ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା। ବସ୍‌ଟି ତଳକୁ ନ ଖସି ଲାଗି ରହିଯିବାରୁ ଏଥିରେ ଥିବା ୫୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପ୍ରକାଶ ଯେ, ଗଜପତି ଜିଲା ଜିରାଙ୍ଗରୁ ବ୍ରହ୍ମପୁର ଅଭିମୁଖେ ‘ବିକ୍ରାନ୍ତ’ ନାମକ ଏକ ଘରୋଇ ବସ ୫୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିଲା। ଖେମୁଣ୍ଡିଖୋଲ ନିକଟ ବୁଲାଣୀରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ସାଇଡ୍‌ ଦେବାକୁ ଯାଇ ବସ୍‌ଟି ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା। ତେବେ ବସ୍‌ଟି ପୋଲ ତଳକୁ ନ ଖସି ପାର୍ଶ୍ୱରେ ଅଟକି ରହିଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଉକ୍ତ ପୋଲଟି ରାଜପଥଠାରୁ ଅତି ସଂକୀର୍ଣ୍ଣ ଥିବାରୁ ସେଠାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ପାଟପୁର ପୋଲିସ, ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ସୁରକ୍ଷିତ ଭାବରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାବଳ ନା କଲରାପତରିଆ ବାଘ, ପାଦ ଚିହ୍ନକୁ ନେଇ ଦ୍ୱନ୍ଦ୍ୱରେ ବନବିଭାଗ

ସଜନାଗଡ଼, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ୨୭୨.୭୩ ବର୍ଗକିଲୋମିଟର ପରିବ୍ୟାପ୍ତ। ଏହା ଭିତରେ କିଛି ନିର୍ଦ୍ଦିଷ୍ଟ ସ୍ଥାନୀୟ ଅଞ୍ଚଳରେ ବାଘର ପାଦଚିହ୍ନ...

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା...

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ...

ଜୁଆଖେଳ ଚାଲିଥିବା ବେଳେ ଚଢ଼ାଉ: ୫ ଜୁଆଡି ଗିରଫ

ଦିଗପହଣ୍ଡି,୧୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁରେ ଜୁଆଖେଳ ଚାଲିଥିବା ବେଳେ ଦିଗପହଣ୍ଡି ପୋଲିସ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ...

ସଖୀ ନାଚର କାହାଣୀ କହିବ ‘ନାଚବାଲି’

ଭୁବନେଶ୍ୱର, ୧୧।୪ (ବ୍ୟୁରୋ): ନବେ ଦଶକରେ ସଖୀ ନାଚ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା। ବିଶେଷକରି ଗାଁ ଗହଳିର ବିଭିନ୍ନ ଉତ୍ସବରେ ସଖୀ ନାଚକୁ ପ୍ରାଧାନ୍ୟ...

୧୩ ନଂ. ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା: ସାମାଜିକ ଦୂରତା ରଖି ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା

ଜଗନ୍ନାଥପ୍ରସାଦ,୬।୫(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଚୋପର ଗ୍ରାମର ୧୩ ନମ୍ବର ୱାର୍ଡରେ ଲାଗି ରହିଛି ବିଭିନ୍ନ ସମସ୍ୟା। ଏହାର ପ୍ରତିବାଦରେ ବୁଧବାର ଶତାଧିକ ମହିଳା ସମସ୍ୟାର...

ଭୁବନେଶ୍ୱରରୁ ଆଜି ପୁଣି ୩୪ ପଜିିଟିଭ୍‌ ଚିହ୍ନଟ: ୩୧ ସୁସ୍ଥ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍...

Advertisement


Archives

Model This Week