ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ ମଧ୍ୟକୁ ଆସିଥାଏ। ଏହା ଉପରେ ପାଣି ଚାଲେ। ଲୋକଙ୍କ ସହ ଛାତ୍ରୀଛାତ୍ର ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନ ଜାଣିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ। ସରକାର ପିଲାମାନଙ୍କ ଭବିଷ୍ୟତ ଲାଗି ବିଭିନ୍ନ ପ୍ରକାର ଯୋଜନା କରୁଥିଲେ ମଧ୍ୟ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁ ଯୋଜନା ଫେଲ ମାରିଛି। ଛାତ୍ରାବାସ ଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ଏପର୍ଯ୍ୟନ୍ତ କାମରେ ଆସୁନାହିଁ। ପିଲାମାନେ ବିପଦର ସହିତ ଏହି ନାଳକୁ ପାରି ହୋଇ ସ୍କୁଲକୁ ଯାଇଥାନ୍ତି। ଏଥିରେ ତାଙ୍କର ଜୀବନ ପ୍ରତି ମଧ୍ୟ ବିପଦ ରହିଛି।
ବୁଧବାର ରାତିରୁ ଲଗାଣ ବର୍ଷ ଯୋଗୁ ପିଟାନାଳି ନାଳ ଉପରେ ପାଣି ଯୋଗୁଁ ଛାତ୍ରୀଛାତ୍ର ବିଦ୍ୟାଳୟରୁ ଆସିବା ଓ ବିଦ୍ୟାଳୟକୁ ଯିବା ବାଧାପ୍ରାପ୍ତ ହୋଇଛି । ବୁଧବାର ଅପରାହ୍ନ ୪ଟାରେ ଉକ୍ତ ନାଳ ଉପରେ ୩ଫୁଟ ପାଣି ଚାଲିବା ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲରୁ ଫେରିବା କଷ୍ଟକର ହୋଇପଡିଥିଲା । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ରଶି ସାହାଯ୍ୟରେ ନାଳ ପାର କରିଥିଲେ । ତେବେ ପିଟାନାଳି ଗ୍ରାମରୁ ଶହେ ମିଟର ଦୂରରେ ରହିଛି ଆଦର୍ଶ ବିଦ୍ୟାଳୟ । ମଝିରେ ନାଳ ଉପରେ ଏକ ତଳୁଆ ପୋଲ କରାଯାଇଛି । ବର୍ଷା ହେଲେ ପୋଲ ଉପରେ ୩ଫୁଟ ପାଣି ସହିତ ଏହା ଖରସ୍ରୋତା ଯୋଗୁଁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଗୁରୁତର ବାଧା ଉପୁଜିଛି। ୬ଷ୍ଠ ଶ୍ରେଣୀ ଠାରୁ ୧୦ଶ୍ରେଣୀ ପର୍ଯ୍ୟନ୍ତ ୩୨୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ଏଥି ପାଇଁ ଛାତ୍ରମାନଙ୍କ ପଇଁ ଶହେ ୧୦ଶଯ୍ୟା ବିଶଷ୍ଟ ହଷ୍ଟେଲ ଗୃହ ନିର୍ମାଣ ହୋଇଥିଲେ ହେଁ ବିଦ୍ୟୁତ ସଂଯୋଗ ଓ ପାନୀୟଜଳ ଯୋଗାଣ ପାଇଁ ଅଦ୍ୟାବଧି ଛାତ୍ରାବାସ ଖୋଲାଯାଇ ପାରିନାହିଁ। ଏଥିପାଇଁ ଛାତ୍ରୀଛାତ୍ରମାନେ ତେଲକୋଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ଘରଭଡା ନେଇ ଦୈନିକ ଭଡା ଗାଡିରେ ସ୍କୁଲକୁ ଆସିଥାନ୍ତି । ଏବେ ପିଟାନାଳି ନାଳ ସ୍କୁଲକୁ ଯିବା ଲାଗି ପ୍ରତିବନ୍ଧକ ହୋଇଛି। ଏସମ୍ପର୍କରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପାର୍ଥସୁନ୍ଦର ମହାକୁଡ଼ଙ୍କୁ ପଚାରିବାରୁ ପିଟାନାଳି ପୋଲ ଉଚ୍ଚ ନ ହେଲେ ଛାତ୍ରୀଛାତ୍ରଙ୍କ ଯାତାୟାତରେ ବାଧା ନିଶ୍ଚିତ ହେବ। ଛାତ୍ରାବାସ କରୁଥିବା ବିଭାଗୀୟ ଅବହେଳା ଯୋଗୁଁ ଛାତ୍ରାବାସ ଖୋଲାଯାଇ ପାରି ନାହିଁ । ଏନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri