ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ: ଖଣି ଜରିମାନା, ବକେୟା ଟିକସ ଆଦାୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ରାଜ୍ୟ ସରକାର ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ କହିଛନ୍ତି ଯେ, ବଜେଟ ଅର୍ଥ ଯୋଗାଡ଼ କରିବା ପାଇଁ ସରକାର ବେଆଇନ ଖଣି ଲିଜ୍‌ଧାରୀଙ୍କଠାରୁ ଜରିମାନା ଅର୍ଥ ଆଦାୟକୁ କଡ଼ାକଡ଼ି କରିବା ଦରକାର। ୬୮ ହଜାର କୋଟି ଜରିମାନା ରାଶିରୁ ମାତ୍ର ୧୭ ହଜାର କୋଟି ଟଙ୍କା ଆଦାୟ କରାଯାଇଛି।
ଏ ଦିଗରେ ସରକାର ଅଧିକ କ୍ରିୟାଶୀଳ ହେବା ଜରୁରୀ। ଏଥିସହିତ ନିଲାମ ଅପେକ୍ଷାରେ ଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦରକାର। ଦୀର୍ଘଦିନ ଧରି ବାକି ରହିଥିବା ଜଳକର, ବିଦ୍ୟୁତ୍‌ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ଆଦାୟ ଉପରେ ସରକାର ଗୁରୁତ୍ୱ ଦେବାକୁ ଘଡ଼େଇ ପରାମର୍ଶ ଦେଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ପ୍ରସ୍ତୁତି ବୈଠକରେ ଯୋଗଦେଇ ବଜେଟ ପରିଚାଳନା ଏବଂ ଆର୍ଥିକ ଶୃଙ୍ଖଳା ସହ ଟିକସ ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଦ୍ୟୁତ୍‌ ବିଲ୍‌ ଆଦାୟ ବ୍ୟବସ୍ଥା ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ସେ ମତ ଦେଇଛନ୍ତି। ବଜେଟ ପ୍ରସ୍ତୁତ ପୂର୍ବରୁ ୧୫୦୦ ଲୋକ ନିଜର ମତାମତ ଦେଇଛନ୍ତି। ସେହି ମତାମତକୁ ଆଧାର କରି ବଜେଟ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ଚଳିତ ବର୍ଷ ଏହା ଦେଢ଼ଲକ୍ଷ କୋଟିକୁ ଟପିଯିବା ନେଇ ଆକଳନ କରାଯାଉଛି। ଆନ୍ତର୍ଜାତିକସ୍ତରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ବଜେଟ ଉପରେ ପଡ଼ିବା ସମ୍ଭାବନା ରହିଛି। ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଆଶାନୁରୂପ ହେଉନାହିଁ। ତେବେ ୨୦୧୯ ଡିସେମ୍ବର ସୁଦ୍ଧା ୨୯ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିଛି। ଖଣି କ୍ଷେତ୍ରରେ ମଧ୍ୟ ଆଶାନୁରୂପ ପ୍ରଗତି ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଅର୍ଥନୀତି ବିଶାରଦଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର,୧୨।୯(ସୁନିତ୍‌ ମିଶ୍ର): ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଧାୟକ ସୌମ୍ୟଙ୍କୁ...

ସରିଲା ଦୁର୍ଗାପୂଜା: ଅପେକ୍ଷା ଆରବର୍ଷକୁ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ଯ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବୁଧବାର...

ଭୁଶୁଡ଼ିଲା ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ

ପରଜଙ୍ଗ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅଧୀନ କଟାବାହାଳ ଗ୍ରାମରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ମଙ୍ଗଳବାର ଭୁଶୁଡ଼ି ପଡ଼ିଛି।...

ଅସୁରକ୍ଷିତ ବୌଦ୍ଧପୀଠ

ଚଣ୍ଡିଖୋଲ,୫ା୫(ଡି.ଏନ୍‌.ଏ.): ଶୁକ୍ରବାର ଚନ୍ଦନ ପୂର୍ଣ୍ଣିମା। ଏହାକୁ ବୌଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଭଗବାନ ତଥାଗତ ବୁଦ୍ଧ ଏହି ଦିନ ଜନ୍ମଗ୍ରହଣ କରିଥିବାରୁ ଏହାକୁ ବୁଦ୍ଧ ଜୟନ୍ତୀ...

ପୂରୁନି ପରିବାରର ପେଟ

ଖମାର,୧୪ା୭ ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି

ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨...

ବର୍ଷା-ବଜ୍ରପାତ ସମ୍ଭାବନା: ଅପରାହ୍ନ ୫.୩୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ରବିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

Advertisement
Archives

Model This Week