Posted inଜାତୀୟ

ପ୍ରମୋଦ ମିଶ୍ର, ଡୋଭାଲଙ୍କୁ ଦାୟିତ୍ୱ ବଣ୍ଟନ

ନୂଆଦିଲ୍ଲୀ,୧୭ା୯: ଓଡ଼ିଆ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏବଂ ପି.କେ. ସିହ୍ନା ପ୍ରମୁଖ ଉପଦେଷ୍ଟା ନିଯୁକ୍ତ ହେବା ପରେ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରିଛି। ପିଏମ୍‌ଓ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କୁ କାର୍ମିକ, ଆଇନ ମନ୍ତ୍ରଣାଳୟ ସହ ସମ୍ପୃକ୍ତ ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଓ ଅନ୍ୟାନ୍ୟ ନିଯୁକ୍ତି ଦାୟିତ୍ୱ ଦିଆଯାଇଥିବାବେଳେ କ୍ୟାବିନେଟ ସଚିବାଳୟ ସମ୍ପର୍କିତ ପ୍ରସଙ୍ଗର ମଧ୍ୟ ସେ ଅନୁଧ୍ୟାନ କରିବେ। ଏହାବ୍ୟତୀତ କେନ୍ଦ୍ର କ୍ୟାବିନେଟ ବୈଠକରେ କେଉଁ ପ୍ରସଙ୍ଗ ଆଲୋଚନା ହେବ, ଦୁର୍ନୀତି ନିବାରଣ ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ଆଦି ବୁଝାଶୁଝା କରିବେ।
ସେହିପରି ଏନ୍‌ଏସ୍‌ଏ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ ବିଷୟ ଓ ତତ୍‌ସମ୍ପର୍କିତ ନୀତି ଅନୁଧ୍ୟାନ କରିବେ। ଏଥିସହିତ ବହିର୍ବ୍ୟାପାର, ଦରିଆପାରି ଭାରତୀୟ ବ୍ୟାପାର, ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି ଏବଂ ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ (ର) ନୀତିକୁ ମଧ୍ୟ ସେ ତଦାରଖ କରିବେ। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଜାତୀୟ ରାସାୟନିକ ଅସ୍ତ୍ର କର୍ତ୍ତୃପକ୍ଷ ସମ୍ପର୍କିତ ସମସ୍ତ ନୀତି ନିଷ୍ପତ୍ତିର ସେ ପ୍ରଭାରୀ ରହିବେ। ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ ନାଗାଲାଣ୍ଡ (ଏନ୍‌ଏସ୍‌ସିଏନ୍‌) ବିଚ୍ଛିନ୍ନତାବାଦୀମାନଙ୍କ ସହ ଆଲୋଚନା କେଉଁ ପ୍ରସଙ୍ଗରେ ହେବ ତାହା ମଧ୍ୟ ଡୋଭାଲ ନିର୍ଦ୍ଧାରଣ କରିବେ। ଡୋଭାଲ ଓ ମିଶ୍ରଙ୍କୁ ଦିଆଯାଇଥିବା ମନ୍ତ୍ରଣାଳୟ ଭିନ୍ନ ଅନ୍ୟ ସମସ୍ତ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାର ନୀତି ନିଷ୍ପତ୍ତି ଅନୁଧ୍ୟାନ କରିବା ଦାୟିତ୍ୱ ପ୍ରମୁଖ ଉପଦେଷ୍ଟା ସିହ୍ନାଙ୍କୁ ମିଳିଛି। ନୃପେନ୍ଦ୍ର ମିଶ୍ରଙ୍କ ଇସ୍ତଫା ପରେ ଅତିରିକ୍ତ ପ୍ରମୁଖ ସଚିବ ଥିବା ପ୍ରମୋଦ ମିଶ୍ରଙ୍କୁ ଗତ ସପ୍ତାହରେ ପ୍ରମୁଖ ସଚିବ ଭାବେ ପଦୋନ୍ନତି ଦିଆଯାଇଥିଲା। ଡୋଭାଲ ଓ ପ୍ରମୋଦଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ, ଝିଆରୀଙ୍କୁ ବଳାତ୍କାର କରି କାକା ଗିରଫ

ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲାର ବାରକୋଟ ଥାନା…

କଳାହାଣ୍ଡିରେ ଚମକିଲେ ଲକ୍ଷ୍ମୀ ବିକାଶ ଛାତ୍ରୀଛାତ୍ର: ଶତପ୍ରତିଶତ ସଫଳତା, ଆବିର୍ଭାବ ଟପ୍ପର

ଭବାନୀପାଟଣା,୧୭ା୪(ଉତ୍ତମ କୁମାର ଦାଶ):ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶତପ୍ରତିଶତ ସଫଳତା ହାସଲ କରି ଜିଲାରେ ଚମକିଛନ୍ତି। ମୋଟ ୨୧୨ ଜଣ…

ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ

ଲୋଇସିଂହା,୧୭।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପୁରୁଣା ସଭାଗୃହରେ ଏମଜିଏନଆରଇଜିଏସ ଲୋଇସିଂହା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାତଗଣତି…

ସକାଳୁ ସକାଳୁ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବନ୍ଦ ହେଲା ଜଗା ଦର୍ଶନ

ପୁରୀ, ୧୭।୪(ଅଜିତ୍ କୁମାର ମହାନ୍ତି): ଶୁକ୍ରବାର ସକାଳେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା କାରଣରୁ…

ଟାଣଖରାରେ ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ…

ବଲାଙ୍ଗୀର ଓଡିଶା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା; ଶ୍ରେୟାଂଶ ୯୯.୬%, ସୋନାକ୍ଷୀ ୯୯.୨%…

ବଲାଙ୍ଗୀର,୧୭।୪(ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗୀର ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ରେକର୍ଡ କରିଛନ୍ତି । ଏହି…

ସିବିଏସ୍‌ଇ ଦଶମ ପରୀକ୍ଷାରେ ବିକାଶର ବାଜିମାତ୍‌: ସମ୍ବ୍ରିଦ୍ଧି ପାଣିଗ୍ରାହୀ ଟପ୍ପର

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାଜିମାତ୍‌ କରିଛନ୍ତି। ବିଦ୍ୟାଳୟର ୨୯ଜଣ ଛାତ୍ରୀଛାତ୍ର ୯୫, ୮୮ଛାତ୍ରୀଛାତ୍ର ୯୦ ଏବଂ ୧୭୩…

ରେକର୍ଡ ରଚିଲେ ଇଶିକା, ସଂସ୍କୃତି: ସିବିଏସ୍‌ଇ ପରୀକ୍ଷାରେ ସଂସ୍କାର ସ୍କୁଲର ସଫଳତା

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ବିଦ୍ୟାଳୟର ଇଶିକା ଅଗ୍ରୱାଲ ଓ ସଂସ୍କୃତି ଜୈନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri