ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ଜଣଙ୍କୁ ହତ୍ୟା କରାଯାଉଛି। ୨୦୧୦ରୁ ଏ ପର୍ଯ୍ୟନ୍ତ ଡାହାଣୀ ଓ ଗୁଣିଆ ସନ୍ଦେହଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚତ୍ଛି। ମୋଟ ହତ୍ୟା ଘଟଣା ମଧ୍ୟରୁ ୧୯୫ ଜଣ ମହିଳା ଥିବାବେଳେ ୨୫୪ ଜଣ ପୁରୁଷ ଏବଂ ୮୪ ଜଣ ଶିଶୁ ଅଟନ୍ତି। ଆମ ରାଜ୍ୟରେ ମଧ୍ୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣା କିଛି କମ୍‌ ନୁହେଁ। ଏହି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ସବୁଠୁ ଆଗରେ ରହିଛି। ଏହା ପରେ କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲା ଅଛନ୍ତି। ଆମ ରାଜ୍ୟରେ ଗୁଣିଗାରେଡ଼ି ପ୍ରତିକାର ଆଇନ ୨୦୧୩ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କେବଳ ମହିଳା ପୀଡ଼ିତାଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଆଇନରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ରହିଛି। ସେହିପରି ଏହି ଆଇନରେ ଥିବା ଜରିମାନାକୁ ବୃଦ୍ଧି କରିବା ଓ ଦଣ୍ଡ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି।
‘ମମତା’ ପକ୍ଷରୁ ମଙ୍ଗଳବାର ସିଓ୍ବାଇଏସ୍‌ଡିଠାରେ ଆୟୋଜିତ ଏକ କର୍ମଶାଳାରେ ରାଜ୍ୟ ସୂଚନା କମିଶନର ଶଶୀ ବିନ୍ଧାଣୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଆଇନ ପରିସରକୁ ଆସିପାରୁ ନାହାନ୍ତି। ତେଣୁ ଏଥି ନିମନ୍ତେ ତ୍ୱରିତ ପଦକ୍ଷେପ ନିହାତି ଆବଶ୍ୟକ ଏବଂ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦରକାର ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ, ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ, ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ, ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୂତାର ପ୍ରମୁଖ ଯୋଗଦେଇ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ, ମମତାର ଡ. ତରୁଲତା ଦ୍ୱିବେଦୀ ଓ ଡ. ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଡ. ଲୋନା ନାୟକ, ଏନ୍‌ସିଇଆର୍‌ଟିର ଡ. ଜ୍ୟୋତ୍ସ୍ନା ମହାପାତ୍ର, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ!’ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri