Posted inଜାତୀୟ

ପୋଲିସର ଶ୍ରେଷ୍ଠ ପଦରେ ବସିଲେ ୫ ଶିଶୁ

ବେଙ୍ଗାଲୁରୁ,୯।୯: ପୋଲିସ ଓ ‘ମେକ୍‌ ଏ ଓ୍ବିସ୍‌’ ଫାଉଣ୍ଡେଶନର ମିଳିତ ସହଯୋଗରେ ୫ଣି ରୋଗଗ୍ରସ୍ତ ଶିଶୁଙ୍କୁ ପୋଲିସ ବିଭାଗର ଶ୍ରେଷ୍ଠ ପଦରେ ଗୋଟିଏ ଦିନ ପାଇଁ ବସାଯାଇଛି। ପୋଲିସ ପୋଷାକ ସହ ଏମାନଙ୍କ ହାତରେ ବନ୍ଧୁକ ଓ ହାତକଡି ମଧ୍ୟ ଧରାଇ ଦିଆଯାଇଥିଲା। ତେବେ ସେମାନଙ୍କ ଇଚ୍ଛା ପୂରଣ କରିବାକୁ ଏଭଳି କରାଯାଇଥିବା କୁହାଯାଏ। ଏହି ପିଲାମାନେ ହେଲେ ରୁଥାନ କୁମାର, ମହମ୍ମଦ ସାହିବ, ସୟଦ ଇମାଦ, ଶ୍ରାବଣି ଓ ଅରଫାନ ଫାଶା। ଏମାନଙ୍କୁ ପୋଲିସ ପକ୍ଷରୁ କଷ୍ଟମାରୀ ଗାର୍ଡ ଅଫ୍‌ ଅନର ଓ ଡଗ୍‌ ସ୍ବାର୍ଡ ପକ୍ଷରୁ ସମ୍ମାନ ଦିଆଯାଇଥିଲା। ଏମାନେ ବଡ ହେଲେ ପୋଲିସ ହେବାକୁ ଲକ୍ଷ୍ୟ ରଖିଛନ୍ତି ସତ କିନ୍ତୁ ଏହା କେତେଦୂର ସମ୍ଭବ ହେବ ତାହା କହିବା କଷ୍ଟକର। ଏହି ପୋଷାକ ପିନ୍ଧିବା ପରେ ପିଲାମାନଙ୍କୁ କୌତୁହଳର ସହ ପ୍ରଶ୍ନ ପରଚା ଯାଇଥିବା ବେଳେ ଅରଫାନ ନାମକ ଶିଶୁ ଜଣକ କହିଥିଲେ। ମୁଁ ବଡ ହେଲେ ପୋଲିସ ହେବି ଆଉ ସବୁ ଖରାପ ଲୋକଙ୍କୁ ଜେଲରେ ରଖିଦେବି। ପିଲାମାନଙ୍କର ଏହି କୋମଳ ହୃଦୟର କଥା ସମସ୍ତଙ୍କୁ ବେଶ୍‌ ଛୁଇଁଯିବା ସହ ଆଖିରେ ଭରି ଦେଇଥିଲା ଲୁହ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri