Posted inଖେଳ

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି। ଜଣେ ଖେଳାଳିଙ୍କୁ ଦୁର୍ବ୍ୟବହାର ତଥା ଗାଳି କରିଥିବାରୁ ରବିବାର କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଗୋଟିଏ ଟେଷ୍ଟରୁ ସସେପେଣ୍ଡ କରିଛି। ଶେଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟରେ କୁଇନ୍ସଲାଣ୍ଡ ବିପକ୍ଷରେ ଭିକ୍ଟୋରିଆ ତରଫରୁ ଖେଳିବା ବେଳେ ସେ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣବିଧି ଉଲ୍ଲଂଘନ କରିଥିବା ଜଣାପଡିଥିଲା। ତେବେ ପାଟିନସନ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଫିଲ୍ଡିଂ କରିବାବେଳେ ସେ ବ୍ୟକ୍ତିଗତ ଭାବେ ଜଣେ ଖେଳାଳିଙ୍କୁ ଗାଲି କରିଥିବା କୁହାଯାଇଛି। ଗତ ୧୮ ମାସ ମଧ୍ୟରେ ସେ ତୃତୀୟଥର ପାଇଁ ଏପରି ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଖେଳାଳିମାନଙ୍କ ଆଚରଣବିଧି ନେଇ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।
ଦଳରୁ ପାଟିନସନ ବାଦ୍‌ ପଡିଥିବାରୁ ଏହି ଟେଷ୍ଟରେ ମିଚେଲ ଷ୍ଟାର୍କ ଖେଳିବା ନିଶ୍ଚିତ ହୋଇଛି। ପୂର୍ବରୁ ଗୋଟିଏ ସ୍ଥାନ ପାଇଁ ପାଟିନସନ ଓ ଷ୍ଟାର୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା। ଦଳରେ ସାମିଲ ହୋଇଥିବା ଅନ୍ୟ ୩ଜଣ ବୋଲର ହେଲେ ଜୋଶ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ନାଥନ ଲିୟନ। ଖେଳିବା ବେଳେ ଭାବପ୍ରବଣ ହୋଇ ଭୂଲ କରିଛି ବୋଲି ପାଟିନସନ ସ୍ବୀକାର କରିଛନ୍ତି। ଭୂଲ କରିବା ପରେ ପ୍ରତିପକ୍ଷ ଖେଳାଳି ଓ ଅମ୍ପାୟରମାନଙ୍କୁ କ୍ଷମା ମାଗିଥିଲି । ବାସନ୍ଦାଦେଶକୁ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ପାଟିନସନଙ୍କୁ ବାଦ୍‌ ଦିଆଯାଇଥିଲେ ମଧ୍ୟ ଦଳରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରାଯିବ ନାହିଁ ବୋଳି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ନକଲି ଅଶ୍ୱିନ’ଙ୍କ ସହ ଅଭ୍ୟାସ କରୁଛି ଅଷ୍ଟ୍ରେଲିଆ, ଜାଣନ୍ତୁ କିଏ ସେହି ବୋଲର୍‌…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସନରାଇଜର୍ସ...

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ...

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ...

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ...

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ: ଇଂଲଣ୍ଡକୁ ୧୬୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆଡିଲେଡ,୧୦।୧୧: ଟି-୨୦ ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଡିଲେଡ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ...

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ...

୫ମ ଥର ଡାକଶ୍ରୀ ଟାଇଟଲ ପାଇଁ ଜନ୍ମେଜୟ ଆଶାବାଦୀ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତା ବ୍ରହ୍ମପୁରରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବ୍ରହ୍ମପୁରସ୍ଥିତ ହନୁମାନ କ୍ଲବଠାରେ...

Advertisement
Archives

Model This Week