Posted inଜାତୀୟ

ପେହଲୁ ଖାନ୍‌ଙ୍କ ବିରୋଧରେ ଗୋ-ଚାଲାଣ ମାମଲା ଖାରଜ

ଜୟପୁର,୩୧ା୧୦(ପି.ଟି.): ୨୦୧୭ ଏପ୍ରିଲରେ ଗୋସୁରକ୍ଷା କର୍ମୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପେହଲୁ ଖାନ୍‌ଙ୍କ ବିରୋଧରେ ଗୋରୁ ଚୋରାଚାଲାଣ ମାମଲାକୁ ବୁଧବାର ରାଜସ୍ଥାନ ହାଇକୋର୍ଟ ଖାରଜ କରିଦେଇନ୍ତି। ଏଥିସହିତ ତାଙ୍କର ଦୁଇପୁଅ ଓ ଟ୍ରକ୍‌ ଡ୍ରାଇଭର ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗକୁ ମଧ୍ୟ ଅଦାଲତ ରଦ୍ଦ କରିଦେଇଛନ୍ତି। ରାଜସ୍ଥାନ ଗୋସମ୍ପଦ ସୁରକ୍ଷା ଆଇନ ଅନୁଯାୟୀ ଦାଏର ମାମଲା ଓ ୪ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌କୁ ଜଷ୍ଟିସ୍‌ ପଙ୍କଜ ଭଣ୍ଡାରୀଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ସେମାନେ ଗୋହତ୍ୟା ପାଇଁ ଗୋରୁ ଚାଲାଣ କରୁଥିବାର କୌଣସି ପ୍ରମାଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ୨୦୧୭ ଏପ୍ରିଲ ୧ରେ ଅଲଓ୍ବର ଜିଲା ବେହରୋର୍‌ ନିକଟରେ ପେହଲୁ, ତାଙ୍କ ଦୁଇପୁଅ ଓ ଅନ୍ୟ କେତେଜଣ ଟ୍ରକ୍‌ରେ ଗୋରୁଙ୍କୁ ନେଉଥିବାବେଳେ ଗୋରକ୍ଷକମାନେ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏହାର ଦୁଇଦିନ ପରେ ହସ୍ପିଟାଲରେ ପେହଲୁଙ୍କର ମୃତ୍ୟୁ ଘଟିଥିଲା। ଭିଡ଼ହିଂସାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ନାଁରେ ଦେଶର ଭିତ୍ତିଭୂମି ନଷ୍ଟ କରିବା ଜାତୀୟ ଦାୟିତ୍ୱ ନୁହେଁ: ମୋଦି

ପ୍ରୟାଗରାଜ,୨୯ ।୧୨: ମାଲଗାଡ଼ି ଚଳାଚଳ ପାଇଁ ତିଆରି ହୋଇଥିବା ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡର(ଇଡିଏଫ୍‌ସି)ର ପ୍ରୟାଗରାଜ ସ୍ଥିତ କଣ୍ଟ୍ରୋଲ ରୁମ ଓ ଲୁଧିଆନାରୁ ପଶ୍ଚିମବଙ୍ଗ ସ୍ଥିତ...

ସାନିଟାଇଜର୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ...

ଲକ୍‌ଡାଉନ୍‌ରେ ବୃଦ୍ଧି ପାଉଛି ଧଳା ଜହର କାରବାର…

ମୁମ୍ବାଇ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ...

୨୦ ବର୍ଷ ସରକାରୀ ଜମିରେ ବାସ କରୁଥିବା ଯାଯାବର ଲୋକଙ୍କ ନାମରେ ହେବ ଜମି ମାଲିକାନା…

ଚଣ୍ଡିଗଡ଼, ୧୬।୬ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ୨୦ ବର୍ଷ ଧରି ସରକାରୀ ଜମିରେ ବାସ କରୁଥିବା ଯାଯାବର...

ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ, ହାଇକୋର୍ଟରେ ଆବେଦନ ଦାଖଲ…

ଆଗ୍ରା, ୮।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ। ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ...

ସୁପ୍ରିମକୋର୍ଟରେ କେନ୍ଦ୍ରକୁ ଝଟକା

ନୂଆଦିଲ୍ଲୀ, ୧୦।୭: ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ସମସ୍ତ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ହେଉ ବୋଲି...

ଦେଢ଼ ଲକ୍ଷ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୫।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲଗାତାର ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ...

Advertisement
Archives

Model This Week