ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୫.୨% ହ୍ରାସ

ନୂଆଦିଲ୍ଲୀ,୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ହାର ୫.୨% ହ୍ରାସ ଘଟିଛି। ଗତ ବର୍ଷ ସମାନ ସମୟରେ ଶିଳ୍ପ କ୍ଷେତ୍ରରେ ୪.୩% ଅଭିବୃଦ୍ଧି ଘଟିଥିଲା। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରି ପ୍ରଡକ୍ଟ, ସିମେଣ୍ଟ, ଷ୍ଟିଲ ଏବଂ ବିଦ୍ୟୁତ ଭଳି କ୍ଷେତ୍ରଗୁଡିକର ଉତ୍ପାଦନ ନକାରାତ୍ମକ ସ୍ଥିତିରେ ରହିଛି। ୮ କ୍ଷେତ୍ର ମଧ୍ୟରୁ ୭ଟିର ସ୍ଥିତିରେ ନକରାତ୍ମକ ଅଭିବୃଦ୍ଧି ରହିଥିବା ଗୁରୁବାର ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି। ଏହି ସମୟରେ ସାର ଉତ୍ପାଦନ ଉନ୍ନତ ରହିଛି। ଗତ ସମାନ ମାସ ତୁଳନାରେ ଚଳିତ ବର୍ଷ ଏଥିରେ ୫.୪% ଅଭିବୃଦ୍ଧି ରହିଛି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ସମୟରେ ପ୍ରମୁଖ ଶିଳ୍ପ କ୍ଷେତ୍ରଗୁଡିକର ଅଭିବୃଦ୍ଧି ୧.୩%କୁ ଖସିଛି। ଏହା ଗତ ସମାନ ସମୟରେ ୫.୫% ରହିଥିବା ସରକାରଙ୍କ ତଥ୍ୟରୁ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍‌ବୁକ୍‌ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି...

୧୦% ଷ୍ଟକ୍‌ ବିକିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ, ୮।୧୧:  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍‌ ବିକି ପାରନ୍ତି। ଏ ନେଇ ଶନିବାର ସେ...

ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ

ପିଲାଟି ଦିନରୁ ମାତାପିତାଙ୍କୁ ହରାଇଥିବା ଜଣେ ମେଧାବୀ ଛାତ୍ର ଯେ କେବେ ଶହ ଶହ ପିଲାଙ୍କର ଦାୟିତ୍ୱ ବହନ ସହ ଅଭିଭାବକ ଓ ଗୁରୁଙ୍କ ଭୂମିକା...

ରାମ୍‌କୋ ସିମେଣ୍ଟ ପକ୍ଷରୁ ‘ରାମ୍‌କୋ ସୌଭାଗ୍ୟ’

ଭୁବନେଶ୍ୱର, ୯।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍‌କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ...

ଗୁଣାତ୍ମକ ସାମଗ୍ରୀ, ଲୋକ ସମ୍ପର୍କକୁ ଗୁରୁତ୍ୱ

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ କରିବା ପାଇଁ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ହେଲେ ବାସସ୍ଥଳୀକୁ ସୁନ୍ଦର ଓ ମନଲାଖି କରିବା...

୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ରଦ୍ଦ: ଏପ୍ରିଲ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୯।୧ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫...

ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ...

ଆଜିଓ ଅଲ୍‌ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନ୍‌ଲାଇନ ଫ୍ୟାଶନ ଇ-ରିଟେଲର ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏହା ଅନେକ ତାରକା ଖଚିତ...

Advertisement
Archives

Model This Week