Posted inଖେଳ

ପ୍ରସ୍ତୁତି ପଥେ ବାରବାଟୀ

ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ । ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମୁହଁାମୁହିଁ ହେବେ । ଏକ ହାଇସ୍କୋରିଂ ମ୍ୟାଚ ଆଶାରେ ରହିଛନ୍ତି ଓଡ଼ିଆ ଦର୍ଶକ । ଏହି ମ୍ୟାଚ୍‌କୁ ସବୁ ଦୃଷ୍ଟିକୋଣରୁ ସଫଳ କରିବା ପାଇଁ ଓସିଏ ପ୍ରୟାସ ଜାରି ରଖିଛି…

ବାରବାଟୀ ଏକ ଦିବସୀୟ ମ୍ୟାଚକୁ ଆଉ ଅଳ୍ପ କେଇଦିନ ବାକି ରହିଲା। ଆସନ୍ତା ୨୨ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ସିରିଜ୍‌ର ଅନ୍ତିମ ତଥା ତୃତୀୟ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ଗର୍ବ ଏବଂ ଗୌରବ ବାରବାଟୀ ଷ୍ଟାଡିୟମ। ଫନୀ କ୍ଷତିଗ୍ରସ୍ତ ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ସମସ୍ତ ଆବଶ୍ୟକ କାର୍ଯ୍ୟ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ନବ ନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ବେଶ୍‌ ସୁଚାରୁ ରୂପେ ଆଗେଇ ଚାଲିଛି। ନୂଆ ରୂପରେ ସଜେଇ ହେଉଛି ବାରବାଟୀ। ଦର୍ଶକମାନଙ୍କ ଉତ୍ସାହ ଏବଂ ମ୍ୟାଚ ପ୍ରତି ଉକତ୍ଣ୍ଠା ଆୟୋଜକ ଓସିଏ ପାଇଁ ବେଶ୍‌ ପ୍ରେରଣାଦାୟକ ହୋଇଛି। ବାରବାଟୀରେ ଖେଳାଯାଇଥିବା ସମସ୍ତ ଏକଦିବସୀୟ ମ୍ୟାଚ ପାଇଁ କ୍ରିକେଟ୍‌ପ୍ରେମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଉଭୟ ଦଳକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପ୍ରତ୍ୟେକ ମ୍ୟାଚରେ ଷ୍ଟାଡିୟମ୍‌ ବେଶ୍‌ ଭରପୂର ରହିଛି। ଦୁଇବର୍ଷ ପରେ ପୁଣି ଥରେ ମ୍ୟାଚ ଖେଳାଯାଉଥିବାରୁ ଦର୍ଶକମାନଙ୍କ ଆଗ୍ରହ ଆକାଶଛୁଆଁ ହୋଇଛି। ମାତ୍ର ୧ଘଣ୍ଟା ମଧ୍ୟରେ ସମସ୍ତ ଅନଲାଇନ୍‌ ଟିକେଟ୍‌ ବିକ୍ରି ହୋଇଛି। କ୍ରିକେଟ୍‌ ପ୍ରେମୀମାନଙ୍କ ମନରେ ପ୍ରବଳ ଉକତ୍ଣ୍ଠା ଏବଂ ଉତ୍ସାହ ରହିଥିବାର ସୂଚନା ମିଳିବା ମ୍ୟାଚ ପାଇଁ ଏକ ଶୁଭ ସୂଚନା। ଦର୍ଶକମାନେ କିପରି ସୁଚାରୁ ରୂପେ ମ୍ୟାଚର ପୂର୍ଣ୍ଣ ଆନନ୍ଦ ଉଠାଇ ପାରିବେ ସେଥିପାଇଁ ଷ୍ଟାଡିୟମ ମଧ୍ୟରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏ ନେଇ ଓସିଏର ବିଭିନ୍ନ କମିଟିର ମୁଖ୍ୟମାନେ ସୂଚନା ଦେବା ଫଳରେ ଦର୍ଶକମାନେ ଉସତ୍ାହିତ ରହିଛନ୍ତି। ମ୍ୟାଚ୍‌ ପାଇଁ ଏକ ସୁନ୍ଦର ଏକଦିବସୀୟ ପିଚ୍‌ ପ୍ରସ୍ତୁତ କରାଯାଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂକୁ ଏହି ପିଚ୍‌ ବେଶ୍‌ ସୁହାଇବା ଆଶା ରହିଛି।
ଧୀରେ ଧୀରେ ମାହୋଲ ଜମି ଆସୁଛି। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଏକଦା ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତରକୁ ନେଇ ଆଲୋଚନା କ୍ରିକେଟ୍‌ ପ୍ରେମୀଙ୍କୁ ହତୋତ୍ସାହିତ କରିଥିବା ବେଳେ ଓସିଏ ଏହାକୁ ଏକ ଚ୍ୟାଲେଞ୍ଜ୍‌ ରୂପେ ଗ୍ରହଣ କରିଥିଲା। ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍‌କୁ କିପରି ଆକର୍ଷଣୀୟ ତଥା ସୁନ୍ଦର କରାଯାଇ ପାରିବ ସେ ନେଇ ନୂତନ ଯୋଜନାମାନ ବିଭିନ୍ନ କମିଟିମାନଙ୍କ ଦ୍ୱାରା ପ୍ରଣୟନ କରାଯାଇଛି। ଫଳରେ ମ୍ୟାଚ୍‌ର ରୋମାଞ୍ଚ ଆହୁରି ବଢିଛି। ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାରବାଟୀ ଷ୍ଟାଡିୟମରେ ପ୍ରତ୍ୟେକ ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥି ସହିତ ଷ୍ଟାଡିୟମ ପାଖରେ ଥିବା ଜିଲା ପଡିଆରେ ଫ୍ୟାନ ପାର୍କ ହେବା ମଧ୍ୟ ଦର୍ଶକମାନଙ୍କ ପାଇଁ ନୂତନ ଉତ୍ସାହ ଆଣିଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ ଡିଜିଙ୍କ ଦ୍ୱାରା ମ୍ୟାଚ ପୂର୍ବରୁ ଏବଂ ମ୍ୟାଚ ସମୟରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଓସିଏ ସହିତ ଆଲୋଚନା କରିବା ପରେ ଗୋଟିଏ ଗ୍ୟାଲେରିକୁ ଅନୁପଯୁକ୍ତ ଘୋଷଣା କରାଯାଇଛି। ଫଳରେ ପ୍ରାୟ ପାଖାପାଖି ୬ହଜାର ଟିକେଟ୍‌ ବିକ୍ରି ନ ହେବା ଦର୍ଶକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ପ୍ରଥମ ଥର ପାଇଁ ଦର୍ଶକମାନେ ଖେଳ ଦେଖିବାରୁ ବଞ୍ଚତ୍ତ ହେବେ। ସେଥିପାଇଁ ଗ୍ୟାଲେରିଠାରୁ ଆରମ୍ଭ କରି କର୍ପୋରେଟ ବକ୍ସ ପର୍ଯ୍ୟନ୍ତ ସମସ୍ତ ଟିକେଟର ଚାହିଦା ଆଶାତୀତ ବୃଦ୍ଧି ପାଇଛି। ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଯେତେଗୁଡିଏ ମ୍ୟାଚ ଖେଳାଯାଇଛି ସେତେବେଳେ ଗ୍ୟାଲେରିରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି। ବିଶେଷ କରି ଦର୍ଶକମାନେ ଅଡୁଆର ସମ୍ମୁଖୀନ ହୋଇଥାଆନ୍ତି। ଖାଦ୍ୟ, ପାନୀୟ ଏବଂ ବାଥ୍‌ରୁମର ସମସ୍ୟା ଦର୍ଶକମାନଙ୍କୁ ବେଶ୍‌ ଅଡୁଆରେ ପକାଇ ଥାଏ। ଏଥିପାଇଁ ଅଧିକ ଦରରେ ଖାଦ୍ୟ ପଦାର୍ଥ ବିକ୍ରି ନ କରିବା ପାଇଁ ଟେଣ୍ଡର ନେଇଥିବା ଭେଣ୍ଡରମାନଙ୍କୁ ଓସିଏ ପକ୍ଷରୁ ନିର୍ଦ୍ଦେଶ ଦେବା ନିଶ୍ଚିତ ରୂପେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ବାହାରୁ ଆସୁଥିବା ଦର୍ଶକ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଫିସିଆଲ୍‌, ଉଭୟ ଦଳର ଖେଳାଳିମାନଙ୍କ ପାଇଁ ସ୍ବତନ୍ତ୍ର ଆତିଥ୍ୟ ପ୍ରଦାନ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଗ୍ୟାଲେରି ଏବଂ ପ୍ରତ୍ୟେକ ପ୍ରବେଶ ପଥ ଏବଂ ପ୍ରସ୍ଥାନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯିବା ସହିତ ସମ୍ପୂର୍ଣ୍ଣ ଷ୍ଟାଡିୟମ୍‌କୁ ଆଲୋକିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାଣି ବୋତଲ, ପାଣି ପାଉଚ୍‌, ଫଳ, ହେଲମେଟ୍‌, ବାଣ, ଗ୍ଲାସ ଏବଂ କଏନ୍‌ ପଡିଆ ଭିତରକୁ ମ୍ୟାଚ୍‌ ସମୟରେ ନ ନେବା ପାଇଁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି।
ପୂର୍ବରୁ ଅନଲାଇନ୍‌ ମାଧ୍ୟମରେ ୮ହଜାର ଟିକେଟ ବିକ୍ରି କରାଯାଇଥିବା ବେଳେ ବହୁ ଟିକେଟ ଆଶାୟୀ କ୍ରିକେଟ୍‌ପ୍ରେମୀମାନେ ଟିକେଟ ନ ପାଇ ନିରାଶ ହୋଇଛନ୍ତି। କାରଣ ମାତ୍ର ଏକଘଣ୍ଟା ମଧ୍ୟରେ ସମସ୍ତ ଟିକେଟ ସରିଯିବା ଦ୍ୱାରା ଏବେ ୧୨ଟି କାଉଣ୍ଟର ମାଧ୍ୟମରେ ବିକ୍ରି ହେବାକୁ ଥିବା ପାଖାପାଖି ୧୦ହଜାର ଟିକେଟ୍‌ ଉପରେ ସମସ୍ତଙ୍କର ନଜର ରହିଛି। ଏହି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ବିକ୍ରି ହେବାକୁ ଥିବା ପାଖାପାଖି ୧୮୦୦୦ ଟିକେଟ୍‌ ସାଧାରଣ ଦର୍ଶକମାନଙ୍କ ପାଇଁ ଉପଲବ୍ଧ ରହିଛି। ଓସିଏର ସମସ୍ତ ଅନୁବନ୍ଧିତ କ୍ଲବଗୁଡିକୁ ୧୬ ଏବଂ ୧୭ତାରିଖରେ ଟିକେଟ୍‌ ବିକ୍ରି କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବିସିସିଆଇର ସମସ୍ତ ପ୍ରାୟୋଜକମାନଙ୍କ ପାଇଁ ପ୍ରାୟ ୯ହଜାର ଟିକେଟ୍‌ ରହିଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୭ ନଂ ଗ୍ୟାଲେରି ବନ୍ଦ ରହୁଥିବାରୁ ମୋଟ ୪୫,୦୦୦ ଦର୍ଶକ ବିଶିଷ୍ଟ ବାରବାଟୀ ଷ୍ଟାଡିୟମର କ୍ଷମତା ୩୮,୮୦୦ରେ ସୀମିତ ରହିଛି। ଏହା ଦ୍ୱାରା ବହୁ ଦର୍ଶକ ଅସନ୍ତୋଷ ଜାହିର କରିଛନ୍ତି। ଟିକେଟ୍‌ କଳାବଜାରୀକୁ ରୋକିବା ପାଇଁ ଡିଜି ଏବଂ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି।
ଯାହା ହେଉ କ୍ରିକେଟ୍‌ପ୍ରେମୀ ଦର୍ଶକମାନେ ବହୁ ଉକତ୍ଣ୍ଠାର ସହିତ ଆସନ୍ତା ମ୍ୟାଚକୁ ଦେଖିବାକୁ ବେଶ୍‌ ଉତ୍ସାହିତ ରହିଛନ୍ତି। କାରଣ ଦୀର୍ଘ ୨ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ। ସୁନ୍ଦର ଭାବରେ ଖୁବ୍‌ ଅଳ୍ପଦିନରେ ସଜାଇ ହେବାରେ ଲାଗିଛି ବାରବାଟୀ ଷ୍ଟାଡିୟମ୍‌। ଏକ ସୁନ୍ଦର ବ୍ୟାଟିଂ ପିଚ୍‌ ପ୍ରସ୍ତୁତ କରାଯାଉଥିବାରୁ ଏବଂ ଲସ୍‌ ଗ୍ରୀନ୍‌ ଆଉଟ ଫିଲ୍ଡ୍‌ ବାରବାଟୀର ସୁନ୍ଦରତାକୁ ଆହୁରି ବଢାଇଦେଇଛି। ଦର୍ଶକମାନେ ଏହି ରୋମାଞ୍ଚକ ମ୍ୟାଚର ପୂର୍ଣ୍ଣ ଆନନ୍ଦ ଉଠାଇବା ପାଇଁ ବେଶ୍‌ ଉକତ୍ଣ୍ଠାର ସହ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?