ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି ସ୍ବତନ୍ତ୍ର ସ୍ତମ୍ଭ…

ସକାଳ ୯ଟା ବାଜିଲେ ଲିଙ୍କ୍‌ରୋଡ଼ରୁ ପାଲାମଣ୍ଡପ ପର୍ଯ୍ୟନ୍ତ ଥିବା ଦୋକାନରେ ପଣ୍ଡାନନାଙ୍କ ଖୋଜାପଡ଼େ। ସାଇକେଲ ଚଲାଇ, ହ୍ୟାଣ୍ଡେଲରେ ପୂଜା ଥାଳି ଝୁଲାଇ ପହଞ୍ଚି ଯାଆନ୍ତି ପଣ୍ଡାନନା। ଗୋଟିଏ ଦୋକାନରେ ଶୀଘ୍ର ପୂଜା ସାରି ପୁଣି ପରବର୍ତ୍ତୀ ଦୋକାନକୁ ଯାଆନ୍ତି। ଏମିତି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତାଙ୍କର ପୂଜା ଚାଲେ। ପଣ୍ଡାନନା ଭାବେ ପରିଚିତ ଏହି ଯୁବକଙ୍କ ନାମ ହିମାଂଶୁ ପଣ୍ଡା। ଘର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଶୋଳ ଗ୍ରାମରେ। କୌଳିକ ବୃତ୍ତି ମାଧ୍ୟମରେ ପେଟ ପୋଷିବାକୁ ମନସ୍ଥ କରି ସ୍ତ୍ରୀ ପିଲାଙ୍କୁ ଧରି ଏବେ ସେ କଟକ ଖାନ୍‌ନଗର ବ୍ରାହ୍ମଣସାହିରେ ଭଡ଼ାଘରେ ରହୁଛନ୍ତି। ଏହି ବୃତ୍ତିରୁ ପଣ୍ଡାନନା ମାସକୁ ୮ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଥିଲେ। ପଣ୍ଡାନନାଙ୍କର ଏକ ଭିନ୍ନ ପରିଚୟ ରହିଛି। ଯାହା ସମସ୍ତଙ୍କୁ ଚକିତ କରିବ। ପାନଖିଆ ପାଟିରେ ହସିହସି କଥା କହି ପୂଜା କାର୍ଯ୍ୟ ତୁଲାଉଥିବା ଏହି ଯୁବକ ଜଣକ ୧୯ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି। ଲେଗ୍‌ସ୍ପିନ ବୋଲିଂ କରିବାରେ ସେ ଧୂରନ୍ଧର। ଏଥିପାଇଁ ତାଙ୍କୁ କଟକର ପ୍ରାୟ ସମସ୍ତ କ୍ଲବ ଜାଣନ୍ତି। ପିଲାଦିନୁ କ୍ରିକେଟ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ହେଲେ ପରିବାରର ଆର୍ଥିକ ଅଭାବରୁ ସେ ଆଉ ଆଗକୁ ଯାଇ ପାରି ନ ଥିଲେ ବୋଲି କହିଛନ୍ତି। ନିକଟ ଅତୀତରେ ନୟାଗଡ଼ରେ ଶେଷ ହୋଇଥିବା ଏକ କ୍ଲବସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ପଣ୍ଡାନନାଙ୍କୁ ଶ୍ରେଷ୍ଠ ବୋଲର ଭାବେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ନଡ଼ିଆ କତା ଶିଳ୍ପ

କଟକ ଅଫିସ,୮ା୩:ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷଙ୍କ ଭଳି ପ୍ରତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ସମାଜରେ ଏକ ସ୍ବତନ୍ତ୍ର...

ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ...

ସାମୁଦ୍ରିକ ପ୍ରାଣୀଙ୍କ ଅମରାବତୀ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୯ା୧: ପ୍ରକୃତିପ୍ରେମୀଙ୍କ ପାଇଁ ଜାତୀୟ ଉଦ୍ୟାନ ଭିତରକନିକା ଖୁସି ଖବର ଦେଇଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ସାମୁଦ୍ରିକ ଜୀବଙ୍କ ପାଇଁ...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ...

ମେଡିକାଲରେ ମୃତ ଘୋଷିତ ଶିଶୁ ଘରେ ଜିଇଉଠିଲା

ଢେଙ୍କାନାଳ ଅଫିସ,୧।୫: ଡାକ୍ତରଖାନାରେ ମୃତ ଘୋଷିତ ନବଜାତକ ଘରେ ଜିଇଉଠିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପୌରାଞ୍ଚଳରେ। ବଞ୍ଚତ୍ଥିବା ଶିଶୁକୁ ମୃତ ଘୋଷଣା...

ଦଶରଥପୁର ବିଡିଓଙ୍କ ନାମରେ ମାମଲା ରୁଜୁ

ଯାଜପୁର ଅଫିସ,୭।୨: ଯାଜପୁର ଜିଲା ଦଶରଥପୁର ବ୍ଲକରେ ଗତ ୧ ତାରିଖରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ମଙ୍ଗଳପୁର ପୋଲିସ ଉଭୟପକ୍ଷଙ୍କ ଅଭିଯୋଗ ଉପରେ ୨ଟି ମାମଲା ରୁଜୁ...

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୭୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ...

Advertisement
Archives

Model This Week