ପୋଲିସର ଦକ୍ଷତା ମାପିବେ ଜନତା

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ପୋଲିସର ଦକ୍ଷତା ମାପିବେ ସାଧାରଣ ଜନତା। ଥାନାରେ ପୋଲିସର ଅଭିଯୋଗକାରୀଙ୍କ ପ୍ରତି ବ୍ୟବହାର କିଭଳି ରହୁଛି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଯେଉଁ ଥାନା ବିରୋଧରେ ମାର୍କ ଆସିବ ସେହି ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଯେଉଁ ଥାନା କିମ୍ବା ଇନ୍ସପେକ୍ଟରଙ୍କୁ ଭଲ ମାର୍କ ମିଳିବ ଏବଂ ଆଗକୁ ସମ୍ପୃକ୍ତ ଅଧିକାରୀ ଯେଭଳି ଆହୁରି ଭଲ କରିବେ ସେନେଇ ମଧ୍ୟ କୁହାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିଜୟ କୁମାର ଶର୍ମା।
ସ୍ଥାନୀୟ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନୁଷ୍ଠିତ ’ମୋ ସରକାର’ କାର୍ଯ୍ୟକ୍ରମ ସଂକ୍ରାନ୍ତ ପ୍ରଶିକ୍ଷଣ ଶିବିରକୁ ଡିଜିପି ଶର୍ମା ଉଦ୍‌ଘାଟନ୍‌ କରି ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ଓ ଅନ୍ୟ ତଥ୍ୟ ଥାନାରେ ରଖାଯିବ। ଏନେଇ ପରେ ରାଜ୍ୟ ପୋଲିସ କଲ୍‌ ସେଣ୍ଟରରୁ ତାଙ୍କ ନିକଟକୁ ଏକ କଲ୍‌ ଆସିବ। ଏଥିରେ ଅଭିଯୋଗକାରୀଙ୍କୁ ପୋଲିସର ଥାନାରେ ବ୍ୟବହାର, ଦକ୍ଷତା ଓ ତଦନ୍ତ ଦିଗକୁ ନେଇ ୭ଟି ପ୍ରଶ୍ନ ପଚରାଯିବ। ପ୍ରତି ପ୍ରଶ୍ନରେ ୧ରୁ ୫ ମାର୍କ ଦେବେ ଅଭିଯୋଗକାରୀ। ଆଉ ଏହା ହିଁ ଥାନାବାବୁଙ୍କ ଦକ୍ଷତା ମାପିବ। ଏଥିସହ ଏଣିକି ଅନ୍‌ଲାଇନ୍‌ରେ ଏତଲା ଦାଖଲ କରାଯାଇପାରିବ। ମୋ’ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିଜିପିଙ୍କ ସହ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପ୍ରତି ଜିଲାର ଦୁଇଜଣ ଅଫିସର ଯୋଗଦେଇ ଟ୍ରେନିଂ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ କିପରି ଲୋକଙ୍କ ଆସ୍ଥା ଜିଣିପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ପୋଲିସକୁ କଣ କରିବା ଆବଶ୍ୟକ, ଥାନାକୁ ନ୍ୟାୟ ପାଇଁ ଯାଉଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବ ତାହା ଉପରେ ଫୋକସ କରାଯାଇଥିଲା। ଏଥିପାଇଁ ପୋଲିସ ଅଫିସର ତଥା କର୍ମଚାରୀଙ୍କ ଲାଗି ୮ଟି ସୂତ୍ରୀ ବା ମାନଦଣ୍ଡ ପ୍ରସ୍ତୁତ ହୋଇଛି। ଏହାକୁ ଆଧାର କରି ଅଧିକାରୀମାନେ ଶୃଙ୍ଖଳିତ ହେବେ ଏବଂ ଆଚରଣରେ ପରିବର୍ତ୍ତନ ଆଣିବେ। ଯେଉଁମାନେ ମାନଦଣ୍ଡ ଅନୁଯାୟୀ କାମ ନ କରିବେ ସେହି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ପୋଲିସ ଅଫିସର ସାଧାରଣ ଲୋକଙ୍କ ସହ ସମ୍ପର୍କ ରଖୁଛନ୍ତି ତାଙ୍କ ପାଖରେ ସମୟାନୁବର୍ତ୍ତିତା, ଭାଷାଗତ ଶୁଦ୍ଧତା, ଏତଲା ପଞ୍ଜୀକରଣ, ଯୋଗାଯୋଗ ବାରମ୍ବାରତା, ନିରନ୍ତରତା, ପରିଶୁଦ୍ଧତା ଓ ସଚ୍ଚୋଟତା ରହିବା ଆବଶ୍ୟକ। ଏହି ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଠିକ୍‌ ସମୟରେ ତଦନ୍ତ ସାରିବା ସହ ପ୍ରତ୍ୟେକ କାମରେ ସମୟାନୁବର୍ତ୍ତୀ ରହିବାକୁ କୁହାଯାଇଛି। ସେହିଭଳି କଥାବାର୍ତ୍ତାରେ ଭାଷାଗତ ଶୁଦ୍ଧତାର ଆବଶ୍ୟକ ଥିବା ବେଳେ ତଦନ୍ତ ବା ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବାର ଆବଶ୍ୟକ ରହିଛି। ଏତଲା ପଞ୍ଜୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଯୋଗାଯୋଗରେ ବାରମ୍ବାରତା ରହିବା ବାଧ୍ୟତାମୂଳକ କରାଯାଇଛି। ପୁରୁଣା ମାମଲାର ଫଲୋ-ଅପ୍‌ ନେବାକୁ କୁହାଯାଇଛି। ପ୍ରତି ଜିଲାରୁ ଆସିଥିବା ଦୁଇ ଅଫିସର ନିଜ ଜିଲାକୁ ଯାଇ ଅନ୍ୟ ପୋଲିସ ଅଫିସର ଏବଂ କର୍ମଚାରୀଙ୍କୁ ଏହି ପ୍ରଶିକ୍ଷଣ ଦେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri