ପ୍ରଦର୍ଶନକାରୀଙ୍କୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଆମ ପାଖରେ ରହିଛି ଭୟଙ୍କର କୁକୁର ସହିତ ମାରଣାସ୍ତ୍ର

ଓ୍ବାଶିଂଟନ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଜଣେ ଅଣ-ଶ୍ୱେତାଙ୍ଗଙ୍କ ମୃତ୍ୟୁ ନେଇ ପ୍ରଦର୍ଶନ ଜାରି ରହିଛି। ମିନେସୋଟା ରାଜ୍ୟର ମିନେପୋଲିସ ସହରରେ ପୋଲିସ ହେପାଜତରେ ଅଣ-ଶ୍ୱେତାଙ୍ଗ ଜର୍ଜ ଫ୍ଲୋୟର୍ଡଙ୍କ ମୃତ୍ୟୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାର ଆଟଲାଣ୍ଟା ସମେତ ୧୬ଟି ରାଜ୍ୟର ୨୫ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି। ଶନିବାର ରାତିରେ ବହୁ ସହରରେ ପ୍ରଦର୍ଶନକାରୀ ଏବଂ ପୋଲିସ ମୁହାଁ ମୁହିଁ ହୋଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ହ୍ବାଇଟ୍‌ ହାଉସର ପରିସୀମା ଛୁଇଁଲେ ପ୍ରଦର୍ଶନକାରୀ ଅସୁବିଧାରେ ପଡ଼ିବେ। ଆମ ପାଖରେ ଭୟଙ୍କର କୁକୁର ଏବଂ ମାରଣାସ୍ତ୍ର ରହିଛି। ଏବେ ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ୧୪୦୦ ପ୍ରଦର୍ଶନକାରୀଙ୍କ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ମିନେପୋଲିସ ସହରର ବାସିନ୍ଦା ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ...

ବିଶ୍ୱର ପ୍ରଥମ ପାଇଲଟ୍‌ ଥିଲେ ରାବଣ

କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ।...

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ...

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ...

ଫିନ୍‌ଲ୍ୟାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

ହେଲ୍‌ସିନ୍‌କି,୯।୧୨: ଫିନ୍‌ଲ୍ୟାଣ୍ଡରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ରବିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବକନିଷ୍ଠ ମନ୍ତ୍ରୀଙ୍କୁ ଚୟନ କରିଥିବା ଜଣାପଡ଼ିଛି। ୩୪ବର୍ଷୀୟ ପୂର୍ବତନ ପରିବହନ ମନ୍ତ୍ରୀ ସନା...

ହସ୍ପିଟାଲକୁ ଆତଙ୍କବାଦୀଙ୍କ ଟାର୍ଗେଟ: ୧୬ ନିହତ

କାବୁଲ,୧୪ା୫: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇଜଣ...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌...

Coronavirus Update


Archives

Model This Week

Why Dharitri