Posted inଖେଳ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୭୬

ସେଞ୍ଚୁରିଆନ,୨୯।୧୨(ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡରେ ପହଞ୍ଚିଛି। ପ୍ରଥମ ଇନିଂସରେ ୧୦୩ ରନର ଅଗ୍ରଣୀ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୬୧.୪ ଓଭରରେ ୨୭୨ ରନକରି ଅଲଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୬ ରନର ଟାର୍ଗଟ ଧାର୍ଯ୍ୟ ହୋଇଛି। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ଶନିବାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪୧ ଓଭରରେ ଗୋଟିଏ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ଇଂଲଣ୍ଡ ୯ ଉଇକେଟ ହାତରେ ରଖି ବିଜୟ ପାଇଁ ଆଉ ୨୫୫ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଜୋ ବନର୍‌ସ ୭୭ ଓ ଜୋ ଡେନଲି ୧୦ ରନକରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଡମ୍‌ ସିବ୍‌ଲି ୨୯ ରନ କରି କେଶବ ମହରାଜଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଛନ୍ତି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୨/୪ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶନିବାର ଅଲଆଉଟ ହୋଇଥିଲା। ଦଳ ତରଫରୁ ରାସି ଭାନ ଡେର ଡୁସେନ ସର୍ବାଧିକ ୫୧, ଭର୍ନନ ଫିଲାଣ୍ଡର ୪୬, ଅନରିଜ ନୋର୍ଜ ୪୦, ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ୩୪ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୫, ବେନ୍‌ ଷ୍ଟୋକ୍ସ ୨, ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ ଓ ସାମ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଟସ୍‌ ହାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୮୪ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୮୧ ରନ କରି ଅଲଆଉଟ ହେବା ସହ ୧୦୩ ରନ ପଛରେ ପଡିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୨୮୪।
ଇଂଲଣ୍ଡ ପ୍ରଥମ ଇନିଂସ- ୧୮୧।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ-୨୭୨।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୪୧ ୧୨୧/୧
(ବନର୍‌ସ- ୭୭ *, ଡେନଲି- ୧୦*, ସିବ୍‌ଲି- ୨୯, ମହରାଜ- ୧/୧୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି...

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ...

୧୦୦ ଉଇକେଟ ନେବାରେ ମାଲିଙ୍ଗା ପ୍ରଥମ

କାଣ୍ଡି (ଶ୍ରୀଲଙ୍କା), ୭ା୯ (ଏଏଫ୍‌ପି)- ଶ୍ରୀଲଙ୍କାର ଲସିଥ ମାଲିଙ୍ଗା ବୋଲର ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ସୌଭାଗ୍ୟ...

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି...

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଘଟଣା: ସପ୍‌ନା ଗିଲ୍‌ଙ୍କୁ ଜାମିନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ସହ ଝଗଡ଼ା ଅଭିଯୋଗରେ ଗିରଫ ହୋଇଥିବା ସୋସିଆଲ ମିଡିଆ ଇନ୍‌ପ୍ଲୁଏନ୍ସର ସପନା ଗିଲଙ୍କୁ ସୋମବାର ମୁମ୍ବାଇ...

ପୁଣି ନିରାଶ କଲେ ଦୂତି

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଦୂତୀ ଆଜି ୨୦୦ ମିଟର ଦୌଡରେ ହାରି ଯାଇଛନ୍ତି। ୨୦୦ମିଟରରେ ହିଟ-୪ରେ...

ପ୍ରଜକ୍ତାଙ୍କୁ ସହାୟତା ମିଳିଲା

ନାଗପୁର,୨୦ା୫ (ପି.ଟି.)- କରୋନାଭାଇରସ ପାଇଁ ଜାତୀୟ ଲକ୍‌ଡାଉନ୍‌ ବେଳେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ ଚଳାଇଥିବା ଭାରତର ଡିଷ୍ଟାନ୍ସ ରନର ପ୍ରଜକ୍ତା ଗୋଡ୍‌ବୋଲେଙ୍କୁ ଶେଷରେ ରାଜ୍ୟ...

ବାକି ସମସ୍ତଙ୍କଠାରୁ ଭିନ୍ନ ଲକ୍ଷ୍ନୌର ଜର୍ସି-ଆନ୍ଥେମ୍‌

ନୂଆଦିଲ୍ଲୀ,୨୨।୩: ଆଇପିଏଲ୍‌ର ୧୫ତମ ସଂସ୍କରଣରେ ଡେବ୍ୟୁ କରିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ମଙ୍ଗଳବାର ଟିମ୍‌ ପକ୍ଷରୁ ଜର୍ସି ଏବଂ ଟିମ୍‌ ଆନ୍ଥେମ୍‌ ରିଲିଜ...

Advertisement
Archives

Model This Week