ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ମାଲକାନଗିରି ଜିଲା ଚିକିତ୍ସାଳୟ ଓ ପରେ କୋରାପୁଟ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ରାତିରେ ତାଙ୍କୁ ବ୍ରହ୍ମପୁର ନେଉଥିବା ବେଳେ ରାୟଗଡ଼ା ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି ମହିଳା ଜଣକ ପୋଲିସ କ୍ୟାଣ୍ଟିିନରେ ଦୀର୍ଘଦିନ ଧରି କାମ କରିଆସୁଥିଲେ। ଗତ ୭ରେ କ୍ୟାଣ୍ଟିନ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ମହିଳାଙ୍କ ଦେହ ଖରାପ ଥିବା ନେଇ ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ପରେ ପୀଡ଼ିତାଙ୍କୁ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ତ୍ରୀଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ବଳାତ୍କାର କରାଯାଇଥିବା ସେ ଆଶଙ୍କା କରୁଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ କହିଛନ୍ତି। କୋରାପୁଟ ଡିଆଇଜି ସଫିନ୍‌ ଅହମ୍ମଦ ଏସମ୍ପର୍କରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଅସୁସ୍ଥ ଅବସ୍ଥାରେ ସମ୍ପୃକ୍ତା ମହିଳାଙ୍କୁ ଘରୁ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଏହି ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଜୁନ ୯ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ମାଲକାନଗିରି ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଦାଖଲ ହେବା ପରେ ପରବର୍ତ୍ତୀ ଶୁଣାଣି ହେବ। ସାମାଜିକ କର୍ମୀ ନମ୍ରତା ଚଢା ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ସୁରକ୍ଷା ଲାଗି ଝୁଲନ୍ତା ସୋଲାର ବାଡ଼

କେନ୍ଦୁଝର,୮ା୧୦(ସ୍ବ.ପ୍ର.): ରେଳ ଦୁର୍ଘଟଣାରୁ ହାତୀପଲଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନର ଶେଷ ଦିନରେ ଯୋଡ଼ା ବେହେରା ହାଟିଂ ନିକଟରେ ଝୁଲନ୍ତା...

ଫିରିଙ୍ଗିଆ ମେଡିକାଲରେ ଜେନେରେଟର ଅଚଳ: ଲାଇନ କଟିଲେ ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୭ା୫-ଫିରିଙ୍ଗିଆ ମେଡିକାଲ ବହୁ ଅବ୍ୟବସ୍ଥା ନେଇ ଗତି କରୁଛି। ରବିବାର ଏଠାରେ ବିଦ୍ୟୁତ୍‌ କାଟ ହୋଇଥିବାବେଳେ ଜେନେରେଟର ଚାଲୁ ନ ଥିଲା। ରୋଗୀମାନେ ଅସହ୍ୟ ଗରମରେ...

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ...

ନଦୀରେ ପଶି ସ୍କୁଲ ଯାଉଛନ୍ତି ପିଲା

ନୂଆପଡ଼ା ଅଫିସ/ସିନାପାଲି,୨୯।୭: ଗମନାଗମନ ଭଳି ମୌଳିକ ସୁବିଧାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ନୂଆପଡ଼ା ଜିଲାର ଉପାନ୍ତ...

ସମବାୟ ସପ୍ତାହ ଆଲୋଚନା ଚକ୍ର, କର୍ମଶାଳା

ଯାଜପୁର ଟାଉନ,୨୧।୧୧(ଡିଏନଏ): ଜିଲାସ୍ତରୀୟ ସମବାୟ ସପ୍ତାହ ଆଲୋଚନା ଚକ୍ର ଓ କର୍ମଶାଳା ବୁଧବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ...

ଅଳିଆ ବୋଝରେ ଆଦର୍ଶ ସହର

ଢେଙ୍କାନାଳ ଅଫିସ, ୨୬।୧୧: ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନା। ଡଷ୍ଟବିନ୍‌ ଭର୍ତ୍ତି ହୋଇ ତଳେ ପଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ଦୁର୍ଗନ୍ଧମୟ ପରିବେଶ ସୌନ୍ଦର୍ଯ୍ୟ ବିଗାଡୁଛି। ଅଳିଆ ବୋଝରୁ...

ଅଧାପନ୍ତରିଆ ଛାତ୍ରାବାସ, ମୌଳିକ ସୁବିଧାରୁ ବଞ୍ଚିତ ଛାତ୍ର

ନୂଆଗଡ଼,୧୭ା୧୨: ସାତ ବର୍ଷ ପୁରିବାକୁ ଗଲାଣି ହେଲେ ସରିନି କାର୍ଯ୍ୟ। ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଚାଲି ଯାଇଛନ୍ତି ଠିକା ସଂସ୍ଥା। ଅଧପନ୍ତରିଆ ଭାବେ ପଡ଼ି ରହିଛି...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।...

Advertisement
Archives

Model This Week