ପ୍ରସ୍ତୁତି ଶେଷ, ଆଜି ରଥଯାତ୍ରା

କଟକ ଅଫିସ,୪ା୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଚାରାର ସହର କଟକରେ ରଥଯାତ୍ରା ଆନନ୍ଦଉଲ୍ଲାସରେ ପାଳନ କରାଯାଏ। ଏଥିପାଇଁ ସହରର ସମସ୍ତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଅଧିକାଂଶ ସ୍ଥାନରେ ସହର ବାହାରୁ କାରିଗରମାନେ ଆସି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରଥର ଚକ, ଚାରି ନାହାକା, ଚଉଦ ନାହାକା, ଦୁଆରବେଢ଼ା, ଉପରଭୂମି, ପ୍ରଭା, ପାରାଭାଡ଼ି, ପୋଟଳ ଓ ଦଧିନଉତି ଓ କପଡା ଲଗାଯିବା କାମ ବୁଧବାର ସୁଦ୍ଧା ଶେଷ ହୋଇଛି। ଗୁରୁବାର ଭୋରରୁ ଶ୍ରଜୀଉଙ୍କ ମଙ୍ଗଳ ଆଳତି କରାଯିବା ପରେ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସହ ଖେଚୁଡ଼ି ଭୋଗ କରାଯିବ। ଏଥିସହ ରଥ ପ୍ରତିଷ୍ଠା କରାଯାଇ ଟାହିଆଲାଗି, ପନ୍ତିଭୋଗ କରାଯିବ। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ଅଣାଯିବ। ରଥରେ ଛେରାପହଁରା କରାଯିବ। ଏହାପରେ ଚାରମାଳ ଫିଟାଯିବା ସହ ଘୋଡା, ସାରଥି ଲାଗିବା ପରେ ଆରମ୍ଭ ହେବ ରଥଟଣା।

ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର
ସହରର ପ୍ରମୁଖ ଜଗନ୍ନାଥ ମନ୍ଦିର ଭାବେ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ଖ୍ୟାତି ରହିଛି। ଏଠାକାର ଶ୍ରୀଜୀଉଙ୍କ ମାଉସୀ ମା’ ମନ୍ଦିର ଭାବେ ସ୍ଥାନୀୟ କାଫଲା ଫାଣ୍ଡି ଠାରେ ଏକ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଏ। ଉକ୍ତ ମନ୍ଦିରର ରଥ ଯାତ୍ରା ନିମନ୍ତେ ଜୁଡିସିଆଲ ଏକାଡେମୀ ସମ୍ମୁଖ କାଠଯୋଡ଼ି ନଦୀକୂଳରେ ରଥଖଳା ହୋଇଛି। ରଥଗୁଡ଼ିକର ଉଚ୍ଚତା ୨୫ଫୁଟ। ଅକ୍ଷୟ ତୃତୀୟାରୁ କାରିଗର ସାଗର ମହାରଣାଙ୍କ ନେତୃତ୍ୱରେ ରଥ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥ ନିର୍ମାଣ କାର୍ଯ୍ୟରେ ପୁରୀର ୧୧ଜଣ କାରିଗର ନିୟୋଜିତ ହୋଇଥିବା ସାଗର କହିଛନ୍ତି।
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର
ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କାରିଗର ରବୀନ୍ଦ୍ର ଭୋଇ କହିଛନ୍ତି। ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବୁଧବାର ଦୁଆରବେଢ଼ା ଓ ଦଧିନଉତି ଲଗାଯାଇଥିଲା। ଚଳିତବର୍ଷ ବିଛଣାପଟା ଓ ରଥର ଅନ୍ୟ କିଛି ଅଂଶରେ ନୂତନ କାଠ ଲଗାଯାଇଛି ବୋଲି ରବୀନ୍ଦ୍ର କହିଥିଲେ। ବଳଭଦ୍ରଙ୍କ ରଥ ସବୁଠାରୁ ଅଧିକ ଉଚ୍ଚ ତଥା ୨୪ଫୁଟ। ୬ ଇଞ୍ଚ ଲେଖାଏ କମ୍‌ କରାଯାଇ ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ନିର୍ମାଣ ହୋଇଛି। ଜେଜେବାପାଙ୍କ ଅମଳରୁ ସେ ରଥ ନିର୍ମାଣ କରି ଆସୁଛନ୍ତି ବୋଲି ରବୀନ୍ଦ୍ର କହିଥିଲେ।
ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର, ରାଣୀହାଟ
ଗତ ୫ବର୍ଷ ହେବ ଏଠାରେ ରଥଯାତ୍ରା ପାଳନ ହୋଇଆସୁଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଆନ୍ତି। ରାଣୀହାଟ ଦୁର୍ଗାଘର ହେଉଛି ଗୁଣ୍ଡିଚା ମନ୍ଦିର। ତେବେ କଟକର ଜିଲାପାଳ ଏହି ରଥଯାତ୍ରାରେ ଛେରାପହଁରା କରନ୍ତି। ଯାହା ଏକ ନିଆରା ପରମ୍ପରା। ଏଠାକାର ରଥର ଉଚ୍ଚତା ୨୫ଫୁଟ। ପୁରୀ ଜିଲା ପିପିଲି ଅଞ୍ଚଳର କାରିଗର ପ୍ରହଲ୍ଲାଦ ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ ହୋଇଛି ବୋଲି ରଥଯାତ୍ରା ପରିଚାଳନା କମିଟି ସଭାପତି ବିଜୟ କୁମାର ସାହୁ କହିଛନ୍ତି।
ଶ୍ରୀଶ୍ରୀ ଜୟ ଜଗନ୍ନାଥ କଲୋନୀ, ଖପୁରିଆ
୨୦୦୦ରେ ଏଠାରେ ରଥଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଥଯାତ୍ରାରେ ଯାଉଥିଲେ। ପରେ ୨୦୦୭ରୁ ତିନିଟି ରଥ ହୋଇ ଏହି ଯାତ୍ରା ଚାଲିଛି। ବଳଭଦ୍ରଙ୍କ ରଥ ୨୧ଫୁଟ ହୋଇଥିବା ବେଳେ ଅନ୍ୟ ଦୁଇଟି ରଥ ଏହାଠାରୁ କମ୍‌ ଉଚ୍ଚତା ବିଶିଷ୍ଟ। କାରିଗର ସାଗର ମହାରଣାଙ୍କ ତତ୍ତ୍ବାବଧାନରେ ରଥ ନିର୍ମାଣ ହୋଇଥିବା ରଥଯାତ୍ରା ପରିଚାଳନା କମିଟିର ଆଦିକନ୍ଦ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀ ହତ୍ୟା ମାମଲାର ହେବ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି...

ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୨୩ା୭- ଫୁଲବାଣୀ ନାରାୟଣୀ ମନ୍ଦିର ନିକଟ ସାଲୁଙ୍କି ନଦୀରେ ଭାସୁଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି ା ପାରିପାର୍ଶ୍ୱିକ ସ୍ଥିତିକୁ...

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯ା୯(ବ୍ୟୁରୋ)-ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ବୁଧବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି...

ବିନା ଅନୁମତିରେ ଘରକୁ ଯାଇଛନ୍ତି ଜୁନାଗଡ଼ର ୬୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ/ଶିକ୍ଷକ: କାରଣ ଦର୍ଶାଅ ନୋଟିସ ଜାରି

ଜୁନାଗଡ଼,୨୯।୪(ଡି.ଏନ୍‌.ଏ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନଗୁଡିକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଏପରିକି ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିଜ...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ...

ସମ୍ଭାବ୍ୟ ବାତ୍ୟା ପାଇଁ ହଟିବ ରାସ୍ତାକଡରେ ଲାଗିଥିବା ହୋଡିଂ

ଜଗତ୍‌ସିଂହପୁର ଅଫିସ, ୨୩ା୫: ଜାତୀୟ ରାଜପଥ କଡ, ପାରାଦୀପ ଓ ଜଗତ୍‌ସିଂହପୁର ପୌରାଞ୍ଚଳରେ ଲାଗିଥିବା ହୋଡିଂଗୁଡିକୁ ମେ ୨୫ ତାରିଖ ସୁଦ୍ଧା କଢାଯିବ। ଏନେଇ ରବିବାର...

ବଦଳୁଛି ଜଳବାୟୁ, ହଜିଯାଉଛି ଶୀତ

ଭୁବନେଶ୍ୱର,୧୬ା୧ (ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ସଙ୍କେତ ସବୁଠି ଦେଖାଗଲାଣି। ବର୍ଷା କମିବା ସହିତ ଅନ୍ୟାନ୍ୟ ଋତୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି। ଗତ କିଛି...

୧୭ରୁ ପୁଣି ବର୍ଷା!

ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ରବିବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ତେବେ ୧୭ରୁ ପୁଣି ବର୍ଷା ହୋଇପାରେ ବୋଲି ସୋମବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର...

Advertisement


Archives

Model This Week