Posted inଜାତୀୟ

ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଆବିଷ୍କୃତ

ନୂଆଦିଲ୍ଲୀ,୧୧-୧୦(ପି.ଟି.):ଭାରତୀୟ ବୈଜ୍ଞାନିକମାନେ ଗ୍ରେଟର ନଏଡାର ଆର୍ଦ୍ରଭୂମିରୁ ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ଏହାକୁ ନଷ୍ଟ କରିବା ଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଏହି ଆବିଷ୍କାର ସହାୟକ ହୋଇପାରିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ନଷ୍ଟ କରିବାରେ ଏହା ପରିବେଶ ଅନୁକୂଳ ବିକଳ୍ପ ହେବ ବୋଲି କୁହାଯାଉଛି।
ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଗବେଷକମାନେ ଉଦ୍ଭାବନ କରିଥିବା ଏହି ବ୍ୟାକ୍ଟେରିଆର ପଲିଷ୍ଟିରିନ୍‌ ବିଘଟନ କ୍ଷମତା ରହିଛି। ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ୍‌ର ମୁଖ୍ୟ ଉପାଦାନ ହେଉଛି ପଲିଷ୍ଟିରିନ୍‌। ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଆର୍ଦ୍ରଭୂମିରୁ ମିଳିଥିବା ଏହି ବ୍ୟାକ୍ଟେରିଆର ନଁା ଏକ୍ସିଗୁବ୍ୟାକ୍ଟେରିୟମ୍‌ ସିବିରିକମ୍‌ ଷ୍ଟ୍ରେନ୍‌ ଡିଆର୍‌୧୧ ଏବଂ ଏକ୍ସିଗୁବ୍ୟାକ୍ଟେରିୟମ୍‌ ଅନ୍‌ଡାଏ ଷ୍ଟ୍ରେନ୍‌ ଡିଆର୍‌୧୪ ରଖାଯାଇଛି। ରୟାଲ ସୋସାଇଟି ଅଫ୍‌ କେମେଷ୍ଟ୍ରି (ଆର୍‌ଏସ୍‌ସି) ଆଡଭାନ୍ସେସ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ପଲିଷ୍ଟିରିନ୍‌ର ଉଚ୍ଚ ଆଣବିକ ଗୁରୁତ୍ୱ ଓ ଦୀର୍ଘ ଶୃଙ୍ଖଳ ପଲିମର ବିନ୍ୟାସ ଯୋଗୁ ଏହା ବିଘଟନ ହୋଇ ନ ଥାଏ। ଫଳରେ ଏହା ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ପଲିଷ୍ଟାଇରିନ୍‌ର ମାତ୍ରାଧିକ ଉତ୍ପାଦନ ଓ ବିଭିନ୍ନ ସେକ୍ଟରରେ ଏହାର ବ୍ୟାପକ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିବା ସହ ବର୍ଜ୍ୟ ପରିଚାଳନା ଦିଗରେ ସମସ୍ୟା ଭାବେ ଉଭା ହୋଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି। ଆବିଷ୍କୃତ ବ୍ୟାକ୍ଟେରିଆ ପଲିଷ୍ଟିରିନ୍‌କୁ ନଷ୍ଟ କରିବାରେ ସକ୍ଷମ ଏବଂ ଏହାକୁ ପ୍ଲାଷ୍ଟିକ୍‌ଜନିତ ପରିବେଶ ପ୍ରଦୂଷଣ ରୋକିବାରେ ବ୍ୟବହାର କରାଯାଇପାରିବ ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ରିଚା ପ୍ରିୟଦର୍ଶିନୀ କହିଛନ୍ତି।
ଆର୍ଦ୍ରଭୂମି ଅନେକ ଅଣୁଜୀବଙ୍କ ବାସସ୍ଥାନ ହୋଇଥିଲାବେଳେ ଏହା ପ୍ରାୟତଃ ଅନାବିଷ୍କୃତ ରହିଆସିଛି। ସେଠାରୁ ପରିବେଶ ଉପଯୋଗୀ ତଥା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟବହାରଯୋଗ୍ୟ ବ୍ୟାକ୍ଟେରିଆକୁ ବାହାର କରିବାକୁ ହେବ ବୋଲି ରିଚା କହିଛନ୍ତି। ସ୍କୁଲ୍‌ ଅଫ ନାଚୁରାଲ ସାଇନ୍ସେସ୍‌ର ଜୀବବିଜ୍ଞାନ ବିଭାଗରେ କାର୍ଯ୍ୟରତ ଟିମ୍‌ ସହ ସେ ଏହି ବ୍ୟାକ୍ଟେରିଆକୁ ଆବିଷ୍କାର କରିଛନ୍ତି।
ଶିଳ୍ପ ବିଭାଗର ଆକଳନ ଅନୁଯାୟୀ ଭାରତରେ ବର୍ଷକୁ ପ୍ରାୟ ୧୬.୫ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି। ଅଖିଳ ଭାରତୀୟ ପ୍ଲାଷ୍ଟିକ୍‌ ଉତ୍ପାଦନକାରୀ ସଂଘର ଆକଳନ ଅନୁଯାୟୀ ବର୍ଷକୁ ପାଖାପାଖି ୧୪ ନିୟୁତ ଟନ୍‌ ପଲିଷ୍ଟିରିନ୍‌ ଉତ୍ପାଦନ ହେଉଛି ଯାହା ଜୈବିକ ଉପାୟରେ ବିଘଟିତ ହୋଇ ନ ଥାଏ। ଦୀର୍ଘ ୪୫୦ବର୍ଷ ହେଲା ଜମାହୋଇ ରହିଥିବା ପ୍ଲାଷ୍ଟିକ୍‌ ଉଭୟ ସ୍ଥଳ ଓ ଜଳଜୀବଙ୍କ ଲାଗି ବିପଦ ସୃଷ୍ଟି କରିଥିବା ଗବେଷକ କହିଛନ୍ତି। ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଏକ ଉଲ୍ଲେଖନୀୟ ଆବିଷ୍କାର। ପ୍ରାକୃତିକ ଉପାୟରେ ପ୍ଲାଷ୍ଟିକ୍‌କୁ ନଷ୍ଟ କରିବା ବହୁଦିନର ସ୍ବପ୍ନ ଥିଲା ଯାହାର ସମାଧାନ ହୋଇପାରିଛି ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର କୁଳପତି ରୂପାମଞ୍ଜରୀ ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri