ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି; କୋର୍‌ ସେକ୍ଟର ଅଭିବୃଦ୍ଧି ୧.୫% କମିଲା

ନୂଆଦିଲ୍ଲୀ,୧-୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଲଗାତାର ଭାବେ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଖସୁଛି। ନଭେମ୍ବରରେ ୮ କୋର୍‌ ସେକ୍ଟର ଭିତ୍ତିଭୂମି ଶିଳ୍ପଉଦ୍ୟୋଗ ର ଅଭିବୃଦ୍ଧି ନଭେମ୍ବରରେ ୧.୫% ଖସିଛି। ୮ କୋର୍‌ ସେକ୍ଟର ମଧ୍ୟରୁ ୫ଟିର ଅଭିବୃଦ୍ଧି ନକାରାତ୍ମକ ରହିଥିବା ସରକାର ମଙ୍ଗଳବାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୮ ନଭେମ୍ବରରେ ୮ କୋର ସେକ୍ଟର ଅଭିବୃଦ୍ଧି ୩.୩% ରହିଥିଲା। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ଇସ୍ପାତ, ବିଦ୍ୟୁତ ଭଳି କ୍ଷେତ୍ରର ଉତ୍ପାଦନ ନିମ୍ନଗାମୀ ହୋଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି। ସିମେଣ୍ଟ କ୍ଷେତ୍ରର ଉତ୍ପାଦନ ହ୍ରାସ ହେବା ଯୋଗୁ ଏହାର ଅଭିବୃଦ୍ଧି ୪.୧%କୁ ଖସିଛି। ଏହା ଗତ ବର୍ଷ ନଭେମ୍ବରରେ ୮.୮% ରହିଥିଲା। ଏହାବାଦ ରିଫାଇନେରୀ ପ୍ରଡକ୍ଟ ଏବଂ ସାର ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଚଳିତ ବର୍ଷ ଉନ୍ନତ ରହିବା ସହ ଯଥାକ୍ରମେ ୩.୧% ଏବଂ ୧୩.୬% ରହିଛି। ଚଳିତ ବର୍ଷ ଏପ୍ରିଲ-ନଭେମ୍ବର ସମୟରେ କୋର ସେକ୍ଟରରେ ଅଭିବୃଦ୍ଧି ସାଧନ ହୋଇ ନାହିଁ। ଯାହା ଗତ ବର୍ଷ ସମାନ ସମୟରେ ୫.୧% ରହିଥିଲା। ଚଳିତ ବର୍ଷ ଅଗଷ୍ଟ ପରଠାରୁ କୋର ସେକ୍ଟରରେ ଉତ୍ପାଦନ ଅଭିବୃଦ୍ଧି ଲଗାତାର ନକାରାତ୍ମକ ରହିଛି।
ଦେଶର ମାନ୍ଦାବସ୍ଥା ସ୍ଥିତି ଯୋଗୁ ଉଦ୍ୟୋଗଗୁଡିକର ଉତ୍ପାଦନରେ ଲାଗାତାର ଭାବେ ହ୍ରାସ ହେଉଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଚାହିଦା ଏବଂ ନିବେଶ ପ୍ରଭାବିତ ହେବା ଯୋଗୁ ଶିଳ୍ପ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି। ସମଗ୍ର ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ବେହାଲ ରହିଛି। ସରକାର ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ କରୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ। ଅଟୋମୋବାଇଲ, ରିୟଲ ଇଷ୍ଟେଟ, ମାଇନିଂ, ଏଫ୍‌ଏମ୍‌ସିଜି ସହ ଶିଳ୍ପ କ୍ଷେତ୍ରର ଉତ୍ପାଦନ ଲଗାତାର ଭାବେ କମୁଥିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ଏପଟେ ନୂଆ ବର୍ଷକୁ ନେଇ ଇଣ୍ଡିଆ ଇଙ୍କ ଆଶାଦାବି ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri