Posted inଜାତୀୟ

ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା

ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ ଏକ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଜେରା କରିବା ଲାଗି ୧୨ ଦିନ ପାଇଁ ହାଜତକୁ ନେଇଛି ପୋଲିସ।
୨୦୦୦ ଫେବୃୟାରୀ-ମାର୍ଚ୍ଚରେ ସଞ୍ଜୀବ ଚାଓ୍ବଲା ଏକ ବଡ଼ଧରଣର ମ୍ୟାଚ୍‌ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ତତ୍କାଳୀନ କ୍ୟାପ୍‌ଟେନ ହାନ୍ସି କ୍ରୋନିଏଙ୍କ ସହ ମିଶି ସେ ଚକ୍ରାନ୍ତ କରିଥିବା କୁହାଯାଇଥିଲା। କୋନିଏ ୨୦୦୨ରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦିଲ୍ଲୀରେ ଜନ୍ମିତ ସଞ୍ଜୀବ ୧୯୯୬ରୁ ଏକ ବିଜ୍‌ନେସ୍‌ ଭିଜା ବଳରେ ବ୍ରିଟେନରେ ରହୁଥିଲେ। ତେବେ ସେ ମଝିରେ ମଝିରେ ଭାରତକୁ ମଧ୍ୟ ଆସୁଥିଲେ। ଇତିମଧ୍ୟରେ ସେ ୫ଟି ମ୍ୟାଚ୍‌ ଫିକ୍ସିଂ କରିଥିଲେ। ଏହି ମାମଲାରେ ଭାରତର ଅନୁରୋଧକ୍ରମେ ବ୍ରିଟେନ ପୋଲିସ ତାଙ୍କୁ ଗିରଫ କରି ଗୁରୁବାର ପ୍ରତ୍ୟର୍ପଣ କରିଥିଲା। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସୁଧୀର କୁମାର ସିରୋହୀଙ୍କ ଅଦାଲତରେ ଦିଲ୍ଲୀ ପୋଲିସ ହାଜର କରି ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିଥିଲା। ହେଲେ କୋର୍ଟ ୧୨ ଦିନ ପାଇଁ ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି...

ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ...

କରୋନା ସନ୍ଦିଗ୍ଧଙ୍କୁ ଦେଖିବାକୁ ମନା କରିଥିବା ମେଡିକାଲ ଅଫିସର ନିଲମ୍ବିତ

ଜମ୍ମୁ,୧୫ା୩(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ଲାଗି ମନା କରିଦେଇଥିବା ମେଡିକାଲ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ମେଡିକାଲ...

ଉପଗ୍ରହରୁ ସୀମା ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍‌ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର...

ରାଜଧାନୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ଦେଶରେ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,୧୬।୯: ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ମଙ୍କିପକ୍ସ ଭାଇରସ୍‌ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ମଙ୍କିପକ୍ସ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ...

ଶିନ୍ଦେ ସରକାର ଗୋଟିଏ ମାସରେ ଜାରି କରିଛନ୍ତି ୭୫୧ ନିର୍ଦ୍ଦେଶ…

ମୁମ୍ବାଇ, ୩।୮ : ଜୁନ ୩୦ ରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗତ ଏକମାସ ମଧ୍ୟରେ ମହାରାଷ୍ଟ୍ର ସରକାର ୭୫୧ ଟି ସରକାରୀ...

‘ଯେମିତି ଜମ୍ମୁ-କଶ୍ମୀରରୁ ୩୭୦ ହଟିଲା, ତୁମେ ବି ହଟିବ’

ଓ୍ବାରାଙ୍ଗଲ(ତେଲେଙ୍ଗାନା),୯।୧: ଯେଉଁଭଳି ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଗଲା, ଠିକ୍‌ ସେଭଳି ଅସାଦୁଦ୍ଦିନ ଓ୍ବାଇସି ଏବଂ ନିଜାମଙ୍କ ନାମକୁ ଭୁଲାଇ ଦିଆଯିବ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦ୍ରାବାଦ୍‌...

ଲଖିମପୁର ଖେରି ହିଂସା: ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ମଣ୍ଡଳ, ଉପସ୍ଥିତ ରହିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୩ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ବୁଧବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...

Advertisement
Archives

Model This Week