ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ ରେବିଙ୍ଗିିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତ ଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ମାଓବାଦୀ ଛାଡି ଚାଲିଯାଇଛନ୍ତି । ପ୍ରକାଶ ଯେ, ବର୍ଷେ ହେବ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶ୍ୱଶୁର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ପ୍ରାୟ ୭ ରୁ ୮ଜଣ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ତାଙ୍କୁ ଘରୁ ଡାକିଥିଲେ ହେଲେ ଭୟରେ ରଞ୍ଜନ ଓ ପରିବାର ନ ବାହାରିବା ପରେ ମାଓବାଦୀ ଘର ଭାଙ୍ଗି ଭିତରେ ପଶି ରଞ୍ଜନଙ୍କୁ ଆଣି ଛାତିରେ ଗୁଳି କରିବା ସହ ଘୋଷାରି ଘୋଷାରି ପ୍ରାୟ ୨୦୦ମିଟର ବିଦ୍ୟାଳୟ ସମ୍ମୁଖରେ ଛାଡି ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବାବେଳେ ବୁଡ୍ରୁମାହା ସମେତ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ଭିତରେ ପଶିଲା ପାଣି, ପିଲା ପାଠ ପଢ଼ିବାରେ ବ୍ୟାହତ

କର୍ଲାମୁଣ୍ଡା,୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର୍‌ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି।…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri