Posted inଜାତୀୟ

ପ୍ରିୟଙ୍କା ଯିବେ ରାଜ୍ୟ ସଭା !

ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍‌ରେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର କେତେକ ରାଜ୍ୟ ସଭା ଆସନ ଖାଲି ହେଉଛି। ମୋତିଲାଲ ଭୋରା, ଦିଗ୍‌ବିଜୟ ସିଂ, କୁମାରୀ ଶୈଲଜା, ମଧୁସୂଦନ ମିସ୍ତ୍ରୀ, ହୁସେନ୍‌ ଦଲବଇ ଆଦିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏସବୁ ଆସନରୁ ପ୍ରିୟଙ୍କା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଣଦୀପ୍‌ ସୁରେଜଓ୍ବାଲା, ଭିଲିନ୍ଦ ଦଓ୍ବେଡ଼ା, ଜିତିନ ପ୍ରସାଦ ଏବଂ ଆର୍‌.ପି.ଏନ୍‌. ସିଂ ହାଦି ଯୁବନେତାଙ୍କୁ ରାଜ୍ୟ ସଭାକୁ ପଠାଇବା ସପକ୍ଷରେ ରାହୁଲ ଗାନ୍ଧୀ ଅଛନ୍ତି। ଚଳିତ ବର୍ଷ କଂଗ୍ରେସର ୧୮ ଜଣ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ଦଳ କେବଳ ୯ ଜଣ ସଦସ୍ୟଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ସକ୍ଷମ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନରୁ ପ୍ରିୟଙ୍କାଙ୍କୁ ରାଜ୍ୟ ସଭାକୁ ପଠାଇବା ପାଇଁ ଆଗ୍ରହୀ। ସୂଚନାଯୋଗ୍ୟ, ଏପ୍ରିଲ୍‌ରେ ରାଜସ୍ଥାନର ୩ ଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ରୋକିବାକୁ କେଜରିୱାଲଙ୍କ ନୂଆ ଆପ୍ ‘ଗ୍ରୀନ୍ ଦିଲ୍ଲୀ’

ନୂଆଦିଲ୍ଲୀ,୨୯ ।୧୦: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ । ଏହାକୁ ରୋକିବାକୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ଏକ ନୂଆ ପଦକ୍ଷେପ...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି...

‘ମହିଳାଙ୍କୁ ଅସମ୍ମାନିତ କରିଛି ଭାଜପା ସରକାର’

ନୂଆଦିଲ୍ଲୀ,୧୮ା୨(ପି.ଟି.)-କମାଣ୍ଡ ପଦବୀ କିମ୍ବା ସ୍ଥାୟୀ କମିଶନ ପାଇଁ ମହିଳା ସେନା ଅଧିକାରୀମାନେ ଯୋଗ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇ ଭାଜପା ସରକାର ଦେଶର ମହିଳାମାନଙ୍କ...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଉପରେ…

ନୂଆଦିଲ୍ଲୀ,୨୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ପରବର୍ତ୍ତୀ ଚ୍ୟାଲେଞ୍ଜ୍‌ ବାଚସ୍ପତି ନିର୍ବାଚନ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଯୁଦ୍ଧ ପରିପ୍ରେକ୍ଷୀରେ ଭାଜପା, ଶିବସେନା, ଏନ୍‌ସିପି ଓ କଂଗ୍ରେସ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ବାଚସ୍ପତି ନିର୍ବାଚନ। ଆସନ୍ତା...

‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’

ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...

ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର...

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ...

Advertisement
Archives

Model This Week