Posted inଜାତୀୟ

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ସେଣ୍ଟ୍ରାଲ ଆଭେନ୍ୟୁରୁ ଶୋଭାଯାତ୍ରାରେ ବାହାରି କୋଲକାତା ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟକୁ ଘେରାଉ କରିବାକୁ ଯାଉଥିଲାବେଳେ ପୋଲିସ ସେମାନଙ୍କୁ ବାଧାଦେବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ର଼୍ୟାଲିକୁ ଅଟକାଇବା ପାଇଁ ପୋଲିସ ଚାନ୍ଦନୀ ଚୌକ ମେଟ୍ରୋ ଷ୍ଟେଶନଠାରେ ବାରିକେଡ୍‌ କରିଥିଲା। ପୋଲିସ ପ୍ରଥମେ ଭାଜପା କର୍ମୀମାନଙ୍କୁ ଫେରିଯିବା ପାଇଁ କହିଥିଲା। ସେମାନେ ଫେରିବା ବଦଳରେ ପୋଲିସ ଉପରକୁ ଢେଲା ଓ ପାଣି ବୋତଲ ମାଡ଼ କରିଥିଲେ। ଫଳରେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ସଂଘର୍ଷ ବେଳେ କେତେଜଣ ଭାଜପା କର୍ମୀଙ୍କୁ ପୋଲିସ ଅଟକ ରଖିଛି।
କୋଲକାତା ଓ ଏହାର ଆଖପାଖ ଅଞ୍ଚଳରୁ ୪୪,୮୫୨ଟି ଡେଙ୍ଗୁ ଚିକିତ୍ସିତ ହୋଇଥିବା ବେଳେ ଜାନୁୟାରୀରୁ ଇତିମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରେ ପ୍ରକାଶ ପାଇଥିଲା। ଡେଙ୍ଗୁ ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼ିବାକୁ ହେବ ଲମ୍ବା ଯୁଦ୍ଧ

ନୂଆଦିଲ୍ଲୀ, ୭ା୪(ପି.ଟି.): କରୋନା ଭୂତାଣୁ ମହାମାରୀ ବିରୋଧରେ ଆମକୁ ଏକ ଦୀର୍ଘ ଯୁଦ୍ଧ ଲଢ଼ିବାକୁ ପଡିବ। ଏଥିପାଇଁ କ୍ଳାନ୍ତ ଅନୁଭବ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଲାଗି ଏନ୍‌ସିଇଆର୍‌ଟିର ପ୍ରସ୍ତାବ

ନୂଆଦିଲ୍ଲୀ, ୯।୪: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ଲାଗି...

ଚଳିତ ବର୍ଷ ଶିଶୁଙ୍କୁ ଦିଆଯାଇ ପାରିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧୩ ।୮: ଚଳିତ ବର୍ଷ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଶିଶୁମାନଙ୍କୁ ଟିକା ଦିଆଯାଇ ପାରିବ ନାହିଁ ବୋଲି ଜଣାପଡିଛି । କୋଭିଡ ଟାସ୍କ ଫୋର୍ସର...

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି...

ଭାଜପା ବିଧାୟକଙ୍କ ଧମକ: ଯେଉଁ ଲୋକ ଭାଜପା ଭୋଟ ଦେଉନାହାନ୍ତି, ତାଙ୍କର ହେବ ଏମିତି ଅବସ୍ଥା

ହାଇଦ୍ରାବାଦ୍‌,୧୫।୨: ଉତ୍ତର ପ୍ରଦେଶରେ ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏବେ ସମସ୍ତ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ଜଣେ...

କଏଦୀଙ୍କ ଢେଲା ମାଡ଼ରେ ଜେଲରଙ୍କ ସମେତ ୩୦ ପୋଲିସ ଆହତ…

ଫତେଗଡ଼,୭।୧୧: ଉତ୍ତରପ୍ରଦେଶର ଫତେହଗଡ ଜିଲା ଜେଲରେ କଏଦୀମାନଙ୍କ ଢେଲା ମାଡ଼ରେ ଜେଳରଙ୍କ ସମେତ ୩-ୟ୦ ପୋଲିସ ଆହତ ହୋଇଛନ୍ତି। କଏଦୀ ଆକ୍ରମଣ, ଫାୟାରିଂ ଏବଂ ଅଗ୍ନିକାଣ୍ଡ...

ମମତାଙ୍କ ଉପରେ ବର୍ଷିଲେ ନଡ୍ଡା

ନଦିଆ,୧୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ସମୟରେ ସେ ନଦିଆ ଜିଲାରେ ଏକ...

୧୯୪ ଆସନରେ ତୃଣମୂଳ ଆଗୁଆ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୧୯୪ ଆସନରେ ଆଗେଇଥିବାବେଳେ ଭାଜପା ୯୩ ଆସନରେ ଆଗୁଆ ରହିଛି। ସେହିପରି ଲେଫ୍ଟ ମେଣ୍ଟ...

Advertisement
Archives

Model This Week