Posted inଜାତୀୟ

ପୋଲିସର ଶ୍ରେଷ୍ଠ ପଦରେ ବସିଲେ ୫ ଶିଶୁ

ବେଙ୍ଗାଲୁରୁ,୯।୯: ପୋଲିସ ଓ ‘ମେକ୍‌ ଏ ଓ୍ବିସ୍‌’ ଫାଉଣ୍ଡେଶନର ମିଳିତ ସହଯୋଗରେ ୫ଣି ରୋଗଗ୍ରସ୍ତ ଶିଶୁଙ୍କୁ ପୋଲିସ ବିଭାଗର ଶ୍ରେଷ୍ଠ ପଦରେ ଗୋଟିଏ ଦିନ ପାଇଁ ବସାଯାଇଛି। ପୋଲିସ ପୋଷାକ ସହ ଏମାନଙ୍କ ହାତରେ ବନ୍ଧୁକ ଓ ହାତକଡି ମଧ୍ୟ ଧରାଇ ଦିଆଯାଇଥିଲା। ତେବେ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଏଭଳି କରାଯାଇଥିବା କୁହାଯାଏ। ଏହି ପିଲାମାନେ ହେଲେ ରୁଥାନ କୁମାର, ମହମ୍ମଦ ସାହିବ, ସୟଦ ଇମାଦ, ଶ୍ରାବଣି ଓ ଅରଫାନ ଫାଶା। ଏମାନଙ୍କୁ ପୋଲିସ ପକ୍ଷରୁ କଷ୍ଟମାରୀ ଗାର୍ଡ ଅଫ୍‌ ଅନର ଓ ଡଗ୍‌ ସ୍ବାର୍ଡ ପକ୍ଷରୁ ସମ୍ମାନ ଦିଆଯାଇଥିଲା। ଏମାନେ ବଡ ହେଲେ ପୋଲିସ ହେବାକୁ ଲକ୍ଷ୍ୟ ରଖିଛନ୍ତି ସତ କିନ୍ତୁ ଏହା କେତେଦୂର ସମ୍ଭବ ହେବ ତାହା କହିବା କଷ୍ଟକର। ଏହି ପୋଷାକ ପିନ୍ଧିବା ପରେ ପିଲାମାନଙ୍କୁ କୌତୁହଳର ସହ ପ୍ରଶ୍ନ ପରଚା ଯାଇଥିବା ବେଳେ ଅରଫାନ ନାମକ ଶିଶୁ ଜଣକ କହିଥିଲେ। ମୁଁ ବଡ ହେଲେ ପୋଲିସ ହେବି ଆଉ ସବୁ ଖରାପ ଲୋକଙ୍କୁ ଜେଲରେ ରଖିଦେବି। ପିଲାମାନଙ୍କର ଏହି କୋମଳ ହୃଦୟର କଥା ସମସ୍ତଙ୍କୁ ବେଶ୍‌ ଛୁଇଁଯିବା ସହ ଆଖିରେ ଭରି ଦେଇଥିଲା ଲୁହ।


Enter your email to get our daily news in your inbox.

All Right Reserved By Dharitri.Com

ପେଗାସସ୍‌ ଦ୍ୱାରା ଭଙ୍ଗା ଯାଇଥିଲା କର୍ନାଟକ ସରକାର

ନୂଆଦିଲ୍ଲୀ,୨୦ା୭: ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ୨୦୧୯ରେ କର୍ନାକଟରେ ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲର ସ୍ପାଇଓ୍ବେର ପ୍ରୋଗ୍ରାମ ପେଗାସସ୍‌ ବ୍ୟବହାର କରିଥିଲା। ଏଭଳି...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

ସିନ୍ଦେଙ୍କ ସହ ୩୭ରୁ ଅଧିକ ବିଧାୟକ, ଦଳ ବଦଳ ଆଇନକୁ ନେଇ ଚର୍ଚ୍ଚା

ମୁମ୍ବାଇ,୨୩ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଏବେବି ଆଶା...

ବିଫଳତାରୁ ଧ୍ୟାନ ହଟାଇବାକୁ ଉଦ୍ୟମ

ନୂଆଦିଲ୍ଲୀ,୭ା୧୨(ପି.ଟି.): କୌଣସି ପରିସ୍ଥିତିରେ ବି ପୋଲିସ ଭିଡ଼ହିଂସାକାରୀ ଉତ୍ତ୍ୟକ୍ତ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ଅଧିକାର କର୍ମୀମାନେ କହିଛନ୍ତି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା...

ବିଶ୍ୱରେ କରୋନାର ଚତୁର୍ଥ ଲହର, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଦେଶର...

ଜି -୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ,୧୯।୫: ଜି-୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀନଗରରେ ୨୨-୨୫ ମେ’ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି। ଏହା ପୂର୍ବରୁ...

ତେଲଙ୍ଗାନାରେ ପୁଣି ୧୪ ଦିନ ବଢ଼ିବ ଲକ୍‌ଡାଉନ୍‌

ହାଇଦ୍ରାବାଦ,୭।୪: ଭାରତରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ହେଲେ...

ସୋମବାର ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ

ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍‌ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ।...

Advertisement
Archives

Model This Week