Posted inଜାତୀୟ

ପ୍ରଦୂଷଣର ସମାଧାନ ନୁହେଁ ଯୁଗ୍ମ-ଅଯୁଗ୍ମ ସୂତ୍ର; ସୁପ୍ରିମକୋର୍ଟ: ୪ ରାଜ୍ୟ ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ଜଣାଇବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀର ମୁଖ୍ୟ ସଚିବମାନଙ୍କୁ ସମନ କରିଛନ୍ତି। ପ୍ରଦୂଷଣ ରୋକିବାକୁ ହେଲେ ପ୍ରଭାବଶାଳୀ ପଦକ୍ଷେପ ଜରୁରୀ। ଦିଲ୍ଲୀର ୧୩ଟି ପ୍ରଦୂଷଣ ମୁଖ୍ୟସ୍ଥଳକୁ ପରିଷ୍କାର କରିବାକୁ ହେବ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଦିଲ୍ଲୀ ସରକାର ଗାଡ଼ି ଚାଳନା ହ୍ରାସ କରିବାକୁ ଯାଇ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ କରିଥିଲାବେଳେ ସେଥିରୁ ଦୁଇ ଓ ତିନି ଚକିଆ ଯାନକୁ ବାଦ୍‌ ଦେଇଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଏହି ନିୟମ ଲାଗୁ କରିବା ସତ୍ତ୍ୱେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହା ସମାଧାନର ସୂତ୍ର ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ନଡ଼ା ପୋଡି ହ୍ରାସ ପାଇବା ସତ୍ତ୍ୱେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅଧିକ ଖରାପ ହେଉଥିବାରୁ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାଦ୍ୱାରା ପ୍ରଦୂଷଣ ହ୍ରାସ ପାଇଛି। ନଡ଼ା ପୋଡି ଯୋଗୁ ପ୍ରଦୂଷଣ ବଢ଼ୁଥିବା ଦିଲ୍ଲୀ ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ।
‘ମିଳିତ ଉଦ୍ୟମ ଲୋଡ଼ା’
ଦିଲ୍ଲୀ ବାୟୁ ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ଏହାକୁ ରୋକିବା ଦିଗରେ ସବୁ ସଂସ୍ଥାର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। କ୍ରମାଗତ ୪ ଦିନ ହେଲା ଦିଲ୍ଲୀ ବାୟୁର ମାନ ଅତ୍ୟନ୍ତ ଗୁରୁତର ବର୍ଗରେ ରହିଛି। ବିଷାକ୍ତ ସ୍ମୋଗ୍‌ର ବହଳ ଆସ୍ତରଣ ମହାନଗରୀକୁ ଆଚ୍ଛାଦିତ କରି ରଖିଛି। ଏପରି ସ୍ଥଳେ ସଂସ୍ଥାଗୁଡିକ ପରସ୍ପରକୁ ଦୋଷ ନ ଦେଇ ଏକାଠି କାମ କରିବା ଆବଶ୍ୟକ ବୋଲି ପରିବେଶ ମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କ ମୃତଦେହ ନେବା ପାଇଁ ଅଡି ବସିଲେ ୭ ସ୍ତ୍ରୀ

ହରିଦ୍ୱାର,୨।୧୦: ଧର୍ମନଗରୀ ହରିଦ୍ୱାରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତଦେହ ନେବା ପାଇଁ ଅଡି ବସିଛନ୍ତି ତାଙ୍କ ୭ ସ୍ତ୍ରୀ। ଘଟଣାକୁ...

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭...

‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’

ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା...

ଭାରତୀୟ ମୁସଲମାନ ହୋଇଥିବାରୁ ମୁଁ ଗର୍ବିତ – ଆଜାଦ

ନୂଆଦିଲ୍ଲୀ, ୧୦ା୨- ଆସନ୍ତା ୧୫ ତାରିଖରେ ରାଜ୍ୟ ସଭାରୁ ବିଦାୟ ନେବାକୁ ଯାଉଛନ୍ତି କଂଗ୍ରେସ ନେତା ଗୁଲାମ ନବି ଆଜାଦ। ପାକିସ୍ତାନ ନ ଯାଇ ଭାରତରେ...

କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା...

ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା

ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ...

୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି ଟାଣି ନେଲେ ଦୁଇପୁଅ, ଭିଡିଓ ଭାଇରାଲ

ଗ୍ରେଟର ନୋଏଡା,୨୪।୯: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦୁଇ ପୁଅ ୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି...

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି...

Advertisement
Archives

Model This Week