Posted inଫୁରସତ

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ ବାହାରକୁ ବୁଲାଇ ନେବା, ବ୍ରଶ କରାଇବା, ଖାଇବାକୁ ଦେବା, ଗାଧୋଇ ଦେବା ଆଦି କରିବାକୁ ପଡ଼ିଥାଏ। ଏପରିକି ସେମାନେ ରହୁଥିବା ଘର ସଫା କରିବା, ସ୍ବାସ୍ଥ୍ୟ ଭଲ ରହିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆଦି ନିହାତି ଜରୁରୀ। ସକାଳୁ ଉଠିଲେ ମାଲିକମାନେ କୁକୁରକୁ ସାଧାରଣତଃ ବାହାରକୁ ବୁଲାଇ ନେଇଥାନ୍ତି। କିନ୍ତୁ କିଛି ଲୋକ କୌଣସି କାରଣ ବଶତଃ ବାହାରକୁ ନେଇ ପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଅଜବ ନିୟମ ରହିଛି ଅଷ୍ଟ୍ରେଲିଆର କାନ୍‌ବେରାରେ। ଏହି ନିୟମ ଅନୁସାରେ ଦିନ ଭିତରେ ପୋଷା କୁକୁରକୁ ଅତି କମ୍‌ରେ ୨/୩ ଥର ବାହାରକୁ ବୁଲାଇ ନେବା ଜରୁରୀ। ଯଦି କେହି ଏହି ନିୟମ ପାଳନ ନ କରନ୍ତି ତେବେ ସେମାନଙ୍କୁ ୪ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ପୋଷା କୁକୁରଙ୍କ ଖାଇବା,ପିଇବା, ରହିବାରେ କୌଣସି ଅସୁବିଧା ଦେଖାଦେଲେ ବି ଜରିମାନା ଦେବାକୁ ପଡ଼ିଥାଏ। ସବୁଠୁ ଅଜବ ନିୟମ ହେଲା ୨୪ ଘଣ୍ଟା ଭିତରେ ୨ ଘଣ୍ଟା ପାଇଁ କୁକୁରକୁ ବାହାରକୁ ବୁଲାଇ ନେବା ବାଧ୍ୟତାମୂଳକ। ଏହା ସହିତ ବିରାଡ଼ି ପାଳୁଥିବା ଲୋକ ମଧ୍ୟ ଏହି ନିୟମ ପାଳନ କରିବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା...

ସେଫ୍‌ଙ୍କ ୧ ଲକ୍ଷ ୬୦ ହଜାର ଟଙ୍କାର ପିଜା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତେ ପିଜା ଖାଇବାକୁ ବେଶ୍‌ ପସନ୍ଦ କରନ୍ତି, ଯାହା ଆମକୁ ୧୦୦ରୁ ଆରମ୍ଭ କରି ୧୦୦୦ ଟଙ୍କା ଭିତରେ ମିଳିଯାଏ। ହେଲେ ଏଠାରେ...

ଘରେ ମଶା ନହେବା ପାଇଁ ଆପଣାନ୍ତୁ ଏହି ଉପାୟ…

ଘର ପାଖରେ ସନ୍ତସନ୍ତିଆ ହେଲେ ମଶା ହୋଇଥାନ୍ତି। ତେବେ ମଶା ସମସ୍ୟାରୁ ଦୂରେଇ ରହିବା ପାଇଁ ଘର ପାଖରେ ଗେଣ୍ଡୁ ଫୁଲ ଲଗାଇଲେ ଭଲ। ଏହାର...

ସ୍ତ୍ରୀଙ୍କୁ ଡରି ଖଜୁରୀ ଗଛରେ ଲୁଚି ରହୁଛନ୍ତି ସ୍ବାମୀ, କାରଣ ଜାଣିଲେ…

ଉତ୍ତରପ୍ରଦେଶର ମାଉ ଜିଲାର କୋପାଗଞ୍ଜ ପୋଲିସ ଷ୍ଟେଶନ ଅନ୍ତର୍ଗତ ବାସରାଥପୁର ଗ୍ରାମସଭାରେ ରାମପ୍ରବେଶ ନାମକ ଜଣେ ବ୍ୟକ୍ତି ପ୍ରାୟ ମାସେ ହେଲା ଗାଁ ମଝିରେ ଥିବା...

ଭୁଲ ଇଞ୍ଜେକସନ୍‌ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ...

ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର

ପ୍ୟାରିସ: ରୋବୋ ପଢାଉଛି। ରୋବୋ ରିଶେପ୍‌ସନିଷ୍ଟ ଭାବେ କାମ କରୁଛି , ମହାକାଶକୁ ବି ଏଇ ନିକଟରେ ଯାଇଛି। ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍‌...

୪୭୨ ବର୍ଷ ପୁରୁଣା ଜେଲ୍‌ରେ ଏବେ ଅଛନ୍ତି ଜଣେ କଏଦୀ…

ଜେଲ୍‌ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି...

ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର...

Advertisement
Archives

Model This Week