ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚତ୍ଛି। ମୋଟ ହତ୍ୟା ଘଟଣା ମଧ୍ୟରୁ ୧୯୫ ଜଣ ମହିଳା ଥିବାବେଳେ ୨୫୪ ଜଣ ପୁରୁଷ ଏବଂ ୮୪ ଜଣ ଶିଶୁ ଅଟନ୍ତି। ଆମ ରାଜ୍ୟରେ ମଧ୍ୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣା କିଛି କମ୍‌ ନୁହେଁ। ଏହି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ସବୁଠୁ ଆଗରେ ରହିଛି। ଏହା ପରେ କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲା ଅଛନ୍ତି। ଆମ ରାଜ୍ୟରେ ଗୁଣିଗାରେଡ଼ି ପ୍ରତିକାର ଆଇନ ୨୦୧୩ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କେବଳ ମହିଳା ପୀଡ଼ିତାଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଆଇନରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ରହିଛି। ସେହିପରି ଏହି ଆଇନରେ ଥିବା ଜରିମାନାକୁ ବୃଦ୍ଧି କରିବା ଓ ଦଣ୍ଡ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି।
‘ମମତା’ ପକ୍ଷରୁ ମଙ୍ଗଳବାର ସିଓ୍ବାଇଏସ୍‌ଡିଠାରେ ଆୟୋଜିତ ଏକ କର୍ମଶାଳାରେ ରାଜ୍ୟ ସୂଚନା କମିଶନର ଶଶୀ ବିନ୍ଧାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଆଇନ ପରିସରକୁ ଆସିପାରୁ ନାହାନ୍ତି। ତେଣୁ ଏଥି ନିମନ୍ତେ ତ୍ୱରିତ ପଦକ୍ଷେପ ନିହାତି ଆବଶ୍ୟକ ଏବଂ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ, ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ, ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୂତାର ପ୍ରମୁଖ ଯୋଗଦେଇ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ, ମମତାର ଡ. ତରୁଲତା ଦ୍ୱିବେଦୀ ଓ ଡ. ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଡ. ଲୋନା ନାୟକ, ଏନ୍‌ସିଇଆର୍‌ଟିର ଡ. ଜ୍ୟୋତ୍ସ୍ନା ମହାପାତ୍ର, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବାଇକ୍‌ ସହ ଚୋରା କୋଇଲା ଜବତ, ଜଣେ ଗିରଫ

ପଦ୍ମପୁର, ୩୧ା୫(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ପୋଲିସ କୋରବାଟିଆ ଛକ ଠାରୁ ୩ଟି ବାଇକ୍‌ ସହ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଶନିବାର ସନ୍ଧ୍ୟାରେ...

ବିଦାୟ ନେଲେ ମା’

ଆରଡ଼ି, ୮ା୧୦( ଡି.ଏନ୍‌.ଏ.)- ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ସାନ ଓଳଗ ଓ ବଡ଼ ଓଳଗ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ମା’ ଦୁର୍ଗତି ନାଶିନୀଙ୍କୁ ବିଦାୟ...

ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଆଜି ବୈଠକ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ସୋମବାର ବୈଠକ ବସିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସରେ...

ବଳଦାରେ ହାତୀପଲ ଉପଦ୍ରବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ଯୋଡା,୨୪ା୫,(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ହାତୀପଲ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ

ଧର୍ମଶାଳା,୧୯।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ...

ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ

ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୨୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୩୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୪, ସୁନ୍ଦରଗଡରୁ ୧୭୧,...

ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ...

Advertisement
Archives

Model This Week