Posted inଜାତୀୟ

ପ୍ରଦୂଷଣ, ବାତ୍ୟା ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୬-୧୧(ପି.ଟି.):ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌) ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ଭାରତର ସ୍ଥିତି ସମୀକ୍ଷା କରିଛନ୍ତି। ସେ ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଦୂଷଣ ସମ୍ପର୍କିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଟୁଇଟ୍‌ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ. ମିଶ୍ର ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ପ୍ରଦୂଷଣକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ରବିବାର ସମୀକ୍ଷା ବୈଠକ କରିବା ଦିନକ ପରେ ମୋଦି ଏହି ସମୀକ୍ଷା କରିଛନ୍ତି। ସେହିପରି ପଶ୍ଚିମ ଭାରତରେ ସମ୍ଭାବ୍ୟ ଝଡ଼ ସ୍ଥିତିକୁ ନେଇ ମଧ୍ୟ ମୋଦି ସମୀକ୍ଷା କରିଥିବା ଜଣାପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ଦିଲ୍ଲୀର ବାୟୁ ଗଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପୂର୍ବାହ୍ନ ୯ଟା ୪୫ରେ ୩୬୫ ଥିବାବେଳେ ଅପରାହ୍ନ ୩ଟା ୪୫ରେ ୩୩୧କୁ ଖସିଥିଲା। ଏନ୍‌ସିଆର୍‌ର ଗ୍ରେଟର ନଏଡାରେ ୩୪୮, ନଏଡା ୩୫୮, ଗାଜିଆବାଦ ୩୫୧, ଫରିଦାବାଦ ୩୧୧ ଓ ଗୁରଗାଓଁରେ ୩୨୮ ରହିଥିଲା। ଏକ୍ୟୁଆଇ ୦-୫୦ ରହିଲେ ଭଲ, ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ନିମ୍ନ, ୩୦୧-୪୦୦ ଅତି ନିମ୍ନ ଓ ୪୦୧-୫୦୦ ରହିଲେ ତାକୁ ଖରାପ କୁହାଯାଏ। ସେହିପରି ଏହି ସୂଚକାଙ୍କ ସ୍ତର ୫୦୦ ଅତିକ୍ରମ କଲେ ସିଭିଅର ପ୍ଲସ୍‌ ଭାବେ ବର୍ଗୀକରଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମିଶେଲ ଆପଣାଇଲେ ଦେଶୀ ପଦ୍ଧତି

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀରେ ଏବେ ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ତିହାଡ଼ ଜେଲ୍‌ରେ ଥିବା କଏଦୀ ମଧ୍ୟ...

ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ପୁଣି ୨ଜି ସେବା ବନ୍ଦ; ହାଇ ଆଲର୍ଟ ଜାରି

ଶ୍ରୀନଗର,୯।୨: ଆତଙ୍କବାଦୀ ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରିବାକୁ ଜମ୍ମୁ-କଶ୍ମୀରରେ ତତ୍ପରତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨ଜି ଇଣ୍ଟରନେଟ୍‌...

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ...

ନିର୍ବାଚନ ପ୍ରଚାର ପଦଯାତ୍ରାରୁ ହଟିଲା କଟକଣା, ରାତି ୧୦ଟା ପର୍ଯ୍ୟନ୍ତ କରିହେବ ପ୍ରଚାର…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଉପରେ ଥିବା କଟକଣାକୁ ଶନିବାର କୋହଳ...

ଅର୍ଣ୍ଣବଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ,୨୪।୩ : ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଦୁର୍ନୀତିରେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ସିଧାସଳଖ ଗିରଫ କରିପାରିବ ନାହିଁ ମୁମ୍ବାଇ...

ଦିନେ ବଢ଼ିଲେ ଦିନେ କମୁଛି: ସକ୍ରିୟ ସଂକ୍ରମଣ ସଂଖ୍ୟା ଲକ୍ଷେ ମୁହାଁ

ନୂଆଦିଲ୍ଲୀ,୨୫।୬: କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଗତ କିଛି ଦିନରୁ ଭାରତରେ...

ରାଜ୍ୟ ସଭାରେ ହଙ୍ଗାମା: ୮ ଏମ୍‌ପି ସପ୍ତାହେ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ, ୨୧।୯: ମୌସୁମୀ ଅଧିବେଶନର ୮ମ ଦିନରେ ସୋମବାର ରାଜ୍ୟ ସଭାରେ ୮ ବିରୋଧୀ ସଦସ୍ୟଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। କୃଷି ବିଧେୟକକୁ...

ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ସରକାରୀ ସ୍କୁଲରେ ମିଳିଲାନି ନାମଲେଖା ଅନୁମତି

ଚେନ୍ନାଇ,୧୨।୭: ତାମିଲନାଡୁର ପେରାମ୍ବୁଲୁର ଜିଲାର ଏକ ସରକାରୀ ହାଇସ୍କୁଲରେ ଜଣେ ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ନାମଲେଖାର ସୁଯୋଗ ଦିଆଯାଇନାହିଁ। ଏହାପରେ ଶୁକ୍ରବାର ତାମିଲନାଡୁ ଶିକ୍ଷା ବିଭାଗ...

Advertisement
Archives

Model This Week