ପ୍ରକାଶ ପାଇଛି ବିଜ୍ଞପ୍ତି: କାଳିଆ ଯୋଜନାରେ ସାମିଲ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରିବ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ହିତାଧିକାରୀଙ୍କୁ ସରକାର ଅର୍ଥ ପ୍ରଦାନ କରିଛନ୍ତି। ଆଗକୁ ଆଉ ୨୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସରକାର କହିଥିଲେ। ଏହି ଯୋଜନାରେ ମୋଟ ୭୫ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟଙ୍କୁ ବାଦ୍‌ ଦେବା ପାଇଁ ସରକାର ବର୍ତ୍ତମାନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ ହିତାଧିକାରୀଙ୍କ ତାଲିକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ସେବା ସମବାୟ ସମିତିରେ ମଙ୍ଗଳବାର ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତାଲିକା ଟଙ୍ଗାଯିବ। ଉକ୍ତ ତାଲିକାରେ ସ୍ଥାନ ପାଇଥିବା ହିତାଧିକାରୀ ଯଦି ନିଜକୁ ଅଯୋଗ୍ୟ ବୋଲି ଅନୁଭବ କରନ୍ତି ତେବେ ସେମାନେ ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଜଣାଇପାରିବେ। ଏଥିପାଇଁ ଏକ ଫର୍ମ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ସେମାନେ ଏହାପରେ ପାଇଥିବା କାଳିଆ ଟଙ୍କା ଫେରସ୍ତ କରିପାରିବେ। ସେମାନେ ଯଦି ଚାହାନ୍ତି ତାଙ୍କ ନାଁକୁ ଗୋପନ ରଖାଯିବ। ଏହାସହ ଯଦି କୌଣସି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଚାହିଁବେ ସେମାନେ ନିଜ ଅଞ୍ଚଳରେ ଥିବା ସାଧାରଣ ସେବା କେନ୍ଦ୍ର ସହାୟତାରେ ଅନ୍‌ଲାଇନ ଦ୍ୱାରା ଆସନ୍ତା ୧୪ ତାରିଖ ମଧ୍ୟରେ ଦରଖାସ୍ତ ଦେଇପାରିବେ। ଅନ୍ୟପଟେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତାରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣା: ଅଭିଯୁକ୍ତ ବଡ଼ ଭାଇ ଗିରଫ, କେନାଲରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ

ବାଲିଅନ୍ତା,୯।୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହାଳ ଫାଣ୍ଡି ପଞ୍ଚମୁଖୀ ବିହାର ଆପାର୍ଟମେଣ୍ଟ ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ପ୍ରୀତମ କୁମାର ରାଉତରାୟ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ...

ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ...

ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା: ସୁସ୍ମିତା ବାଗ୍‌ଚୀ, ଆକାଶଙ୍କୁ ମଧ୍ୟ ସମତୁଲ୍ୟ ପଦବୀ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ...

ବିଧାନସଭାର ପ୍ରଥମ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରଲୋକଗତ ସଦସ୍ୟ ତଥା ପୂର୍ବତନ ସିଆର୍‌ପିଏଫ୍‌ କନଷ୍ଟେବଳଙ୍କ ବିୟୋଗରେ ଗୃହରେ...

ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଭଉଣୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ମଇଦାନକୁ...

ଆଜି ରାଜ୍ୟରୁ ୧୧୩ ପଜିଟିଭ୍‌ ଚିହ୍ନଟ, ୨୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଇଡ୍‌କୋର ଟାଟା ପ୍ରୀତି

ଭୁବନେଶ୍ୱର, ୧୫ା୪: ଓଡ଼ିଶାରେ ଶିଳ୍ପାୟନ କରାଯାଇ ନିଯୁକ୍ତି ପରିମାଣରେ ବୃ୍‌ଦ୍ଧି କରାଯିବ ବୋଲି ସରକାର ଅନେକ ବର୍ଷ ଧରି କହି ଆସୁଛନ୍ତି । ସେହି ଲକ୍ଷ୍ୟକୁ...

ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ...

Advertisement
Archives

Model This Week