Posted inଜାତୀୟ

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍‌ରେ ମୃତ ପେହଲୁଙ୍କ ନାଁ ଥିବା କୁହାଯାଉଥିବାବେଳେ ଏହାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖଣ୍ଡନ କରିଛନ୍ତି।
୨୦୧୭ ଏପ୍ରିଲରେ ଗାଡ଼ିରେ ଗୋରୁ ବୋଝେଇ କରି ନେଉଥିବା ପେହଲୁ ଖାନ୍‌ଙ୍କୁ ଅଲଓ୍ବରଠାରେ ତଥାକଥିତ ଗୋରକ୍ଷକମାନେ ପିଟିପିଟି ମାରିଦେଇଥିଲେ। ପେହଲୁଙ୍କ ନାଁରେ ରାଜସ୍ଥାନ ପଶୁହତ୍ୟା ନିରାକରଣ ଓ ଚାଲାଣ ନିୟନ୍ତ୍ରଣ ଆଇନର ଧାରା ୬ରେ ଚାର୍ଜଶିଟ୍‌ ହୋଇଥିବାବେଳେ ତାଙ୍କ ପୁଅ ଇର୍ସାଦ ଓ ଅରିଫଙ୍କ ବିରୋଧରେ ଧାରା ୫, ୮ ଓ ୯ରେ ପୋଲିସ ଚାର୍ଜଶିଟ୍‌ ଦାଏର ହୋଇଥିବା ଖବର ପ୍ରକାଶ ପାଇଥିଲା। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହେବାର ୧୩ ଦିନ ପରେ ଗତବର୍ଷ ଡିସେମ୍ବର ୩୦ରେ ଏହି ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଭାଜପା ସରକାର ସମୟରେ ହୋଇଥିବା ତଦନ୍ତ ଆଧାରରେ ଉକ୍ତ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିବାରୁ ତଦନ୍ତରେ ତ୍ରୁଟି ଥିଲେ ତାହାର ପୁନଃତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ପୂର୍ବରୁ କହିଥିଲେ। ରାଜସ୍ଥାନ ପୋଲିସ ଗତ ଡିସେମ୍ବର ମାସରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ଙ୍କ ନାଁ ନ ଥିବା ପରେ ସେ କହିଛନ୍ତି। ଦେଶର ଯେକୌଣସି ସ୍ଥାନରେ ହେଉଥିବା ଭିଡ଼ ହିଂସାକୁ କଂଗ୍ରେସ ଦୃଢ଼ ବିରୋଧ କରେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପାଇଁ ତାଙ୍କ ସରକାର ଯଥେଷ୍ଟ ସତର୍କ ରହିଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।
୨୦୧୭ ଏପ୍ରିଲ ୧ରେ ପେହଲୁ ଓ ତାଙ୍କ ଦୁଇପୁଅ ଜୟପୁର ମେଳାରୁ ଏକ ଗାଡିରେ ଗୋରୁ ଆଣି ଘରକୁ ଫେରୁଥିବାବେଳେ ଅଲଓ୍ବର ନିକଟସ୍ଥ ଜୟପୁର-ଦିଲ୍ଲୀ ରାଜପଥରେ ନିଜକୁ ଗୋରକ୍ଷକ କହୁଥିବା କେତେଜଣ ସ୍ଥାନୀୟ ଲୋକ ତାଙ୍କୁ ଚୋରାବେପାରୀ କହି ମାଡ଼ ମାରିଥିଲେ। ଗୁରୁତର ପେହଲୁଙ୍କର ଏପ୍ରିଲ ୩ରେ ମୃତ୍ୟୁ ହୋଇଥିଲା। ତେବେ ଶନିବାର ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ରାଜସ୍ଥାନ ପୋଲିସ ପେହଲୁଙ୍କୁ ଜଣେ ଗୋରୁ ଚୋରାବେପାରୀ ବୋଲି ଅଭିଯୋଗ କରିଥିବା ଖବର ସାମନାକୁ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପେହଲୁଙ୍କୁ ପିଟି ହତ୍ୟା କରିଥିବା ୮ ଅଭିଯୁକ୍ତ ଜାମିନରେ ଆସି ବାହାରେ ବୁଲୁଥିବାବେଳେ ପୋଲିସ ମୃତ ପେହଲୁଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଭାଜପାର ପ୍ରତିରୂପ, ଏହା ମୁସଲମାନମାନେ ହୃଦୟଙ୍ଗମ କରିବା ଉଚିତ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଘରେ ଦେବେ ଭୋଟ…

ନୂଆଦିଲ୍ଲୀ, ୮।୧: ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ମତଦାନ ୨୮ ଦିନ...

ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା କଲେ ଏମିତି ହୃଦୟଥରା କାମ

ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ...

୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣ ଉପରୁ କଟକଣା ହଟିଲା, ମାର୍ଚ୍ଚ ୨୭ରୁ ପୁଣି ଆରମ୍ଭ…

ନୂଆଦିଲ୍ଲୀ,୮।୩ : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଥିଲା। ତେବେ ୨୦୨୨ ମାର୍ଚ୍ଚ...

କରୋନା ସଙ୍କଟରେ ଘରୋଇ ସ୍କୁଲ୍‌ ଆଦାୟ କରିପାରିବେ ବାର୍ଷିକ ଫି ସହିତ ବିକାଶ ଶୁଳ୍କ, କହିଲେ ଏସ୍‌ସି…

ନୂଆଦିଲ୍ଲୀ,୨୮।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସ୍କୁଲ୍‌ କଲେଜ ବନ୍ଦ ରହିଛି। ପାଠପଢ଼ା ଅନ୍‌ଲାଇନ୍‌ରେ କରାଯାଉଛି। ଏପରିସ୍ଥଳେ ଘରୋଇ...

ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ...

ଭାଜପାକୁ ମିଳିଛି ୨୭୬.୪୫ କୋଟି ଚାନ୍ଦା

ନୂଆଦିଲ୍ଲୀ, ୨୪।୬(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାଜପାକୁ ଇଲେକ୍ଟୋରାଲ ଟ୍ରଷ୍ଟରୁ ସର୍ବାଧିକ ୨୭୬.୪୫ କୋଟି ଟଙ୍କା ଚାନ୍ଦା ମିଳିଛି। ସବୁ ରାଜନୈତିକ ଦଳଙ୍କୁ ମିଳିଥିବା ମୋଟ...

ଅଭିନେତ୍ରୀ ପାୟଲଙ୍କୁ ମିଳିଲା ଜାମିନ

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ...

Advertisement
Archives

Model This Week