ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ(ଏଫ୍‌ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହାଇ କହିଛନ୍ତି। ବର୍ତ୍ତମାନ ଯାଏ ଇରାନକୁ ରପ୍ତାନି ନେଇ କୌଣସି ଆଶଙ୍କା ପ୍ରକାଶ ପାଇ ନ ଥିଲା। ହେଲେ ସେଠାରେ ସମସ୍ୟା ଲାଗି ରହିଲେ ଉକ୍ତ ଦେଶକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଇରାନ ଭାରତ ସହ ବାଣିଜ୍ୟ ସହଭାଗିତାରେ ସାମିଲ ହୋଇଛି। ଏହା ଭାରତକୁ ତେଲ, ସାର, ରସାୟନ ସାମଗ୍ରୀ ପଠାଉଥିବା ବେଳେ ଭାରତଠାରୁ ଡାଲି, ଚା, କଫି, ବାସମତି ଚାଉଳ, ମସଲା ଭଳି ବିଭିନ୍ନ ସାମଗ୍ରୀ ଆମଦାନୀ କରୁଛି। ପର୍ସିଆ ଗଲ୍ଫ ଦେଶଗୁଡିକୁ ଭାରତ ୨୦୧୮-୧୯ରେ ୨୪,୯୨୦ କୋଟି ଟଙ୍କାର ସମାଗ୍ରୀ ପଠାଇଛି। ସେହିଭଳି ସେହିଦେଶଗୁଡିକରୁ ୯୬ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଛି। ଭାରତ ବୃହତ୍ତ ପରିମାଣରେ ତୈଳ ଇରାନରୁ ଆମଦାନୀ କରୁଥିବାରୁ ବାଣିଜ୍ୟ କ୍ଷେତ୍ରରେ ଏଭଳି ଅସମାନତା ରହିଛି। ଭାରତ ଏବଂ ଇରାନ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ସେହିଭଳି କିଛି ପ୍ରଡକ୍ଟ ଉପରେ ଉଭୟ ଦେଶ ଟିକସ ମଧ୍ୟ ଛାଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ୧୭%, ଡିଜେଲ ୨୬% ବିକ୍ରି କମିଲା

ଲକ୍‌ଡାଉନ ପାଇଁ ସାରା ଦେଶରେ ପେଟ୍ରୋଲ ଡିଜେଲ ବିକ୍ରି ହ୍ରାସ ଘଟିଛି। ମାର୍ଚ୍ଚରେ ପେଟ୍ରୋଲ ବିକ୍ରି ୧୭.୬% ହ୍ରାସ ଘଟିଥିବା ବେଳେ ଡିଜେଲ ବିକ୍ରି ୨୬%...

ଉତ୍ପାଦ ଟିକସ ହ୍ରାସ ଲାଭକାରୀ ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୧୧।୧୧: ନିକଟରେ କେନ୍ଦ୍ର ସରକାର ଉପରେ ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ...

କଠିନ ଅଧ୍ୟବସାୟରୁ ସଫଳତା

ପାଞ୍ଚ ଦଶନ୍ଧି ତଳେ ଭୁବନେଶ୍ୱର କହିଲେ ହାତଗଣତି କିଛି ବଜାର ଓ ଅଞ୍ଚଳକୁ ବୁଝାଉଥିଲା। ୧୯୭୦ ମସିହାରେ ଜଣେ ସଫଳ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ...

ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍‌ବିଆଇର ଆଶ୍ୱାସନା

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ...

୬୯ ହଜାର ପେଟ୍ରୋଲ ପମ୍ପରେ ମିଳିବ ଇ-ଯାନ ଚାର୍ଜିଂ ସୁବିଧା

ନୂଆଦିଲ୍ଲୀ,୭।୯ : ଦେଶର ପ୍ରାୟ ୬୯ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜିଂ କରାଇବା ନେଇ ସୁବିଧା ଉପଲବ୍ଧ କରାଯିବ। ଏହି ଷ୍ଟେଶନଗୁଡିକରେ ଚାର୍ଜିଂ କିୟସ୍କ...

ଅଭିବୃଦ୍ଧି ଲାଗି ଜାରି ରହିବ ସଂସ୍କାର ଧାରା

ନୂଆଦିଲ୍ଲୀ,୪-୧୦: ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡ଼ିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ କରିବାକୁ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବେ। ଅର୍ଥ...

କେୟର୍ନ ମାମଲା ଉପରେ ୟୁଏସ୍‌ କୋର୍ଟଙ୍କ ରୋକ୍‌

ନୂଆଦିଲ୍ଲୀ,୨୭।୯: କେୟର୍ନ ଏନର୍ଜି ମାମଲା ଉପରେ ନ୍ୟୁୟର୍କର ଏକ କୋର୍ଟ ରୋକ୍‌ ଲଗାଇବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାମଲାର ସମାଧାନ ଲାଗି କମ୍ପାନୀ ଭାରତ...

ରାଜ୍ୟ ପାଇବେ ୩୫ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୧୦-୨: ରାଜ୍ୟଗୁଡିକ ଶୀଘ୍ର ଆଉ ୩୫ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ଶୀଘ୍ର ପାଇବେ। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସହୁଥିବା ରାଜସ୍ବ...

Advertisement
Archives

Model This Week