ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। କେଉଁଠି ରୋଗୀଙ୍କୁ ଆଣିବାକୁ ଯାଉ ଯାଉ ରାସ୍ତାରେ ଅଚଳ ହୋଇପଡି ରହୁଛି ତ ଆଉ କେଉଁଠି ମରାମତି ପାଇଁ ଗ୍ୟାରେଜରେ ରହୁଛି। ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ସମସଗ୍ର ଆନନ୍ଦପୁର ଉପଖଣ୍ଡରେ ୧୦୮ ଆମ୍ବୁଲାନ୍ସ ସେବା ପ୍ରହସନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି।
ଆନନ୍ଦପୁର ଉପଖଣ୍ଡ ଅଧୀନ ହାଟଡିହୀ, ଘସିପୁରା ଓ ଆନନ୍ଦପୁର ମୋଟ ତିନିଗୋଟି ବ୍ଲକ ପାଇଁ ୫ ଗୋଟି ୧୦୮ ଆମ୍ବୁଲାନ୍ସ ସେବା ରହିଥିବା ବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏ ୧୦୮ ଆମ୍ବୁଲନ୍ସ ସେବା ଯୋଗାଉଛି। ଫଳରେ ଗରିବ ଶ୍ରେଣୀର ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ଅଭାବ ଅନାଟନ ପାଇଁ ରୋଗୀ ମାନେ ଆମ୍ବୁଲାନ୍ସ ସେବା ଉପରେ ନିର୍ଭର କରୁଥିବାବେଳେ ଏହାର ସଠିକ୍‌ ସେବା ପାଇ ନ ପାରି ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ସ୍ତରରେ ଶୋଷଣର ଶିକାର ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ସ୍ବାସ୍ଥ୍ୟ ସେବା ନା ରେ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ସେବା କେବଳ ନାମକୁ ମାତ୍ର ରହିଛି। ଉପଖଣ୍ଡର ଅଧିକାଂଶ ଆମ୍ବୁଲାନ୍ସ ଖରାପ ହୋଇ ଗ୍ୟାରେଜରେ ରିପ୍ୟାରିଂ ପାଇଁ ପଡିରହିଥିବାବେଳେ ଆଉ କେତେକ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି। ନିକଟରେ ଆନନ୍ଦପୁର ମେଡିକାଲରେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ଆମ୍ବୁଲାନ୍ସ ସେବା ପାଇନପାରି ମୃତ୍ୟୁମୁଖରେ ପଡିବା ଭଳି ଘଟଣା ନଜରକୁ ଆସିଥିଲା। ପୁଣି ସୁନାରାମ ମାଝୀ ନାମକ ଜଣେ ରୋଗୀ ଆମ୍ବୁଲାନ୍ସ ସେବା ନ ପାଇ ଗୁରୁତର ଅବସ୍ଥାରେ ବସ୍‌ ଯୋଗ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯିବା ଘଟଣାର ନଜିର ରହିଛି। ଏଭଳି ଅନେକ ସମୟରେ ରୋଗୀମାନେ ୧୦୮ ଆମ୍ବୁଲାନ୍ସ ସେବା ପାଇପାରୁ ନ ଥିବାରୁ ନାନା ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀଙ୍କୁ ପଚାରିବାରୁ ୪ଟି ଆମ୍ବୁଲାନ୍ସ ସଚଳ ଥିବା ବେଳେ ଗୋଟିଏ ଅଚଳ ହୋଇଥିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ଷଷ୍ଠ ସେମିଷ୍ଟର

ଭୁବନେଶ୍ୱର, ୯।୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜର ଯୁକ୍ତ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୭ରୁ...

କୋଭିଡ୍‌ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରାଇକିଆ,୨୫ା୪(ଡି.ଏନ୍‌.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ...

୪ ମାସ ତଳେ କରିଥିଲେ ପ୍ରେମ ବିବାହ, ମିଳିଲା ଝୁଲନ୍ତା ମୃତଦେହ

ଗୋପାଳପୁର,୨ା୧୦(ଡି.ଏନ.ଏ.): ଗୋପାଳପୁର ଥାନା ପୋଲିସ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ ମଦନମୋହନପୁର ଗ୍ରାମର ଏମ୍‌. ଶାନ୍ତି (୨୭)। ଗୋଳନ୍ଥରା...

ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଜୀବନଗଲା

ରାୟଗଡ଼ା ଅଫିସ, ୨୯।୧୨: ରାୟଗଡ଼ାର ଗଜପତି ଛକରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ ହୋଇଛି । ମୃତକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇର ଧାରଣା

ସୁନ୍ଦରଗଡ଼,୧୨ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲା ଖଣିଜ ପାଣ୍ଠିର ସଦ୍‌ ବିନିଯୋଗ, ଧାନମଣ୍ଡିରେ...

ବାରବୁଲା ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ବିନିକା, ୨୬।୧୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ଡଭଲା ଓ୍ବାର୍ଡ ନଂ.୧ ରେ ବାପ୍‌ଅଜା ଅମଲୁ ରହିଆସୁଛନ୍‌ ଅସାହା ବୁରୁଧ୍‌ ଦମ୍ପତି ନାଥ...

ଜମିରେ ପଚୁଛି ଧାନ, ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୯ା୯: ରାଜୁଆ ଓ ଦୟା ନଦୀରେ ବନ୍ୟା ଯୋଗୁ ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, ବାଲିଅନ୍ତା, ବାଲିପାଟଣା, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବ୍ଲକ ଅଞ୍ଚଳରେ...

ମହିଳାଙ୍କ ଫଟୋକୁ ଅଶ୍ଳୀଳ ସାଙ୍ଗକୁ ଭାଇରାଲ କରି ଯୁବକ ଅଟକ

ଓଡଗାଁ, ୪|୪(ସ୍ଵ. ପ୍ର.)- ଜଣେ ମହିଳାଙ୍କ ଫଟୋକୁ ଅଶ୍ଳୀଳ କରି ହ୍ଵାଟ୍ସଆପରେ ଭାଇରାଲ କରିବା ଅଭିଯୋଗରେ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ...

Advertisement
Archives

Model This Week