Posted inଜାତୀୟ

ପୋଲିସ ଚାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲୁ, ନ୍ୟାୟ ନ ମିଳିଲେ ଉଠାଇବୁ ତଲୁଆର: କମଲେଶଙ୍କ ମା’

ଲକ୍ଷ୍ନୌ,୨୦।୧୦: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କୁ ହତ୍ୟା ପରେ ତାଙ୍କ ପରିବାର ଲୋକ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ତିୱାରୀଙ୍କ ମା’, ସ୍ତ୍ରୀ ଏବଂ ୩ ପୁଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ଭେଟି ୩୦ ମିନିଟ ଧରି ଆଲୋଚନା କରିଥିଲେ। ଏହି ସାକ୍ଷାତ୍‌ ପରେ କମଲେଶଙ୍କ ମା’ ଏକ ମତ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ସେ କହିଛନ୍ତି, ଆମେ ପୋଲିସ ଚାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛୁ। ଯଦି ଆମକୁ ନ୍ୟାୟ ନ ମିଳେ, ତେବେ ଆମେ ତଲୁଆର ଉଠାଇବାକୁ ପଛାଇବୁ ନାହିଁ। ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲକ୍ଷ୍ନୌ ଆସିବାକୁ ବାରମ୍ବାର ଚାପ ପକାଉଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କମଲେଶ ତିୱାରୀ ହିନ୍ଦୁ ମହାସଭା ସହ ଜଡିତ ଏକ ରାଜନୀତିକ ଦଳ ହିନ୍ଦୁ ସମାଜ ପାର୍ଟି ପାଇଁ କାମ କରୁଥିଲେ। ଗତ ଶୁକ୍ରବାର ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗୁଜରାଟରୁ ୩ ଜଣଙ୍କୁ ଏବଂ ଉତ୍ତରପ୍ରଦେଶରୁ ୨ ଜଣଙ୍କୁ ପୋଲିସ ନିଜ ହେପାଜତକୁ ଆଣିଛି। ଏହି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଟିମ (ଏସଆଇଟି) ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର

ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ସାକ୍ଷାତ୍‌ କରି...

ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବାପାଇଁ ଆଗ୍ରହୀ

ଶିମଲା,୫ା୧୨(ଆଇଏଏନ୍‌ଏସ୍‌): ନିର୍ଭୟା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ହିମାଚଳପ୍ରଦେଶର ଦଳିତ କର୍ମୀ ରବିକୁମାର ଆଗ୍ରହ ପ୍ରକାଶ କରିଛନ୍ତି। ତିହାର ଜେଲ୍‌ରେ ତାଙ୍କୁ ଅସ୍ଥାୟୀ ଭାବେ ଘାତକ...

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ...

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା...

ବିଦେଶ ଫେରନ୍ତାଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୨୫।୫(ପି.ଟି.): କରୋନା ସଂକ୍ରମଣ ଯୋଗୁ ଦୁଇମାସ ଭାରତରେ ବିମାନ ସେବା ବନ୍ଦ ରହିବା ପରେ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ବିମାନ...

ଲେଜର ଲାଇଟ୍‌ରେ ଦୀପାବଳି ପାଳିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୧୦:ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏମିତିକି ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ମୁଜାଫର୍‌ପୁର ଶେଲ୍ଟର ହୋମ୍‌ ମାମଲା: ୩ ମାସରେ ତଦନ୍ତ ଶେଷ କରିବା ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୬: ମୁଜାଫର୍‌ପୁର ସେଲ୍ଟର ହୋମ୍‌ ମାମଲାରେ ତଦନ୍ତ ଶେଷ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ସିବିଆଇକୁ ୩ ମାସର ମହଲତ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ଅବକାଶକାଳୀନ...

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି...

Advertisement


Archives

Model This Week

Why Dharitri