ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା ଡା. ରାଜେନ୍ଦ୍ର ପ୍ରଶାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ରାଜ୍ୟର ପୋଲିସ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ପୋଲିସ ଡିଜି ଥିବା ଡା. ଆର୍‌. ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବାପରେ ଏହି ପଦକୁ ନେଇ ଏକାଧିକ ନାମ ଚର୍ଚ୍ଚାକୁ ଆସିଥିଲା।

ଶେଷରେ ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ତଥା ରାଜ୍ୟ ଅଗ୍ନିଶମ ଡିଜି ଶର୍ମାଙ୍କୁ ଏହି ନୂଆ ଅତିରିକ୍ତ ଦାୟିତ୍ୱ ମିଳିଛି। ଶର୍ମା ୩୩ ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଆସିଛନ୍ତି। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ କଟକ-ଭୁବନେଶ୍ୱର ପୋଲିସ କମିଶନର ଦାୟିତ୍ୱ ସମ୍ଭାଳିଛନ୍ତି।

ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କର ଫୋକସ୍‌ ରହିଛି। ଏବେ ରାଜ୍ୟ ପୋଲିସର ତଦନ୍ତ ତରିକା ବଦଳିବ। ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ଟେକ୍‌ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ। ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ...

ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର...

ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ ଫିଙ୍ଗିଦେଲେ

ପୁରୁଣା ଭୁବନେଶ୍ୱର, ୮ା୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଐତିହ୍ୟ ଓ ପୂରାତନ ମନ୍ଦିରଗୁଡ଼ିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ପାଇଁ ସରକାର ଯୋଜନାରେ କୋଟି କୋଟି...

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ...

ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିର ସେବାୟତ

ପୁରୀ ଅଫିସ, ୧୨।୧୦: ମହାମାରୀ କରୋନା ସହିତ ଲଢ଼ି ବିଜୟୀ ହୋଇଥିବା ୮ ଯୁବ ସେବାୟତ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। କରୋନା ଆକ୍ରାନ୍ତଙ୍କ...

ବର୍ଷାଙ୍କ ନିକଟକୁ ଭାଗବତ ପଠାଇଲେ ଅନୁଭବ

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି। କୋର୍ଟର ଶୁଣାଣି...

ଏବେ ବି ଟିକା ନେଇନାହାନ୍ତି ୨୭ ଲକ୍ଷ

ଭୁବନେଶ୍ୱର,୬।୧(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ଲୋକେ ଯେପରି ସୁବିଧାରେ ଟିକା ନେଇପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ...

ରଣକ୍ଷେତ୍ର ପାଲଟିଲା ରାଜମହଲ ଛକ: ପୋଲିସ-ଜନତା ମୁହାଁମୁହିଁ; ଲାଠିଚାର୍ଜ

ଭୁବନେଶ୍ୱର,୭।୯(ବ୍ୟୁରୋ): ରଣକ୍ଷେତ୍ର ପାଲଟିଛି ସ୍ଥାନୀୟ ରାଜମହଲ ଛକ। ନୂଆ ମୋଟର ଯାନ ନିୟମକୁ ବିରୋଧ ସହ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ତାତିଛନ୍ତି...

Advertisement
Archives

Model This Week