ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍‌ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ। ସେହିପରି ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ଜିଏ ଆଣ୍ଡ ପିଜିର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିଭଳି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ମଧ୍ୟ ମଧ୍ୟମ ଧରଣର ଅଦଳବଦଳ କରାଯାଇଛି। ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଶୁଭକାନ୍ତ ମିଶ୍ରଙ୍କୁ ଭୁବନେଶ୍ୱରସ୍ଥିତ ଅତିରିକ୍ତରିିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି। ଜୟନାରାୟଣ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ମିର୍ଦ୍ଦା ଟପ୍ପୋ ବରଗଡ଼ ଜିଲାର ଏଡିଏମ୍‌ଭାବେ ବଦଳି କରାଯାଇଛି। ବିନୟ କୁମାର ଦାଶଙ୍କୁ ପୁରୀ ଜିଲାର ଏଡିଏମ୍‌(ଆର୍‌ଏଣ୍ଡ ଆର୍‌), ଅନାମ ଚରଣ ପାତ୍ର ଗଞ୍ଜାମସ୍ଥିତ ଆର୍‌.ଆଇ.ସି.ର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ପାଇଛନ୍ତି।
ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ବୃହତ୍‌ ବନ୍ଦୋବସ୍ତ ବ୍ୟବସ୍ଥାର ଅତିରିକ୍ତ କମିଶନର (ଚକବନ୍ଦୀ ଓ ବନ୍ଦୋବସ୍ତ)ଭାବେ ନିଯୁକ୍ତି ଦିଆଯାଇଛି। ବ୍ରହ୍ମାନନ୍ଦ ବେହେରାଙ୍କୁ କଟକସ୍ଥିତ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ, ପ୍ରଦୀପ କୁମାର ସାହୁଙ୍କୁ ପୁରୀ ଜିଲା ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଲିନା ପ୍ରଧାନଙ୍କୁ ସମ୍ବଲପୁରସ୍ଥିତ ବୁର୍ଲା ଭିମ୍‌ସାର ପ୍ରଶାସନିକ ଅଧିକାରୀ, ବସନ୍ତ କୁମାର ହୋତା ଗୃହ ବିଭାଗ ଉପସଚିବ ଏବଂ ସୁମିତା ସିଂ କଟକସ୍ଥିତ ଶିଶୁ ଭବନର ପ୍ରଶାସନିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri