ପ୍ରଦୂଷଣ ବଳୟରେ ଖୋର୍ଦ୍ଧା : ରୋଗ ବାଣ୍ଟୁଛି କ୍ରଶର, ଖଣି ବିଗାଡୁଛି ପରିବେଶ

ଖୋର୍ଦ୍ଧା ଅଫିସ,୨୬।୭ : ପ୍ରଦୂଷିତ ହୋଇଚାଲିଛି ଖୋର୍ଦ୍ଧାର ପରିବେଶ। ଖୋର୍ଦ୍ଧା ତହସିଲ ଓ ଆଖପାଖ ଅଞ୍ଚଳରେ କ୍ରଶର ରୋଗ ବାଣ୍ଟୁଥିଲାବେଳେ ପଥର ଖଣି ପରିବେଶକୁ ବିଗାଡି ଦେଇଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷଙ୍କ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ କ୍ରଶର ମାଲିକ ଓ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମାଲେମାଲ ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସାଧାରଣ ଲୋକଙ୍କୁ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ କରାଉଛନ୍ତି। ହେଲେ ଏସ୍‌ଟିଏଫ୍‌ର କ୍ରଶର ଉପରେ ଚଢ଼ାଉ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ବେଆଇନ କ୍ରଶର ଓ ଖଣି ଖନନ ଉପରେ ଲଗାମ ଲଗାଇ ପରିବେଶକୁ ବଞ୍ଚାଅ ବୋଲି ସାଧାରଣରେ ଦାବି ଉଠିଛି। ଅନ୍ୟପକ୍ଷେ କୁରାଢ଼ମଲ୍ଲଠାରୁ କାଇପଦର ଗାଁ ରାସ୍ତାର ଉଭୟପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ କ୍ରଶର ଗଢ଼ି ଉଠିଛି। ସେହିଭଳି ୧୬ ନଂ. ଜାତୀୟ ରାଜପଥର ଦଧିମାଛଗାଡିଆଠାରୁ ବାଜପୁର ରାସ୍ତା ପାର୍ଶ୍ୱରେ ୨୫, ଦଧିମାଛଗାଡିଆ ଛକରୁ ଦଧିମାଛଗାଡିଆ ଗାଁକୁ ପଡିଥିବା ରାସ୍ତାରେ ୩୦, ତାପଙ୍ଗ ଛକରୁ ତାପଙ୍ଗ ଗାଁକୁ ପଡିଥିବା ରାସ୍ତାପାର୍ଶ୍ୱରେ ୫୦, ଓସିସି ଛକରୁ ତାପଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୩୩ କ୍ରଶର ଗଢ଼ି ଉଠିଛି। ପୁଣି କୁରାଢ଼ମଲ୍ଲରୁ ଦେଉଳଟାଙ୍ଗୀ ରାସ୍ତାପାର୍ଶ୍ୱରେ ୨୦, କାଞ୍ଜିଆଗଡରୁ ଝିଙ୍କିଝାରୀ ଗାଁ ରାସ୍ତାପାର୍ଶ୍ୱରେ ୧୨, ଛତ୍ରମା ଛକରୁ ଛତ୍ରମା ଗାଁ ରାସ୍ତାରେ ୫୦ରୁ ଊର୍ଦ୍ଧ୍ୱ କ୍ରଶର ରହିଛି। ଦୁର୍ଗାପୁର ଗାଁ ନିକଟରେ ୩୦ ରୁ ଊର୍ଦ୍ଧ୍ୱ ଓ ତୋଟାପଡା ଛକରୁ କଦଳୀବାରି ଗାଁକୁ ୧୨, ଶିଆଳିଆରୁ ବ୍ରହ୍ମପୁରା ରାସ୍ତାକଡରେ ପ୍ରାୟ ୫ କ୍ରଶର ଅନୁରୂପ ଭାବେ ରହିଛି। କ୍ରଶରଗୁଡିକ ଆଇନତଃ ହେଉ ଅଥବା ବେଆଇନ ଭାବେ ହେଉ ଏଗୁଡିକର ଧୂଳିକଣାରେ ସାଧାରଣ ଲୋକ ରୋଗର ଶିକାର ହେଉଛନ୍ତି। ସମ୍ପୃକ୍ତ ରାସ୍ତା ଦେଇ ଯିବାବେଳେ ପ୍ୟାଣ୍ଟ, ଶାର୍ଟ ଓ ଦେହ ଉପରେ ଏକ ଧୂଳିର ଆସ୍ତରଣ ବସିଯାଉଛି। ଏହାର ପ୍ରତିକାର ପାଇଁ ଦାବି ହେଉଥିଲେ ହେଁ ଏହା ଶୀତଳଭଣ୍ଡାରରେ ରହିଯାଉଛି ବୋଲି ଅଭିଯୋଗ ରହିଛି।
ଜିଲାର ବିଭିନ୍ନ ପାହାଡ ଓ ଜଙ୍ଗଲିଆ ଅଞ୍ଚଳରେ ପଥର ଚୋରମାନେ କମ୍ପ୍ରେସର ସାହାଯ୍ୟରେ ଗ୍ରାନାଇଟ ପଥର ମୁଣ୍ଡିଆରୁ ପଥର ବ୍ଲାଷ୍ଟିଂ ପାଇଁ ଡିଟୋନେଟର, ଜିଲୋଟିନ, ଆମୋନିୟମ ନାଇଟ୍ରେଟ୍‌ ଭଳି ବିସ୍ଫୋରକ ପଦାର୍ଥ ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଖୋର୍ଦ୍ଧା ଜିଲାରେ ବିସ୍ଫୋରକର ଅପବ୍ୟବହାର ସାଙ୍ଗକୁ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିସ୍ଫୋରକ ମହଜୁଦ ଓ ବିକ୍ରୟ ଲାଗି ଦୁଇ ପ୍ରକାର ୨୧/୨୨ ଲାଇସେନ୍ସ ବ୍ୟବସ୍ଥା ରହିଛି। ଖୋର୍ଦ୍ଧା ଜିଲାରେ ୩ ଜଣଙ୍କୁ ବିସ୍ଫୋରକ ପାଇଁ ଲାଇସେନ୍ସ ମିଳିଛି। କିନ୍ତୁ ଏବେ ଗାଁ ଗାଁରେ ଚୋରାରେ ଏହି ବିସ୍ଫୋରକ ସାମଗ୍ରୀ ଗଚ୍ଛିିତ ରହୁଛି। ଆବଶ୍ୟକତାଠାରୁ ଅଧିକ ପୁଣି ଗଚ୍ଛିତ ରହୁଛି। ତାହା ପୁଣି ବିପଦସଙ୍କୁଳ ଭାବେ ରଖାଯାଉଥିବାର ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଦିନରାତି ମୁଣ୍ଡିଆଗୁଡିକରେ ବିସ୍ଫୋରକ ବ୍ୟବହାର ପଦାର୍ଥ ବ୍ଲାଷ୍ଟିଂ କରାଯାଉଛି। ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ ଖଣି ବନ୍ଦ ରହିଥିଲା। ପରେ ସରକାରୀ ସ୍ବୀକୃତିପ୍ରାପ୍ତ ଖଣି ବି ଦିନରାତି ପଥର ବ୍ଲାଷ୍ଟିଂ କରିବାର ଅଭିଯୋଗ ରହିଛି। ବ୍ଲାଷ୍ଟିଂ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଗ୍ରାନାଇଟ ପଥରକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲାରେ ଗଢି ଉଠିଛି ଷ୍ଟୋନ କ୍ରଶର ଶିଳ୍ପ। ସରକାରୀ ସ୍ତରରେ ୩୫୬ କ୍ରଶର ପରିବେଶ ମଞ୍ଜୁରୀ ପାଇଥିବାବେଳେ ରାଜନୈତିକ ପ୍ରୋତ୍ସାହନ ଓ ପ୍ରଶାସନିକ ଆଶୀର୍ବାଦରୁ ଜିଲାରେ ୫୪୪ରୁ ଊର୍ଦ୍ଧ୍ୱ ବେଆଇନ କ୍ରଶର ଗଢ଼ି ଉଠିଥିବା ଅଭିଯୋଗ ରହିଛି। କ୍ରଶର ବେଆଇନ ଭାବେ ଚାଲୁ ଅଥବା ପଞ୍ଜୀକୃତ ହୋଇଥାଉ, କେହି ବି ସାଇଟିଂ ନିୟମକୁ ମାନୁନାହାନ୍ତି। ଏହି ବେଆଇନ କାର୍ଯ୍ୟ ନେଇ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଜାଣି ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି। ନୀରବତା ପଛରେ ହାତଗୁଞ୍ଜା କାରବାର ରହିଥିବାର ଅଭିଯୋଗ ହୋଇ ଆସୁଛି। କେବଳ ଅଦାଲତଙ୍କ ନିର୍ଦ୍ଦେଶ ମିଳିଲେ ଆଖିଦୃଶିଆ ଚଢାଉ କରାଯାଇ କାର୍ଯ୍ୟ ଶେଷ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ହଜାର ତଳକୁ ଖସିଲା ସଂକ୍ରମଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ଦୀର୍ଘ ସାଢ଼େ ୩ମାସ ପରେ ମଙ୍ଗଳବାର ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି।...

ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ରପତ୍ତନଠାରୁ ୩.୧ରୁ ୫.୮ କିମି ମଧ୍ୟରେ...

ଓଡ଼ିଶା ବଜେଟ ୨୦୨୧-୨୨

କଲ୍ୟାଣକାରୀ ବଜେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌କୁ ପ୍ରଶଂସା କରିଛନ୍ତି। ନବୀନ କହିଛନ୍ତି, ଏହା ଏକ ଜନକଲ୍ୟାଣକାରୀ, ବିକାଶଶୀଳ...

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଶୁକ୍ରବାର ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କିଛି...

ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ ୯୩୯ ଜଣଙ୍କୁ ପୋଲିସ...

ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ

ଭୁବନେଶ୍ୱର,୨୯।୩: ମେ’୧୦ରେ ହେବ ଝାରସୁଗୁଡା ଉପନିର୍ବାଚନ। ଏନେଇ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ସୂଚନାନୁଯାୟୀ, ମେ’୧୦ରେ ମତଦାନ ଏବଂ ମେ’...

ବିଷ୍ଣୁ ବିଗ୍ରହର ସଂରକ୍ଷଣ କରୁ ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଯାଜପୁର ଜିଲା ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରୁ କିଛିଦିନ ତଳେ ଏକ ପୁରାତନ ବିଷ୍ଣୁ ବିଗ୍ରହ ଉଦ୍ଧାର ହୋଇଥିଲା। ଗ୍ରାମର ଏକ ପୋଖରୀର...

ଐତିହ୍ୟ କରିଡର, ଏକାମ୍ର ପ୍ରକଳ୍ପର ସମୀକ୍ଷା

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୨୨।୨(ଡି.ଏନ୍‌.ଏ.):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ମହାନିର୍ଦ୍ଦେଶକ (ଡିଜି) ଭି. ବିଦ୍ୟାବତୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ...

Advertisement
Archives

Model This Week