Posted inଜାତୀୟ

ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଲେ ପରିବାର ଲୋକେ

ଜଳନ୍ଧର,୧୫।୯: ପଞ୍ଜାବର ତରନତାରନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିବାରୁ ଝିଅ-ଜ୍ୱାଇଁଙ୍କୁ ଗୁଳି ମାରିଛନ୍ତି ଯୁବତୀଙ୍କ ପରିବାର ଲୋକେ। ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ତରନତାରନର ନୌଶେରା ଢାଲା ନିବାସୀ ଅମନଦୀପ ସିଂ ନିଜ ଗ୍ରାମର ଅମନପ୍ରୀତ କୌରଙ୍କୁ ପ୍ରେମ କରି ବସିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହା ସପକ୍ଷରେ ନ ଥିଲେ। ଏହା ସତ୍ତ୍ୱେ ୪ ମାସ ତଳେ ପରିବାର ବିରୋଧରେ ଯାଇ ଉଭୟେ ଘରୁ ପଳାଇ ବିବାହ କରିଥିଲେ। ଶନିବାର ଉଭୟେ ଗାଁ ଫେରିବାରୁ ଅମନପ୍ରୀତଙ୍କ ପରିବାର ଲୋକେ ଝିଅ-ଜ୍ୱାଇଁଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଅମନଦୀପଙ୍କ ମୃତ୍ୟୁ ହୋଇଥିବାବେଳେ ଅମନପ୍ରୀତଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ...

ଖବରଦାତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ: ନିନ୍ଦା କଲା ଆଇଏନ୍‌ଏସ୍‌

ନୂଆଦିଲ୍ଲୀ,୪ା୨(ପି.ଟି./ଆଇଏଏନ୍‌ଏସ୍‌): ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟିଂ କରୁଥିବା ବରିଷ୍ଠ ସମ୍ପାଦକ ଓ ଖବରଦାତାଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ଏଫ୍‌ଆଇଆର୍‌ କରାଯାଇଛି।...

ଏକନାଥ ଶିନ୍ଦେଙ୍କର ଉଦ୍ଧବ ଠାକରେଙ୍କ ଉପରେ ଆଉ ଏକ ‘ବାଉଂସର’, ମହା ବିକାଶ ଅଘାଡିର ୨୫ ନେତାଙ୍କ ହଟିଲା ସୁରକ୍ଷା

ମୁମ୍ବାଇ,୨୯ ।୧୦: କିଛି ଦିନର ନିରବତା ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହାଇ ଡ୍ରାମା ହେବାର ଅନୁମାନ କରାଯାଉଛି । ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ...

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି...

ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ...

କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି

ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ...

ଉଦ୍ଧବ ସମର୍ଥକଙ୍କୁ ଝଟ୍‌କା, ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଅସଲି ଶିବସେନା କିଏ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୭।୯ : ଶିବସେନାଙ୍କ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ମିଳିଛି। ଦଳର ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ବନ୍ଦ...

Advertisement
Archives

Model This Week