ପ୍ରଚାରପତ୍ରରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବା ଘଟଣା: ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଏକ ଆକସ୍ମିକ ଦୁର୍ଘଟଣା ଦର୍ଶାଯିବା ଘଟଣାକୁ ନେଇ ଶନିବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ଦେଇଥିଲେ। ଏହାପରେ ଏବେ ସମସ୍ତ ପୁସ୍ତିକାକୁ ନଷ୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଡିଇଓ, ଡିପିସି, ବିଇଓମାନଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସେମାନଙ୍କୁ ସଫ୍ଟ କପି ପ୍ରତ୍ୟାହାର ସହ ସବୁ ଲିଫ୍‌ଲେଟ, କପି ନଷ୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆମ ବାପୁଜୀ: ଏକ ଝଲକ’ ଶୀର୍ଷକ ଲିଫ୍‌ଲେଟ୍‌ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ବୋଲି ଲେଖାଯାଇଥିଲା। ଏହାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମାଲୋଚନା କରାଯାଇଥିବା ବେଳେ ଶୁକ୍ରବାର ବିଧାନସଭାରେ ମଧ୍ୟ କଂଗ୍ରେସ ଏହାକୁ ଭର୍ତ୍ସନା କରିଥିଲା। ଏଣୁ ବାଚସ୍ପତି ମନ୍ତ୍ରୀ ବିବୃତି ଦେବାକୁ ରୁଲିଂ ଦେଇଥିଲେ। ଶନିବାର ବିବୃତି ରଖି ମନ୍ତ୍ରୀ ଏହି ତ୍ରୁଟି ଅନିଚ୍ଛାକୃତ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୁବ୍‌ଶୀଘ୍ର

କଟକ ଅଫିସ, ୭ା୯: ହଜାର ବର୍ଷର ସହର କଟକ। ଏହା ଦେଶର ଅନ୍ୟତମ ସର୍ବପୁରାତନ ସହର ହୋଇଥିଲେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି। ତେବେ...

ଭୁବନେଶ୍ୱରରେ କରୋନା ସ୍ଥିତି ସାଂଘାତିକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ କହିଛନ୍ତି, କରୋନା...

୯ ଜେଲରେ କ୍ଷମତାଠୁ ଅଧିକ କଏଦୀ

କଟକ ଅଫିସ,୧।୮: ଜେଲ୍‌ରେ କରୋନା ସଂକ୍ରମଣ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ଭିଡିଓ କନଫରେନ୍ସରେ ଆୟୋଜିତ ହୋଇଛି। ଜେଲ୍‌ରେ କ୍ଷମତାଠାରୁ...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଏଡିଏମ୍‌ଓ, ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

କର୍ଲାମୁଣ୍ଡା, ୨୧।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜନୈକା ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ପଞ୍ଚାୟତ ପ୍ରତିନିଧି ଓ...

୧୦ ହଜାର ଟପିଲା ‘ମୋ ପ୍ରତିଭା’ ଆବେଦନ

ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍‌...

‘ମୋ ସରକାର’ରେ ସାମିଲ ହେଲା ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ବିଭାଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଶିଳ୍ପ ବିଭାଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ‘ମୋ ସରକାର’ରେ ସାମିଲ ହେଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା...

ଭିଜିଲାନ୍ସ ହାତରେ ଢିପିସାହି ସମବାୟ ସମିତି ସମ୍ପାଦକ

ନୟାଗଡ ଅଫିସ,୨୮।୫-ବିହନ ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ନୟାଗଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢିପିସାହି ସମବାୟ ସମିତି...

କାଠଯୋଡି ନଦୀକୁ ଡେଇଁଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡି ନଦୀକୁ ବୁଧବାର ମା ଓ ଝିଅ ଡେଇଁପଡିଛନ୍ତି। ବ୍ରିଜ ଉପରେ ଗାଡି ଥୋଇ ଉଭୟେ ନଦୀକୁ ଡେଇଁ...

Coronavirus Update


Archives

Model This Week

Why Dharitri