ପେସାଦାରୀ ଅଭିଜ୍ଞତା ହିଁ ସବୁକିଛି: ଶକ୍ତିକାନ୍ତ

ମୁମ୍ବାଇ,୨୩-୯: ଇତିହାସର ଛାତ୍ର ଥିବା ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ହେବା ପରେ ତାଙ୍କୁ ଅନେକ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଠାରେ ଆୟୋଜିତ ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଦର୍ଶକ ମଣ୍ଡଳୀରୁ ଜଣେ ପ୍ରଶ୍ନ ପଚାରିଥିଲେ। ଶକ୍ତିକାନ୍ତ ଇତିହାସର ଛାତ୍ର ହେବା କାରଣରୁ ତାଙ୍କୁ ଆର୍‌ବିଆଇ ଗଭର୍ନର ଭଳି ଏକ ଶୀର୍ଷ ପଦବୀରେ କାର୍ଯ୍ୟ କରିବାରେ ଅସୁବିଧା ହେଉଛି କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ତେବେ ଶକ୍ତିକାନ୍ତ ଏହାର ଉତ୍ତର ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ନୁହେଁ। କିନ୍ତୁ ତାଙ୍କର ଅର୍ଥନୀତି ଉପରେ ଗଭୀର ଜ୍ଞାନ ରହିବା ଜରୁରୀ। ଅର୍ଥନୀତିରେ ଦେଖାଦେଉଥିବା ସମସ୍ୟା ଉପରେ ତାଙ୍କର ସାଧାରଣ ଭାବେ ସଚେତନତା ରହିବା ଆବଶ୍ୟକ। ସବୁଠୁ ବଡ଼ କଥା ହେଲା ବ୍ୟକ୍ତିଙ୍କ ନିକଟରେ ପେସାଦାରୀ ଅଭିଜ୍ଞତା ରହିଥିବା ଜରୁରୀ। ଏହାହିଁ କାର୍ଯ୍ୟରେ ଲାଗିଥାଏ ବୋଲି ଶକ୍ତିକାନ୍ତ କହିଛନ୍ତି। ଦର୍ଶକଙ୍କ ପ୍ରଶ୍ନ ତାଙ୍କୁ ଅଡୁଆରେ ପକାଇ ଥିଲେ ମଧ୍ୟ ଶକ୍ତିକାନ୍ତ ଅତ୍ୟନ୍ତ ସହଜ ଭାବେ ଏହାର ଉତ୍ତର ଦେଇଥିଲେ। ସୂଚନାଥାଉ କି, କେନ୍ଦ୍ର ସରକାରରେ ଅର୍ଥ ମନ୍ତ୍ରଣାଳୟର ବିଭିନ୍ନ ଶୀର୍ଷ ପଦବୀରେ ରହିବା ପରେ ଅବସର ନେବାକୁ ଯାଉଥିବା ଶକ୍ତିକାନ୍ତଙ୍କୁ ହଠାତ ୨୦୧୮ ଡିସେମ୍ବର ୧୦ରେ ଆର୍‌ବିଆଇର ଗଭର୍ନର ଭାବେ ନିଯୁକ୍ତ କରାଯାଇଥିଲା। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ତାଙ୍କୁ ଉକ୍ତ ଦାୟିତ୍ୱ ମିଳିଥିଲା। ଶକ୍ତିକାନ୍ତଙ୍କ ପୂର୍ବସୂରୀ ପଟେଲ ଓ ରଘୁରାମ ରାଜନଙ୍କର ଅର୍ଥନୀତିଜ୍ଞ ଭାବେ ଉଲ୍ଲେଖନୀୟ କ୍ୟାରିୟର ରହିଛି। ରାଜନ ଅନ୍ତର୍ଜାତୀୟ ସ୍ତରରେ ଜଣେ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ,ଲେଖକ ଏବଂ ସାମାଜିକ-ରାଜନୈତିକ ଚିନ୍ତକ ହୋଇଥିବା ବେଳେ ପଟେଲ ମୁଦ୍ରାନୀତି ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା। ଶକ୍ତିକାନ୍ତ ଉଦାହରଣ ଛଳରେ କହିଛନ୍ତି ଯେ, ଆମେରିକା ଫେଡେରାଲ ରିଜର୍ଭ ମୁଖ୍ୟ ଜେରମ ପାଓ୍ବେଲ ରାଜନୀତି ବିଜ୍ଞାନର ଛାତ୍ର ହୋଇଥିବା ବେଳେ ୟୁରୋପିୟାନ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ତଥା ପୂର୍ବତନ ଆଇଏମ୍‌ଏଫ୍‌ ପ୍ରେସିଡେଣ୍ଟ କ୍ରିଷ୍ଟିନ ଲାଗାର୍ଡ ଜଣେ ଆଇନ ଛାତ୍ରୀ। ସେହିପରି ବ୍ୟାଙ୍କ ଅଫ୍‌ ଜାପାନର ମୁଖ୍ୟ ହାରୁହିକୋ କୁରୋଡା ସିଭିଲ ସର୍ଭିସ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ଆଦାୟ ହେବ ଟୋଲ୍‌ ଟାକ୍ସ

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରେ ଟୋଲ୍‌ ଟାକ୍ସ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ...

ବିଳମ୍ବ ଜିଏସ୍‌ଟି ଫାଇଲିଂରେ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୬: କରୋନା ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। କାରବାର ପ୍ରଭାବିତ ହୋଇଥିବା ଲୋକମାନେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂ...

ଅଟୋ ସେକ୍ଟରକୁ ଜିଏସ୍‌ଟି ରିହାତି ମିଳୁ

କୋଭିଡ୍‌ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ବ୍ୟବସାୟିକ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅଟୋ ଉଦ୍ୟୋଗ ପ୍ରମୁଖ। ସମ୍ପ୍ରତି ସ୍ଥିତି ସୁଧୁରିବାରେ ଲାଗିଥିବାବେଳେ ଗାଡ଼ିଗୁଡ଼ିକର ବଜାର ଦରରେ ୩୦%...

କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି...

କମିଲା ସୁନା ଦର

ନୂଆଦିଲ୍ଲୀ, ୧୭ା୩: ଅନ୍ତର୍ଜାତୀୟ ବଜାରରେ ବୁଧବାର ବହୁମୂଲ୍ୟ ଧାତୁ ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ସୁନାଦର ୨୧୬ଟଙ୍କା ହ୍ରାସ ଘଟିଥିବା...

ଜିଡିପି ୭.୫% ରହିବ: ଜାତିସଂଘ

ନୂଆଦିଲ୍ଲୀ:  କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ...

ରିଲାଏନ୍ସ ଜିଓର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ଖୋଲିଲା ଜିଓ-ବିପିର ପ୍ରଥମ ପେଟ୍ରୋଲ ପମ୍ପ, ଗ୍ରାହକଙ୍କୁ ମିଳିବ ଏଭଳି ସୁବିଧା

ମୁମ୍ବାଇ,୨୬।୧୦: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି। ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ...

Advertisement
Archives

Model This Week