେଇଥିଲେ। ଅକ୍ଟୋବର ୩୧ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଆମର ଲକ୍ଷ୍ୟ ହୋଇଥିବାରୁ ଏହି ଦିନ ବହୁସଂଖ୍ୟାରେ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପାର୍ବଣ ଋତୁରେ ଭାରତ ଭ୍ରମଣ ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲବ୍‌ ହାଉସ୍‌ ଆପ୍‌ ମାଧ୍ୟମରେ ପୁଣି ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ …

ନୂଆଦିଲ୍ଲୀ, ୧୯।୧ : ଦିଲ୍ଲୀ ପୋଲିସର ସାଇବର ୟୁନିଟ କ୍ଲବ୍‌ ହାଉସ୍‌ ନାମକ ସେଶନ୍‌ ଚାଟ୍‌୍‌ରେ ମୁସଲମାନ ମହିଳାଙ୍କ ପ୍ରତି ଅଶ୍ଳୀଳ ତଥା ଆପତ୍ତିଜନକ ମନ୍ତବ୍ୟ...

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି, ୨୦ ନିଖୋଜ…

ଗୁଆହାଟୀ, ୨୯।୯ : ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଛି। ଧୁବ୍ରି ଜିଲାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ୫୦ ଜଣ ଲୋକ...

ଆତଙ୍କ ସୃଷ୍ଟି କରନାହିଁ

ନୂଆଦିଲ୍ଲୀ, ୧୭ା୫ (ଆଇଏଏନ୍‌ଏସ୍‌): ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ...

ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ

ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ।...

ଶୋଭାଯାତ୍ରା ବେଳେ ଉତ୍ତେଜନା: ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଲାଗୁ

ଚଣ୍ଡିଗଡ,୩୧।୭: ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛି। କୁହାଯାଉଛି ଯେ ବ୍ରିଜ ମଣ୍ଡଳ...

ମହାପଞ୍ଚାୟତରେ ଗର୍ଜିଲେ ଟିକାଏତ: ଭାଙ୍ଗିଲା ସଭାମଞ୍ଚ

ଜିନ୍ଦ, ୩।୨: କୃଷି ଆଇନକୁ ବିରୋଧ କରି ହରିୟାଣାର ଜିନ୍ଦଠାରେ ବୁଧବାର ଅନୁଷ୍ଠିତ ହୋଇଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାଏତ କେନ୍ଦ୍ର ସରକାରଙ୍କ ଉପରେ...

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ...

ସ୍ବାମୀଙ୍କ ପ୍ରେମରେ ବାଧା ସାଜିଥିଲେ ସ୍ତ୍ରୀ, ଆଉ ତା’ପରେ

ଗାଜିଆବାଦ,୧୫।୯: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ବାଧା ହେବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ମୃତଦେହକୁ...

Advertisement
Archives

Model This Week