ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କମ୍ୟୁନିଟି ରେଡିଓ

ଭୁବନେଶ୍ୱର, ୧-୧(ବ୍ୟୁରୋ): ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟି ରେଡିଓ ସ୍ଥାପନ କରିବା ଲକ୍ଷ୍ୟରେ ମଙ୍ଗଳବାର ଆରମ୍ଭ ହୋଇଛି ମିଶନ୍‌ ସି.ଆର୍‌. ୩୧୪। ଆକ୍ସନଏଡ୍‌ ସହଯୋଗରେ ୟଙ୍ଗ ଇଣ୍ଡିଆ, ନମସ୍କାର କମ୍ୟୁନିଟି ମିଡିଆ ନେଟ୍‌ୱର୍କ ଓ ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଇମେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନକୁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଉଦ୍‌ଘାଟନ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲା ତଥା ରାଜ୍ୟ ବାହାରୁ ବିଭିନ୍ନ ଓଡ଼ିଆ ସଙ୍ଗଠନର ୧୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ ଗୋଷ୍ଠୀ ବେତାର କେନ୍ଦ୍ର ବା କମ୍ୟୁନିଟି ରେଡିଓ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଦିଲ୍ଲୀ, ସୁରଟ୍‌, ବେଙ୍ଗାଲୁରୁ ଓ ଚେନ୍ନାଇରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଓଡ଼ିଆ ସଙ୍ଗଠନର ପ୍ରତିନିଧିମାନେ ସେମାନଙ୍କ ଅଞ୍ଚଳରେ ଓଡ଼ିଆ କମ୍ୟୁନିଟି ରେଡିଓ ସ୍ଥାପନ କରିବେ ବୋଲି ଘୋଷଣା କରିଥିଲେ। ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଜାତୀୟ ସଭାପତି ଏନ୍‌.ଏ. ଶାହ ଅନ୍‌ସାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରେଡିଓ ସ୍ବରାଜର ଅଧ୍ୟକ୍ଷ ଗାନ୍ଧିବାଦୀ ପ୍ରବକ୍ତା ଏସ୍‌.ଏ. ସଫିକ୍‌ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼

କଟକ ଅଫିସ,୨୨ା୨:ଏସ୍‌ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ...

ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ମକର...

କାଳିଆଙ୍କ ଅବସ୍ଥା ଗୁରୁତର: ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

କଟକ ଅଫିସ, ୨୬।୯: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଯମଜ ଶିଶୁ ଜଗା କାଳିଆ। ଗୁରୁବାର କାଳିଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ...

କରୋନା ମୁକାବିଲା: ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଜାରି ରହିଛି। ଓଡ଼ିଶାରେ ମଧ୍ୟ ସରକାର ସମସ୍ତ...

ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ...

ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଗୁଲାବ’: ସନ୍ଧ୍ୟା ୬ରୁ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଏବେ ଉପକୂଳମୁହାଁ। ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୯୫ କିମି ଏବଂ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ...

ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ...

କୋଭିଡ୍‌୧୯ ମୁକାବିଲା: ରାଜ୍ୟର ବିଭିନ୍ନ ଅଞ୍ଚଳ ବର୍ଗୀକରଣ

ଭୁବନେଶ୍ୱର,୪।୫(ବ୍ୟୁରୋ): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳର ବର୍ଗୀକରଣ କରିଛନ୍ତି। ଏ ନେଇ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ...

Advertisement
Archives

Model This Week