ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ରୀ

ଭୁବନେଶ୍ୱର,୩ା୧(ବ୍ୟୁରୋ): ପ୍ରେମ ପାଇଁ ଜୀବନ ହାରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ। ହଷ୍ଟେଲ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ (୨୭)। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଛକସ୍ଥିତ କ୍ରିଷ୍ଣା ଏନ୍‌କ୍ଲେଭ୍‌ରେ ଥିବା ଘରୋଇ ହଷ୍ଟେଲ କୋଠରିରୁ ପୋଲିସ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ଏନେଇ ଗୁରୁବାର ଏକ ଅପମୃତ୍ୟୁ ମାମଲା ନଂ.୨/୨୦୨୦ ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।
ପୋଲିସ ସୂଚନା ଅନୁଯାୟୀ, ଝୁମ୍ପା ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ୁଥିଲେ। କ୍ରିଷ୍ଣା ଏନ୍‌କ୍ଲେଭ୍‌ସ୍ଥିତ ହଷ୍ଟେଲର ଏକ ରୁମ୍‌ରେ ଅନ୍ୟଜଣେ ସହପାଠୀଙ୍କ ସହ ରହୁଥିଲେ। ନୂଆବର୍ଷ ପାଇଁ ସହପାଠୀ ଜଣକ ଘରକୁ ଚାଲିଯାଇଥିଲେ। ଝୁମ୍ପା ରୁମ୍‌ରେ ଏକୁଟିଆ ଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଛାତ୍ରୀ ଜଣକ ବେକରେ ଓଢଣି ଲଗାଇ ଫ୍ୟାନ୍‌ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଉତ୍ତର ଦେଇ ନ ଥିଲେ। କିଛି ଘଟଣା ଘଟିଥିବା ଆଶଙ୍କା କରି ସେ ଛାତ୍ରୀଙ୍କ ହଷ୍ଟେଲ ଆଗକୁ ଆସି ବଡ଼ ପାଟିକରି ଝୁମ୍ପାକୁ ଡାକିବା ସହ ହୋହଲ୍ଲା କରିଥିଲେ। ଏହାଶୁଣି ଉକ୍ତ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀମାନେ ଝୁମ୍ପାଙ୍କ ରୁମ୍‌କୁ ଯାଇ କବାଟ ବାଡେଇ ଡାକିଥିଲେ ମଧ୍ୟ ସେ ଖୋଲି ନ ଥିଲେ। ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଝୁଲନ୍ତା ଅବସ୍ଥାରେ ଝୁମ୍ପାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁରୁଷ ବନ୍ଧୁଙ୍କ ସହ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଝଗଡାକୁ ନେଇ ଯୁବତୀ ଏଭଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ ଏନେଇ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ପୋଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆସିବା ପରେ ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଭୋଟର ସର୍ଭେ

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଏବଂ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

BRICSରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ଭାରତ- ଏହା ସଫଳ ହେବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ବ୍ରିକ୍ସ ସମ୍ମିଳନୀରେ, ଭାରତ ସମସ୍ତ ପ୍ରମୁଖ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଭାରତ ଲକ୍ଷ୍ୟ ରଖିଛି ଯେ ଶିଖର…

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri