ପ୍ରାଣୀ ମିତ୍ର, କୃଷି ମିତ୍ର ପଦବୀ ପରୀକ୍ଷାର ବାହାରୁନି ଫଳାଫଳ

ଗୋପ, ୨୬।୭(ଡି.ଏନ୍‌.ଏ.) : ଓଡ଼ିଶା ଜୀବିକା ମିଶନ ଜରିଆରେ ଗୋପ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ପ୍ରାଣୀ ମିତ୍ର ଓ କୃଷି ମିତ୍ର ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ଏଥିପାଇଁ ଆରମ୍ଭରୁ ଅନିୟମିତତା ହୋଇଥିବା ଦେଖାଦେଇଛି। ଗୋପ ଜୀବିକା ମିଶନର ପ୍ରକଳ୍ପ ପରିଚାଳିକା ଗତ ୧ ତାରିଖରେ ବ୍ଲକ୍‌ର ବଉଳାଙ୍ଗ, ଏରବଙ୍ଗ ଏବଂ ଧୂମାଳ ପଞ୍ଚାୟତରେ ଏଥିପାଇଁ ପରୀକ୍ଷା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ହୋଇନାହିଁ। ଫଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଓଡ଼ିଶା ଜୀବିକା ମିଶନ ତରଫରୁ ଗୋପ ବ୍ଲକ୍‌ର ୩୧ଟି ପଞ୍ଚାୟତ ପାଇଁ ୬୨ଟି ପ୍ରାଣୀ ମିତ୍ର, ୯୩ଟି କୃଷି ମିତ୍ର ଓ ୩୧ଟି ସିଆର୍‌ପି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପଞ୍ଚାୟତ ମହିଳା ମହାସଂଘ ଜରିଆରେ ଶହ ଶହ ଆଶାୟୀ ଆବେଦନ କରିଥିଲେ। ପରୀକ୍ଷା ସରିବା ମାତ୍ରେ ସଙ୍ଗେ ସଙ୍ଗେ ଫଳ ପ୍ରକାଶିତ କରି ଚୟନ ହୋଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ନିୟମ ରହିଛି। ମାତ୍ର ପରୀକ୍ଷା ପରେ ଖାତା ବ୍ଲକ କାର୍ଯ୍ୟାଳୟରେ ରହିଥିବାରୁ ଏଥିରେ ଅନିୟମିତତା ହୋଇଥିବା ନେଇ ଆଶାୟୀମାନେ ଅଭିଯୋଗ କରିଛନ୍ତି। ଏନେଇ ଆଶାୟୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ରାଜ୍ୟ ସରକାର ରାଜ୍ୟର ଉନ୍ନତୀକରଣ ଓ ମହିଳା ସଶକ୍ତୀକରଣର ଠିକ୍‌ କାର୍ଯ୍ୟଧାରାକୁ ନେଇ ଏପରି ଏକ ଯୋଜନା ପ୍ରସ୍ତୁତ କରିଥିବାବେଳେ ବ୍ଲକ୍‌ରେ କାର୍ଯ୍ୟ କରୁଥିବା ଓଡ଼ିଶା ଜୀବିକା ମିଶନର ଅଧିକାରିଣୀମାନେ ଏହି ଯୋଜନାକୁ ଠିକ୍‌ ଭାବରେ ପରିଚାଳନା ନ କରିବାରୁ ସରକାରଙ୍କ ଯୋଜନା ବାଟବଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୋପ ଜୀବିକା ମିଶନ ପ୍ରକଳ୍ପ ପରିଚାଳିକା ଦୀପାଳି ଛାଟୋଇଙ୍କୁ ପଚାରିବାରେ ପରୀକ୍ଷା କରାଯାଇଛି। ଖୁବ୍‌ ଶୀଘ୍ର ଫଳ ପ୍ରକାଶ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?