ପ୍ରସ୍ତାବିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୋଧରେ ଗଣଧାରଣା ଜାରି: ସମର୍ଥନ ଜଣାଇଲେ ୪ ସଙ୍ଗଠନ

ଏରସମା,୬ା୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ହେବାକୁ ଥିବା ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧକରି ଭିଟାମାଟି ସୁରକ୍ଷା ସମିତି ଦେଇଥିବା ଧାରଣା ବୁଧବାର ୧୬ଦିନରେ ପହଞ୍ଚତ୍ଛି। ପ୍ରଶାସନ ଆନ୍ଦୋଳନକାରୀଙ୍କ ଦାବିକୁ ଗୁରୁତ୍ୱ ନ ଦେବା ଓ ପାଲଟା ତାଙ୍କ ନାମରେ ମାମଲା ରୁଜୁ କରିବା ଯୋଗୁ ଆନ୍ଦୋଳନକାରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହି କ୍ରମରେ ବୁଧବାର ୪ଟି ସଙ୍ଗଠନ ଏହି ଗଣଧାରଣାକୁ ସମର୍ଥନ ଜଣାଇ ଧାରଣାର ସାମିଲ ହୋଇଛନ୍ତି। ଫଳରେ ଏହି ଗଣଧାରଣା ଏବେ ତୀବ୍ର ରୂପ ଧାରଣ କରୁଛି। ଭିଟାମାଟି ସୁରକ୍ଷା ସମିତି ସଭାପତି ଅଭିଜିତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଭାଜପା ନେତା ଶିବବ୍ରତ ଦାସ ଯୋଗଦେଇ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନମତକୁ ସମ୍ମାନ ଦେବା ପ୍ରଶାସନର ମୌଳିକ କର୍ତ୍ତବ୍ୟ ବୋଲି ଅଭିହିତ କରିଥିଲେ। ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଚିନ୍ମୟୀ ସାହାଣୀ, ପାରାଦୀପ ଶ୍ରମିକ ସଂଗଠନର ନେତା ବିଷ୍ଣୁ ଚରଣ ମୁଦୁଲି, ଅଖିଳ ଭାରତ ଯୁବ ସଂଘର ଜିଲା ସଂଯୋଜକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତାବିତ ପ୍ରକଳ୍ପକୁ ପ୍ରଶାସନ ପ୍ରତ୍ୟାହାର କରି ନେବାକୁ ଦାବି କରିଥିଲେ। ସେମାନଙ୍କ କହିବା ଅନୁସାରେ, ଗ୍ରାମାଞ୍ଚଳ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଓ ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଗଣତାନ୍ତ୍ରିକ ଉପାୟରେ କରାଯାଉଥିବା ଆନ୍ଦୋଳନକୁ ପ୍ରଶାସନ ଭ୍ରୂକ୍ଷେପ କରୁନାହିଁ। ଏହା ଆମମାନଙ୍କ ପାଇଁ ଦୁର୍ଭାଗ୍ୟଜନକ ଘଟଣା। ଅପରପକ୍ଷରେ ୫୪ ଆନ୍ଦୋଳନକରୀଙ୍କ ସହିତ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କ ନାମରେ ପ୍ରଶାସନ ମାମଲା ରୁଜୁ କରିବା କେଉଁ ଗଣତନ୍ତ୍ରିକ ପଦ୍ଧତି ବୋଲି ପ୍ରଶ୍ନ କରିଥିଲେ। ପ୍ରକଳ୍ପ ବାତିଲ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ, ୨୪ରେ ଭୋଟ୍‌

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ...

ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଦେବଗଡ଼/ ବାରକୋଟ, ୧୫।୧୨ (ଡି.ଏନ.ଏ.)- ଦେବଗଡ଼ ଜିଲା ଦେବଗଡ଼ ସଦର ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶନିବାର ସନ୍ଧ୍ୟାରେ...

ଆସନ୍ତା ୧୪ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ମାଗଣାରେ ଦର୍ଶନ କରିବେ ଭକ୍ତ

ଛତ୍ରପୁର,୨।୩ (ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖଠାରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ପର୍ବ ୪...

ମାଟ୍ରିକ୍‌ ପରୀକ୍ଷା ଫଳ: ଭଦ୍ରକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭଦ୍ରକ ଅଫିସ,୨୯।୭: ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭଦ୍ରକ ଜିଲାରେ ପୁଅଙ୍କୁ ପଛରେ ପକାଇ ଝିଅ ବାଜିମାତ କରିଛନ୍ତି । ଜିଲାରେ ମୋଟ...

ବଧୂହତ୍ୟା ଅଭିଯୋଗ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୨ା୫(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ଶ୍ରୀଧର ସାହୁଙ୍କୁ ପୋଲିସ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ସୋମବାର ଗିରଫ କରି କୋର୍ଟ...

ଚାଷଜମି ପମ୍ପ ହାଉସରୁ ପିତ୍ତଳ ମୂର୍ତ୍ତି ଉଦ୍ଧାର

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ମୁକୁନ୍ଦପୁର ଗ୍ରାମର ଏକ ଜମିରେ ଥିବା ପମ୍ପ ହାଉସରୁ ମଙ୍ଗଳବାର ସନ୍ଧ୍ୟାର ଦେବଦେବୀଙ୍କ ପିତ୍ତଳ ମୂର୍ତ୍ତି, ଫଟୋ ଓ...

ମନମୁଣ୍ଡାରେ ଟ୍ରାଫିକ ସମସ୍ୟା ଉତ୍କଟ, ବାଇପାସ୍‌ ରାସ୍ତା ଅଧାପନ୍ତରିଆ

ମନମୁଣ୍ଡା, ୧୪।୭ (ଡି.ଏନ.ଏ)- ମନମୁଣ୍ଡା ସହର ଦେଇ ଯାଇଥିବା ଏନଏଚ ୫୭ ଅଣ ଓସାରିଆ ହେତୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

Advertisement
Archives

Model This Week