Posted inଜାତୀୟ

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ସେଣ୍ଟ୍ରାଲ ଆଭେନ୍ୟୁରୁ ଶୋଭାଯାତ୍ରାରେ ବାହାରି କୋଲକାତା ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟକୁ ଘେରାଉ କରିବାକୁ ଯାଉଥିଲାବେଳେ ପୋଲିସ ସେମାନଙ୍କୁ ବାଧାଦେବାରୁ ସଂଘର୍ଷର ସୂତ୍ରପାତ ହୋଇଥିଲା। ର଼୍ୟାଲିକୁ ଅଟକାଇବା ପାଇଁ ପୋଲିସ ଚାନ୍ଦନୀ ଚୌକ ମେଟ୍ରୋ ଷ୍ଟେଶନଠାରେ ବାରିକେଡ୍‌ କରିଥିଲା। ପୋଲିସ ପ୍ରଥମେ ଭାଜପା କର୍ମୀମାନଙ୍କୁ ଫେରିଯିବା ପାଇଁ କହିଥିଲା। ସେମାନେ ଫେରିବା ବଦଳରେ ପୋଲିସ ଉପରକୁ ଢେଲା ଓ ପାଣି ବୋତଲ ମାଡ଼ କରିଥିଲେ। ଫଳରେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ସଂଘର୍ଷ ବେଳେ କେତେଜଣ ଭାଜପା କର୍ମୀଙ୍କୁ ପୋଲିସ ଅଟକ ରଖିଛି।
କୋଲକାତା ଓ ଏହାର ଆଖପାଖ ଅଞ୍ଚଳରୁ ୪୪,୮୫୨ଟି ଡେଙ୍ଗୁ ଚିକିତ୍ସିତ ହୋଇଥିବା ବେଳେ ଜାନୁୟାରୀରୁ ଇତିମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରେ ପ୍ରକାଶ ପାଇଥିଲା। ଡେଙ୍ଗୁ ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମ୍ୟୁନିସିପାଲ କର୍ପୋରେଶନ ମୁଖ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ବୋଝରେ ଚେପା ଆମେରିକା! ଇତିହାସରେ ପ୍ରଥମଥର ପାଇଁ…

ନୂଆଦିଲ୍ଲୀ,୨୦।୮: ବିଶ୍ୱର ପ୍ରମୁଖ ଶକ୍ତି ଭାବରେ ନିଜକୁ ସ୍ଥାନିତ କରୁଥିବା ଯୁକ୍ତରାଷ୍ଟ୍ର ଏକ ବର୍ଦ୍ଧିତ ଋଣ ଭାର ତଳେ ଦବି ଯାଉଛି। ଦେଶର ଋଣ ଭାର ନିରନ୍ତର…

କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଖୁସିଖବର, ଗୋଟିଏ ଭିଡିଓ କଲେ ୧ ଲକ୍ଷ ଟଙ୍କା ଦେବେ ସରକାର! ଏତିକି ଦରକାର views

ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ…

ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିନି କୋଟିଏରୁ ଅଧିକ ଟଙ୍କା, ଜିଲାପାଳଙ୍କ ଅଫିସ ଘେରାଉ କରି…

ନୂଆପଡ଼ା,୨୦ା୮(ମକାରୁ ବେମାଲ): ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସରକାରଙ୍କ ଧାନକିଣା ପ୍ରକ୍ରିୟାରେ ସାମିଲ ହେଲେ କିଛି ଟଙ୍କା ରୋଜଗାର ପାଇବେ। ସାବଲମ୍ବୀ ହେବା ପାଇଁ ଏସ୍‌ଏଚ୍‌ଜିଙ୍କ ପାଇଁ…

ଦେଶି କନ୍ୟାଙ୍କୁ ବିଦେଶୀ ବର: କେରଳ ଝିଅଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ସ୍କଟିସ ସାଂସଦ ମାର୍ଟିନ ଡେ

ଥିରୁଭାନନ୍ତପୁରମ,୨୦।୮: ପୂର୍ବତନ ସ୍କଟିସ ସାଂସଦ ମାର୍ଟିନ ଡେ, କେରଳର ତ୍ରିସୁରରେ ପାରମ୍ପରିକ ହିନ୍ଦୁ ପ୍ରଥା ଅନୁସରଣ କରି ପିରାଭୋମର ଜଣେ ମାଲାୟାଲୀ ମହିଳା ନିଧିନ ଚାନ୍ଦଙ୍କୁ ବିବାହ…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri