ପ୍ରମାଣପତ୍ର ଦାଖଲ ନ ହେଲେ ମିଳିବନି ପେନ୍‌ସନ୍‌: ବିଏମ୍‌ସି

ଭୁବନେଶ୍ୱର,୪।୧୦(ବ୍ୟୁରୋ) : ଆଧାର ଲିଙ୍କ୍‌ ସହ ଆବଶ୍ୟକ ମୂଳ ପ୍ରମାଣପତ୍ର ଦାଖଲ ନ କଲେ ମିଳିବନି ପେନ୍‌ଶନ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସମସ୍ତ ପେନ୍‌ଶନଧାରୀଙ୍କୁ ଚେତାବନୀ ନିଆଯାଇଛି। ଏନେଇ ଗତ ୨୪ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଆସନ୍ତା ୯ତାରିଖରୁ ନଭେମ୍ବର ୯ ମଧ୍ୟରେ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରମାଣପତ୍ର ଦାଖଲ ନ ହେଲେ ବିଏମ୍‌ସି ଉକ୍ତ ପେନ୍‌ଶନ୍‌କୁ ବନ୍ଦ କରିବାକୁ ବାଧ୍ୟହେବେ ବୋଲି କୁହାଯାଇଛି। ଓଡ଼ିଶା ନିଧି ସେବା ପେନ୍‌ଶନ୍‌ ନିୟମ-୧୯୮୦ର ଧାରା ୧୦୪, ୧୦୫ ଓ ଅଣନିଧି ସେବା ନିୟମ ୧୯୮୯ର ଧାରା ୯୪(୩) ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବା ଲାଗି ନିଗମର ସମସ୍ତ ପେନ୍‌ଶନ୍‌ଧାରୀଙ୍କୁ ବିଏମ୍‌ସି ଅବଗତ କରାଇଛି। ପେନ୍‌ଶନଧାରୀମାନେ ନିଜର ମୂଳ ପ୍ରମାଣପତ୍ର(ନିର୍ଦ୍ଧାରିତ ଫର୍ମ) ସହ ବ୍ୟାଙ୍କ ପାସ୍‌ବୁକ୍‌ ଓ ଆଧାରକାର୍ଡର ଅବିକଳ ନକଲ ଦାଖଲ କରିବାକୁ ବିଏମ୍‌ସି କହିଛି। ଏ ସଂକ୍ରାନ୍ତରେ ନଗର ଉନ୍ନୟନ ବିଭାଗକୁ ଅବଗତ କରାଇଛି। ପ୍ରମାଣପତ୍ର ଦାଖଲ କରିବା ପରେ ମାସିକ ପେନ୍‌ଶନ୍‌ ଦିଆଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ଆଗରେ ଦୁଇ ବିଇଓ ହଟହଟା

ରେଢାଖୋଲ,୧୭।୧୦(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ...

ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା...

ଭଦ୍ରକରେ ରାଜନୈତିକ ହିଂସା: ଯୁବକଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଲେ; ପ୍ରତିବାଦରେ ରାସ୍ତାରୋକୋ

ଭଦ୍ରକ ଅଫିସ,୧।୨: ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଭଦ୍ରକ...

ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରି ଦିଅର ଗିରଫ

ବ୍ରଜରାଜନଗର,୧୩।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଲଜକୁରା ଫାଟକପଡ଼ାର ଜଣେ ଯୁବକ ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଘଟଣା ପ୍ରଘଟ କଲେ ମହିଳାଙ୍କୁ...

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର...

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼

ବାରିପଦା ଅଫିସ,୨୯ା୬: ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା...

ଏପ୍ରିଲ ୨୫ରୁ ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ୱର, ୫।୩(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା...

ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ଚୋରି, ବିକୁଥିଲେ ଛତିଶଗଡ଼ରେ

ଉମରକୋଟ, ୩୧ା୧୦(ସ୍ବ.ପ୍ର.): ଉତ୍ତର ପ୍ରଦେଶରୁ ଆସି ନବରଙ୍ଗପୁର ଜିଲା ଉମରକୋଟରେ ରହି ମୋବାଇଲ୍‌ ଟାଓ୍ବାରରୁ ବ୍ୟାଟେରି ଚୋରି କରୁଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ...

Advertisement
Archives

Model This Week