ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ)/ କଟକ ଅଫିସ: ପୋଲିସ ଡିଜି ସମେତ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଥିବା ବିଜୟ କୁମାର ଶର୍ମାଙ୍କୁ ବଦଳି ପରେ ୧୯୮୬ ବ୍ୟାଚ୍‌ର ଓଡିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଥିବା ଅଭୟ ୭ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ। ତେଣୁ ଅନ୍ତରୀଣ ଡିଜିପି ଭାବେ ସତ୍ୟଜିତ୍‌ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଛି। ଏଥିସହ ତାଙ୍କୁ ଗୋଇନ୍ଦା ଡିଜି ଭାବେ ମଧ୍ୟ ନିଯୁକ୍ତ କରାଯାଇଛି। ଗୁରୁବାର ସତ୍ୟଜିତ ବିଧିବଦ୍ଧ ଭାବେ ଦୁଇ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବାହ୍ନ ୧୦ଟାରେ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ପହଞ୍ଚତ୍ବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ, ସରକାର ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ କୃତଜ୍ଞତା ଜଣାଉଛି। ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିବି।
ଏହାପରେ ସତ୍ୟଜିତ ମହାନ୍ତି ଭୁବନେଶ୍ୱରସ୍ଥିତ ରାଜ୍ୟ ଗୋଇନ୍ଦା ବିଭାଗ କାର୍ଯ୍ୟାଳୟରେ ପହଞ୍ଚତ୍ ଦାୟିତ୍ୱ ଗ୍ରହଣ କରିଥିଲେ। ସେ କହିଲେ, ପୋଲିସ ବିଭାଗରେ ଯେଉଁ ସମ୍ବଳ ଓ ଲୋକବଳ ଅଛି, ତାହାକୁ ସାଥିରେ ନେଇ କାମ କରିବି। ବିଶେଷକରି ମାଓବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ପଦେକ୍ଷପ ନିଆଯିବ। ମାଓବାଦୀ ଦମନରେ ଓଡ଼ିଶାର ସୁନାମ ବଜାୟ ରହିବ। ମାଓବାଦୀ ପ୍ରଭାବିତ ରାଜ୍ୟଗୁଡିକ ମଧ୍ୟରେ ସମନ୍ବୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ। ଗୋଇନ୍ଦା ତଥ୍ୟ ବିନିମୟକୁ ଅଧିକ କ୍ରିୟାଶୀଳ କରାଯିବ।
ଜେଲ ବିଭାଗ ଡିଜି ଥିବାବେଳେ କିଛି କାର୍ଯ୍ୟ ରହିଛି କି ପ୍ରଶ୍ନରେ ସେ କହିଲେ, ରାଜ୍ୟର ଜେଲରେ ରହୁଥିବା କଏଦୀମାନେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରୁହନ୍ତୁ। ସେମାନେ ଜେଲରୁ ବାହାରିବା ପରେ ସ୍ବାବଲମ୍ବୀ ହୋଇପାରିବେ। ସେଥିପାଇଁ ଜେଲରେ ଇ-ପ୍ରିଜମ୍‌ ବ୍ୟବସ୍ଥା ଏବଂ ମନୋରଞ୍ଜନ ପାଇଁ ପଦକ୍ଷେପର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ପୋଲିସ ଡିଜିଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍‌ ଅଭୟ କହିଛନ୍ତି, ସରକାର ତାଙ୍କୁ ଡିଜିପି ଭାବେ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି, ତାହାକୁ ଠିକ୍‌ ଭାବେ ପାଳନ କରିବେ। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ବଦ୍ଧପରିକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ପାଇଁ ଆଗକୁ ବଢ଼ିପାରେ ବିପଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତି ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦିନକୁ ଦିନ ଭୁବନେଶ୍ୱରରେ ସଂକ୍ରମଣ ମାଡ଼ୁଥିବାବେଳେ ବର୍ତ୍ତମାନର ସ୍ଥିତିରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା...

ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଆଜି ଓଡ଼ିଶା ଦିବସ। ସାରା ରାଜ୍ୟବାସୀ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ଏହି ଦିବସରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା...

୧.୧ ଲକ୍ଷ ହିତାଧିକାରୀଙ୍କୁ ଦିଆଗଲା ୩୦.୩ କୋଟି

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ରାଜ୍ୟର ୧୧୪ ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱ ବ୍ୟବସାୟୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା...

ଅଟୋ ଉପରେ ପଡ଼ିଲା ଗଛ: ଚାଲିଗଲା ମହିଳାଙ୍କ ଜୀବନ

ଖମାର,୨୭।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅଧୀନ ବାଲିପଶି ଗ୍ରାମ ନିକଟ ୧୪୯ ନଂ. ଜାତୀୟ ରାଜପଥରେ ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି।...

ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ

କଟକ ଅଫିସ,୧୯।୯: ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ଦୋଷୀ ମହମ୍ମଦ ମୁସ୍ତାକଙ୍କୁ ଫାଶୀ...

୫ରୁ ଯୁକ୍ତ୨ ଅପ୍ସନାଲ ପରୀକ୍ଷା

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ୨ ଅପ୍ସନାଲ ପରୀକ୍ଷା ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଯେଉଁ...

କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ...

ପହିଲା ଯାଏ ଅସହ୍ୟ ତାତି

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ୩୦ ମାର୍ଚ୍ଚରୁ ଏପ୍ରିଲ ୧ ଯାଏ ଗ୍ରୀଷ୍ମ ପ୍ରବାହ ବଢିବା ନେଇ ପାଣିପାଗ ବିଭାଗ...

Advertisement
Archives

Model This Week