ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ କରାଯାଇଛି। ତେବେ ମାର୍ଚ୍ଚ ସୁଦ୍ଧା ଲାଇନ୍‌ ବିଭାଗଗୁଡିକ ପ୍ରସ୍ତାବିତ ରାଜପଥ ଜମିରୁ ଗଛ, ବିଦ୍ୟୁତ୍‌ ଖୁଣ୍ଟ, ତାର, ବିଏସ୍‌ଏନ୍‌ଏଲ୍‌ ଖୁଣ୍ଟ, ତାର, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପାଇପ୍‌ଲାଇନ୍‌ ଉଚ୍ଛେଦ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରି ରିପୋର୍ଟ ଦାଖଲ କରିବେ। ତା’ପରେ ଅର୍ଥାତ୍‌ ଏପ୍ରିଲରୁ ଉଚ୍ଛେଦ ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରସ୍ତାବିତ ୫୫ ଜାତୀୟ ରାଜପଥ ସମ୍ପର୍କିତ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ଏଥିରେ ଜିଲାପାଳ ଏକଥା ମଧ୍ୟ କହିଥିଲେ ଯେ, ଏନ୍‌ଏଚ୍‌-୫୫ ରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ରାସ୍ତା ରହିଛି। ରାଜପଥ ନିର୍ମାଣ ନେଇ ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିସାରିଲେଣି। ଏହି ରାସ୍ତା ନିର୍ମାଣ ହେଲେ ଜିଲାର କୁଜଙ୍ଗ ବ୍ୟତୀତ ଜଗତ୍‌ସିଂହପୁର, ନାଉଗାଁ, ବାଲିକୁଦା, ଏରସମା, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ତହସିଲର ଜମି ଅଧିଗ୍ରହଣ ହେବ। ତେଣୁ ଏହିସବୁ ତହସିଲର ତହସିଲଦାରମାନଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଆର୍ବିଟ୍ରେଟର୍‌ ରହିବେ ଜିଲାପାଳ। ଏହାଦ୍ୱାରା ଲୋକେ କୋର୍ଟ ନ ଯାଇ ଜିଲାପାଳଙ୍କ ନିକଟରେ ସେମାନଙ୍କ ଆପତ୍ତି, ଅଭିଯୋଗ ପ୍ରଦାନ କରିପାରିବେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାର ଓସାର ୨୦ ମିଟର ରହିବ। ନୂଆ ରାସ୍ତା ପାଖାପାଖି ୪୦ କିଲୋମିଟର ତିଆରି ହେବ। ବାଇପାସ୍‌ କିନ୍ତୁ ୯ଟି ରହିବ। ଜାତୀୟ ରାଜପଥ ଉପରେ ଅର୍ଥାତ୍‌ ଛପଡ଼ା ଓ କନ୍ଦରପୁରଠାରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାର ଯୋଜନା ରହିଛି। ଛପଡ଼ା ଓଭରବ୍ରିଜ୍‌ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ହେବାର ଥିବାବେଳେ କନ୍ଦରପୁର ପାଇଁ ସମୟ ଲାଗିବ। କାରଣ ଏହି ଜମି କଟକ ଜିଲା ଅଧୀନରେ ଥିବାରୁ କଟକ ଜିଲାପାଳଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ରାଜପଥ ନିର୍ମାଣ ପୂର୍ବରୁ ସବୁଠାରୁ କମ୍‌ ଜମିରୁ ଉଚ୍ଛେଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ୨୦୦ରୁ ଅଧିକ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର୍‌ ଉଚ୍ଛେଦ ହେବ। ପାଖାପାଖି ୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଘର ଥିବାରୁ ସେଗୁଡିକୁ ଉଚ୍ଛେଦ କରାଯିବ। ଏଥିସହ କ୍ୟାବିନ୍‌ ଆଦି ଉଚ୍ଛେଦ ହେବ। ଜମି ମାଲିକଙ୍କୁ ମାର୍କେଟ୍‌ ଦରଠାରୁ ଅଧିକ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ନିର୍ମାଣ ହେଲେ ତା’ପାର୍ଶ୍ୱରେ ଗଛ ନ ଲଗାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଯେହେତୁ ରାସ୍ତା ସମ୍ପ୍ରସାରଣ ହେଉଛି ତେଣୁ ଲଗାଯାଇଥିବା ଗଛ କଟାଯାଉଛି। ତେଣୁ ରାସ୍ତା ପାର୍ଶ୍ୱ ଅପେକ୍ଷା ମଝିରେ ଦୀର୍ଘ ମିଆଦି ଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦଳେଇ ଘାଇ, ଜଗତ୍‌ସିଂହପୁର, ବାଲିକୁଦା, ବୋରିକିନା, ବାଲିତୁଠ ଓ ଚଟୁଆ ଆଦି ମୁଖ୍ୟ ବଜାରଠାରେ ବାଇପାସ୍‌ ନିର୍ମାଣ ହେବ। ଏହାଦ୍ୱାରା ମୁଖ୍ୟତଃ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି। ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଏହା ଅତିବେଶିରେ ଅଢେଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଜିଲାର ଅର୍ଥନୈତିକ ଗୁରୁତ୍ୱ ବଢିବ। ପ୍ରସ୍ତାବିତ ଜାତୀୟ ରାଜପଥ ଅଗ୍ରଗତି ସମ୍ପର୍କରେ ଜିଲାପାଳ ପ୍ରତି ସପ୍ତାହରେ ସମୀକ୍ଷା କରିବେ। ବୈଠକରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ତହସିଲଦାର, ଡିଏଫ୍‌ଓ, ସେସୁ, ଡ୍ରେନେଜ୍‌, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଓ ବିଏସ୍‌ଏନ୍‌ଏଲ୍‌ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମି ଜବରଦଖଲ ବିବାଦ ତେଜିଲା:କାର୍ଯ୍ୟାନୁଷ୍ଠାନ ଦାବି

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳ ତହସିଲ ଅଧୀନ ଭଗବାନପୁର ସୁନ୍ଦରିଖାଲ ନିକଟରେ ସରକାରୀ ଜାଗା ଜବରଦଖଲକୁ ନେଇ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।...

ଧାନକିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼, ୫।୧୨(ଡ଼ି.ଏନ୍‌.ଏ.)- ଗତ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକର ନିଷ୍ପତିମତେ ଶୁକ୍ରବାରଠାରୁ ଦେବଗଡ ଜିଲାରେ ଚାଷୀଙ୍କଠାରୁ ୨୦୨୦-୨୧ ଖରିଫ୍‌...

୫-ଟି ସଚିବଙ୍କ କୋଭିଡ୍‌-୧୯ ହସ୍ପିଟାଲ ପରିଦର୍ଶନ

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରାଯାଉଛି। ଏହି କ୍ରମରେ ପାରାଦୀପଠାରେ ୧୦୦ଶଯ୍ୟା ବିଶିଷ୍ଠ କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତ...

ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ବିଭାଗ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥ ବିଭାଗ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ସମସ୍ତ ବିଭାଗ ଚଳିତ ଆର୍ଥିକ...

ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିବା ଘଟଣା: ଜେଲ ଗଲେ ସରପଞ୍ଚ, ତାଙ୍କ ସ୍ବାମୀ

ଲୋଇସିଂହା,୧୬।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗ୍ରାମର କେତେକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ଥାନୀୟ ସରପଞ୍ଚ...

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି...

ବଜ୍ରପାତରେ ୨ ମୃତ, ୧୦ ବଖରା ମାଟିରେ ମିଶିଲା

ପଦ୍ମପୁର,୨୩ା୪(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁନଗର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ...

ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ...

Advertisement
Archives

Model This Week